ବୈପାରୀଗୁଡ଼ା,୨ା୮(ଡି.ଏନ୍.ଏ.)-ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ ଓ ଆଦିବାସୀ ଭାଷା, ସଂସ୍କୃତି ପାଇଁ ଏକଦା ପରିଚିତ ଥିବା ଅବିଭକ୍ତ କୋରାପୁଟ ଏବେ ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଲାଣି। ଏଠାକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ବଦଳରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଜମୁଛି। ସେମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ବି ଅଛି। ଏଥିପାଇଁ ଶାନ୍ତିପ୍ରିୟ କୋରାପୁଟର ସାମାଜିକ ଓ ଅର୍ଥନୀତିକ ସମୃଦ୍ଧି ଏବେ ଧୂଳିସାତ୍ ହେବାରେ ଲାଗିଛି। କିଛି ମାସ ହେବ ବିଭିନ୍ନ ସମୟରେ ଗଞ୍ଜେଇ ଧରପଗଡ଼ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ପୋଲିସ ଏସବୁର ଶସ୍ତା ବାହାଦୁରି ନେଉଛି; କିନ୍ତୁ ବାସ୍ତବରେ ଏଭଳି ସ୍ଥିତି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୋଲିସର ଭୂମିକା ସନ୍ଦେହଘେରରେ ରହୁଛି।
ପୂର୍ବରୁ ମାଲକାନଗିରି ଜିଲା ବିଚ୍ଛିନାଞ୍ଚଳରେ କେତେକ ଆଦିବାସୀ ଲୁଚାଛପାରେ ପାହାଡ଼ିଆ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ କେତେକ ଆଦିବାସୀ ଏହାର ସେବନ କରୁଥିଲେ। ମାଲକାନଗିରି ଜିଲାରେ ରହୁଥିବା କେତେକ ବଙ୍ଗିୟ ଶରଣାର୍ଥୀ ତଥା ଉପକୂଳ ଅଞ୍ଚଳର ଛୋଟ ବ୍ୟବସାୟୀ ବସ୍ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଅନେକ ସମୟରେ ଧରା ବି ପଡୁଥିଲେ। ଅବିଭକ୍ତ କୋରାପୁଟରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଇବା ପରେ ଗଞ୍ଜେଇ କାରାବର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଚାଲାଣରେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଛି ା ପୂର୍ବରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାର ଜଣେ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ତତ୍କାଳୀନ ଏସ୍ପି ତାଙ୍କୁ ନିଲମ୍ବିତ କରିଥିଲେ। ବୋରିଗୁମ୍ମାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ଆଇଆରବି ବାଟାଲିୟନ କର୍ମଚାରୀ ଧରାପଡ଼ି ନିଲମ୍ବିତ ହୋଇଥିଲେ। ଏଥିରେ ଅନେକ ହୋମଗାର୍ଡଙ୍କ ସମ୍ପର୍କୀୟ ମଧ୍ୟ ଧରାପଡୁଛନ୍ତି। ନିୟମ ଅନୁସାରେ ଯେଉଁ ଜାଗାରେ ଗଞ୍ଜେଇ ଧରାପଡ଼େ, ସେଠାରେ ହିଁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜଉମୁଦ କରାଯାଏ ା କିନ୍ତୁ ଅନେକ ସମୟରେ ମାଜିଷ୍ଟ୍ରେଟ୍ କେବଳ ଔପଚାରିକ ଭୂମିକା ତୁଲାଉଛନ୍ତି। ଅନେକ ସମୟରେ ଗଞ୍ଜେଇ ଧରପଗଡ଼ ହେଲେ ପୋଲିସ ଗଣମାଧ୍ୟମକୁ ତୁରନ୍ତ ତଥ୍ୟ ଦେବା ବଦଳରେ ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ୨/୩ ଦିନ ହାଜତରେ ରଖୁଛି। ଗୁପ୍ତ ବୁଝାମଣା ହୋଇ ନ ପାରିଲେ ତାରିଖ ବଦଳେଇ ମାମଲା ରୁଜୁ କରାଯାଉଛି। ଯେତିକି ଗଞ୍ଜେଇ ଜବତ ହେଉଛି, ତାହାଠାରୁ କମ୍ ଉପସ୍ଥାପନ କରାଯାଉଛି। ଅଭିଯୁକ୍ତଙ୍କ ସଂଖ୍ୟାରେ ମଧ୍ୟ ଫରକ ରହୁଛି। ବହୁ ସମୟରେ ମାମଲା ଥାନାକୁ ଅଣା ନଯାଇ ବାହାରେ ରଫାଦଫା କରାଯାଉଛି। ଗଞ୍ଜେଇ ଚାଲାଣକାରୀଙ୍କୁ ଡକାୟତ ଦର୍ଶାଇ ଜେଲ୍ ପଠାଯାଉଛି ଓ ସେମାନଙ୍କର ମୁକୁଳିବା ବାଟ ସହଜ ହେଉଛି ା କୋରାପୁଟ ଜିଲାର ବୈପାରୀଗୁଡ଼ା ଓ ଲମତାପୁଟ ଥାନା ଇଲାକା ଦେଇ ମାଲକାନଗିରି ଜିଲାରୁ ପ୍ରାୟ ୯୦ ପ୍ରତିଶତ ଗଞ୍ଜେଇ ବାହାରକୁ ଚାଲାଣ ହେଉଛି ା କେବଳ ୧୦ ପ୍ରତିଶତ ଗଞ୍ଜେଇ ଧରାପଡୁଛି ା ଏବେ ଏହା ଲମତାପୁଟ ଓ ବୈପାରୀଗୁଡ଼ା ଇଲାକାରେ ମଧ୍ୟ ଚାଷ ହେଲାଣି ା କିଛି ମାସ ତଳେ ବୈପାରୀଗୁଡ଼ା ଥାନାର ବାଙ୍କୁଲି ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥିଲା ପୋଲିସ।
ଉଦ୍ବେଗର ବିଷୟ ହେଲା, ଏମ୍ଜିଏନ୍ଆର୍ଇଜିଏସ୍ରେ ମଜୁରି ଲାଗୁଥିବା ଶ୍ରମିକ ସ୍ବଳ୍ପ ମଜୁରି ପାଇବା ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି। ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଦୈନିକ ୨ରୁ ୩ ହଜାର ଟଙ୍କା ଦେଇ ତାଙ୍କରି କାନ୍ଧରେ ଗଞ୍ଜେଇ କାଉଡ଼ି ବୁହାଇ ମାଇଲ ମାଇଲ ବାଟ ସୁରକ୍ଷିତ ଭାବେ ଚାଲାଣ କରିନେଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର, ଯୁବକ ଗଞ୍ଜେଇ ନିଶାରେ ପଡୁଛନ୍ତି। ସିଗାରେଟ୍ରୁ ତମାଖୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚଢ଼ାଦରରେ ପାଦ ଦୋକାନରେ ବିକ୍ରି ହେଉଛି। ପୋଲିସ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଚାଲାଣକାରୀ ଧରାପଡୁଥିବା ବେଳେ ଗଞ୍ଜେଇ ଚାଷୀ, ସ୍ଥାନୀୟ ବେପାରୀ ଓ ଗୋଦାମ ମାଲିକଙ୍କ ବିରୋଧରେ ଅତି ନଗଣ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାଓବାଦୀ ଇଲାକାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଗଞେଇ ଚାଷକୁ ସମୂଳେ ଶେଷ କରାଯାଇପାରୁ ନାହିଁ।
ଧରପଗଡ଼ ସତ୍ତ୍ୱେ କମୁନି ଗଞ୍ଜେଇ କାରବାର:ସନ୍ଦେହଘେରରେ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ଭୂମିକା
Posted inଆମ ଜିଲା ଖବର, କୋରାପୁଟ View All

ପୂଜାମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କରାଯିବ
କଟକ ଅଫିସ,୮।୧୦: କଟକର ୩ଟି ଥାନା ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପୁରୀଘାଟ ଥାନା ପକ୍ଷରୁ ସ୍ଥାନୀୟ ଟାଉନ ହଲଠାରେ ଆୟୋଜିତ...

ହୋମ କ୍ୱାରାଣ୍ଟାଇନ୍ରେ ଜିଲାର ୪,୭୭୩ ଜଣ
ଫୁଲବାଣୀ ଅଫିସ, ୨୮ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ...

ଆଜିଠୁ ଆଡ଼ପ ଦର୍ଶନ ସାଙ୍ଗକୁ ମିଳିବ ଅବଢ଼ା
ପୁରୀ ଅଫିସ,୩।୭: ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରଦ୍ଧାଳୁ ଆଜିଠାରୁ ଜନ୍ମବେଦୀ ଆଡ଼ପ ମଣ୍ଡପରେ ଦର୍ଶନ କରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ,...

୨୮ବର୍ଷ ହେଲା ସମ୍ପର୍କ ଯୋଡୁଛନ୍ତି ସୁଧାକର
ଖଇରା,୧୩।୬(ଡି.ଏନ.ଏ.): ଆଇସିକ୍ରମ ଖାଇବା କଥା ଶୁଣିଲେ ପିଲାମାନଙ୍କ ଖୁସି କହିଲେ ନ ସରେ। ବିଶେଷକରି ଖରାଦିନେ ଏହାର ଚାହିଦା ଅଧିକ। ଏବେ ପୁଣି ବଜାରରେ ମିଳୁଥିବା...

ଯୁବକଙ୍କୁ ଅପହରଣ ପରେ ହତ୍ୟା
ପାଟପୁର,୨୭ା୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଜଙ୍ଗଲରୁ ପାଟପୁର ପୋଲିସ ବୁଧବାର ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ...

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା
ଚିତ୍ରକୋଣ୍ଡା,୨୫।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର...

ବଜାର କମିଟି ନାଁରେ ଫେରାଦ ଘଟଣା : ଏସ୍ପିଙ୍କୁ ଭେଟିଲେ ବ୍ୟବସାୟୀ
କୋରେଇ,୭ା୬(ସ୍ବ.ପ୍ର.) : ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ବାହିନୀ ଗଠିତ ହୋଇଥିଲେ ମଧ୍ୟ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରାଚନାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରୁଥିବା...

ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱରେ ଚାଷୀ
ଆରଡ଼ି, ୬।୧(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ବୁଧବାର ଧାନ ମଣ୍ଡି ଖୋଲିଛି। ଚାଷୀମାନଙ୍କ ଧାନ ବିକ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ବିତ...