ବୈପାରୀଗୁଡ଼ା,୨ା୮(ଡି.ଏନ୍.ଏ.)-ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ ଓ ଆଦିବାସୀ ଭାଷା, ସଂସ୍କୃତି ପାଇଁ ଏକଦା ପରିଚିତ ଥିବା ଅବିଭକ୍ତ କୋରାପୁଟ ଏବେ ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଲାଣି। ଏଠାକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ବଦଳରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଜମୁଛି। ସେମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ବି ଅଛି। ଏଥିପାଇଁ ଶାନ୍ତିପ୍ରିୟ କୋରାପୁଟର ସାମାଜିକ ଓ ଅର୍ଥନୀତିକ ସମୃଦ୍ଧି ଏବେ ଧୂଳିସାତ୍ ହେବାରେ ଲାଗିଛି। କିଛି ମାସ ହେବ ବିଭିନ୍ନ ସମୟରେ ଗଞ୍ଜେଇ ଧରପଗଡ଼ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ପୋଲିସ ଏସବୁର ଶସ୍ତା ବାହାଦୁରି ନେଉଛି; କିନ୍ତୁ ବାସ୍ତବରେ ଏଭଳି ସ୍ଥିତି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୋଲିସର ଭୂମିକା ସନ୍ଦେହଘେରରେ ରହୁଛି।
ପୂର୍ବରୁ ମାଲକାନଗିରି ଜିଲା ବିଚ୍ଛିନାଞ୍ଚଳରେ କେତେକ ଆଦିବାସୀ ଲୁଚାଛପାରେ ପାହାଡ଼ିଆ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ କେତେକ ଆଦିବାସୀ ଏହାର ସେବନ କରୁଥିଲେ। ମାଲକାନଗିରି ଜିଲାରେ ରହୁଥିବା କେତେକ ବଙ୍ଗିୟ ଶରଣାର୍ଥୀ ତଥା ଉପକୂଳ ଅଞ୍ଚଳର ଛୋଟ ବ୍ୟବସାୟୀ ବସ୍ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଅନେକ ସମୟରେ ଧରା ବି ପଡୁଥିଲେ। ଅବିଭକ୍ତ କୋରାପୁଟରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଇବା ପରେ ଗଞ୍ଜେଇ କାରାବର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଚାଲାଣରେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଛି ା ପୂର୍ବରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାର ଜଣେ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ତତ୍କାଳୀନ ଏସ୍ପି ତାଙ୍କୁ ନିଲମ୍ବିତ କରିଥିଲେ। ବୋରିଗୁମ୍ମାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ଆଇଆରବି ବାଟାଲିୟନ କର୍ମଚାରୀ ଧରାପଡ଼ି ନିଲମ୍ବିତ ହୋଇଥିଲେ। ଏଥିରେ ଅନେକ ହୋମଗାର୍ଡଙ୍କ ସମ୍ପର୍କୀୟ ମଧ୍ୟ ଧରାପଡୁଛନ୍ତି। ନିୟମ ଅନୁସାରେ ଯେଉଁ ଜାଗାରେ ଗଞ୍ଜେଇ ଧରାପଡ଼େ, ସେଠାରେ ହିଁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜଉମୁଦ କରାଯାଏ ା କିନ୍ତୁ ଅନେକ ସମୟରେ ମାଜିଷ୍ଟ୍ରେଟ୍ କେବଳ ଔପଚାରିକ ଭୂମିକା ତୁଲାଉଛନ୍ତି। ଅନେକ ସମୟରେ ଗଞ୍ଜେଇ ଧରପଗଡ଼ ହେଲେ ପୋଲିସ ଗଣମାଧ୍ୟମକୁ ତୁରନ୍ତ ତଥ୍ୟ ଦେବା ବଦଳରେ ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ୨/୩ ଦିନ ହାଜତରେ ରଖୁଛି। ଗୁପ୍ତ ବୁଝାମଣା ହୋଇ ନ ପାରିଲେ ତାରିଖ ବଦଳେଇ ମାମଲା ରୁଜୁ କରାଯାଉଛି। ଯେତିକି ଗଞ୍ଜେଇ ଜବତ ହେଉଛି, ତାହାଠାରୁ କମ୍ ଉପସ୍ଥାପନ କରାଯାଉଛି। ଅଭିଯୁକ୍ତଙ୍କ ସଂଖ୍ୟାରେ ମଧ୍ୟ ଫରକ ରହୁଛି। ବହୁ ସମୟରେ ମାମଲା ଥାନାକୁ ଅଣା ନଯାଇ ବାହାରେ ରଫାଦଫା କରାଯାଉଛି। ଗଞ୍ଜେଇ ଚାଲାଣକାରୀଙ୍କୁ ଡକାୟତ ଦର୍ଶାଇ ଜେଲ୍ ପଠାଯାଉଛି ଓ ସେମାନଙ୍କର ମୁକୁଳିବା ବାଟ ସହଜ ହେଉଛି ା କୋରାପୁଟ ଜିଲାର ବୈପାରୀଗୁଡ଼ା ଓ ଲମତାପୁଟ ଥାନା ଇଲାକା ଦେଇ ମାଲକାନଗିରି ଜିଲାରୁ ପ୍ରାୟ ୯୦ ପ୍ରତିଶତ ଗଞ୍ଜେଇ ବାହାରକୁ ଚାଲାଣ ହେଉଛି ା କେବଳ ୧୦ ପ୍ରତିଶତ ଗଞ୍ଜେଇ ଧରାପଡୁଛି ା ଏବେ ଏହା ଲମତାପୁଟ ଓ ବୈପାରୀଗୁଡ଼ା ଇଲାକାରେ ମଧ୍ୟ ଚାଷ ହେଲାଣି ା କିଛି ମାସ ତଳେ ବୈପାରୀଗୁଡ଼ା ଥାନାର ବାଙ୍କୁଲି ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥିଲା ପୋଲିସ।
ଉଦ୍ବେଗର ବିଷୟ ହେଲା, ଏମ୍ଜିଏନ୍ଆର୍ଇଜିଏସ୍ରେ ମଜୁରି ଲାଗୁଥିବା ଶ୍ରମିକ ସ୍ବଳ୍ପ ମଜୁରି ପାଇବା ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି। ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଦୈନିକ ୨ରୁ ୩ ହଜାର ଟଙ୍କା ଦେଇ ତାଙ୍କରି କାନ୍ଧରେ ଗଞ୍ଜେଇ କାଉଡ଼ି ବୁହାଇ ମାଇଲ ମାଇଲ ବାଟ ସୁରକ୍ଷିତ ଭାବେ ଚାଲାଣ କରିନେଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର, ଯୁବକ ଗଞ୍ଜେଇ ନିଶାରେ ପଡୁଛନ୍ତି। ସିଗାରେଟ୍ରୁ ତମାଖୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚଢ଼ାଦରରେ ପାଦ ଦୋକାନରେ ବିକ୍ରି ହେଉଛି। ପୋଲିସ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଚାଲାଣକାରୀ ଧରାପଡୁଥିବା ବେଳେ ଗଞ୍ଜେଇ ଚାଷୀ, ସ୍ଥାନୀୟ ବେପାରୀ ଓ ଗୋଦାମ ମାଲିକଙ୍କ ବିରୋଧରେ ଅତି ନଗଣ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାଓବାଦୀ ଇଲାକାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଗଞେଇ ଚାଷକୁ ସମୂଳେ ଶେଷ କରାଯାଇପାରୁ ନାହିଁ।
ଧରପଗଡ଼ ସତ୍ତ୍ୱେ କମୁନି ଗଞ୍ଜେଇ କାରବାର:ସନ୍ଦେହଘେରରେ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ଭୂମିକା
Posted inଆମ ଜିଲା ଖବର, କୋରାପୁଟ View All
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…
ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…
ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ
ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…
ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା
ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…
ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…
ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…
୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…
କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…
ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…
ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…
ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…
Archives

