ଧରାକୋଟ ଜଗନ୍ନାଥ ମନ୍ଦିର: ସ୍ନାନବେଦୀରେ ଠାକୁରଙ୍କୁ ଦେଖିପାରିବେନି ଭକ୍ତ

ଧରାକୋଟ,୪ା୬(ଡି.ଏନ.ଏ.)- ମହାମାରୀ କରୋନା ପାଇଁ ବିଭିନ୍ନ ମନ୍ଦିରର ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି। ଧରାକୋଟ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଏଥର ସ୍ନାନବେଦୀରେ ୩ ଠାକୁରଙ୍କୁ ଦେଖିପାରିବେନି ଭକ୍ତ। ବିଧି ମୁତାବକ ସୀମିତସଂଖ୍ୟକ ସେବାୟତ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ସ୍ନାନବେଦୀକୁ ନେବେ। ସୁନା କୁଅରୁ ୧୦୮ ଗରା ଜଳ ଓ ପଇଡ଼ ପାଣି ଦ୍ୱାରା ଶ୍ରୀଜୀଉଙ୍କୁ ସ୍ନାନ କରାଯିବ। ପରେ ହାତୀବେଶରେ ସଜ୍ଜିତ କରି ଅଣସର ଘରକୁ ବିଜେ କରାଯିବ। ଅଣସର ପଟ୍ଟଚିତ୍ର ନେତ୍ର ଉତ୍ସବ ପର୍ଯ୍ୟନ୍ତ ପୂଜା ପାଇବେ। ଏହା ମଧ୍ୟରେ ଠାକୁରମାନେ ଅନ୍ନଭୋଗ ଛାଡ଼ି ଗଜାମୁଗ ଫ ଫଳ ଆହାର କରିବେ। ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦେବୋତ୍ତର ବିଭାଗ ଗୁମସ୍ତା ଅଶୋକ କୁମାର ଗୌଡ଼ ସ୍ଥାନୀୟ ଥାନାଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଏ ସମ୍ପର୍କରେ ଥାନାଧିକାରୀ ସହଦେବ ମହାପାତ୍ର କହିଛନ୍ତି ପୁରୀରେ ପୋଲିସ ପ୍ରଶାସନ ଉପସ୍ଥିତିରେ ଯେପରି ସ୍ନାନଯାତ୍ରା ହେଉଛି, ଧରାକୋଟରେ ମଧ୍ୟ ସେପରି ହେବ। ଭକ୍ତମାନେ ଏହି ଖବର ପାଇ ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ଚିଟଫଣ୍ଡ ସଂସ୍ଥାର ମାଲିକ

ବ୍ରହ୍ମପୁର ଅଫିସ,୧୧ା୨: ଟାଉନ ଥାନା ପୋଲିସ ୱାରେଣ୍ଟ ବଳରେ ଏକ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର...

ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଜମିକୁ...

ଚୁଲିରୁ ନିଆଁ ଲାଗି ବୃଦ୍ଧା ଗୁରୁତର

ପାଟଣା,୮।୧୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରସପଡା ଗ୍ରାମରେ ଚୁଲିରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ...

ଘରକୁ ଘର କରୋନା ସମ୍ପର୍କିତ ଚିହ୍ନଟ କାର୍ଯ୍ୟକ୍ରମ

କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏନେଇ ସୋମବାର କେନ୍ଦୁଝର...

ପୋକରା ଚାଉଳ ବଣ୍ଟନକୁ ବିରୋଧ: ଧାରଣା ପରେ ବଦଳାଗଲା

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତରେ ରବିବାର ପୋକରା ଚାଉଳ ବଣ୍ଟନକୁ ରାଶନ କାର୍ଡ ହିତାଧିକାରୀ ବିରୋଧ କରିଥିଲେ। ପରେ ସେମାନେ ପୋକଡା ଚାଉଳ...

ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ...

ନୟାଗଡ଼ ଆର୍‌ଟିଓ କାର୍ଯ୍ୟାଳୟରୁ ଦଲାଲ୍‌ ଗିରଫ: ଟଙ୍କା, କାଗଜପତ୍ର ଜବତ

ନୟାଗଡ଼ ଅଫିସ,୩୧ା୧୦: ନୟାଗଡ଼ ଜିଲା ଆରଟିଓ କାର୍ଯ୍ୟାଳୟରୁ ଗୁରୁବାର ଜଣେ ଦଲାଲକୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ସଦର ଥାନା ଜାମୁସାହି ଗ୍ରାମର ମୁରଲୀଧର...

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ...

Advertisement
Archives

Model This Week