ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ ନାଁ ବାଦ୍‌ ଦିଆଯାଇଥିବାରୁ ଏଥିପାଇଁ ସେମାନେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେମାନେ ମୋଦିଙ୍କୁ ପାରମ୍ପରିକ ଶିରୋପା ଭେଟି ଦେଇଥିଲେ। ଶିଖ୍‌ ରାଜନୈତିକ ଶରଣାର୍ଥୀମାନଙ୍କୁ ଭିଜା ଓ ପାସ୍‌ପୋର୍ଟ ସେବା ଯୋଗାଇଦେବା ଲାଗି ସେମାନେ ମୋଦିଙ୍କୁ ଅନୁରୋଧ କରିଥିଲେ। ଗତ ସପ୍ତାହରେ କେନ୍ଦ୍ର ସରକାର କଳାତାଲିକାରୁ ବିଦେଶରେ ଥିବା ୩୧୨ ଜଣ ଶିଖ୍‌ଙ୍କ ନାଁ ହଟାଇଦେଇଥିଲେ। ଫଳରେ ସେମାନେ ଭାରତ ଫେରିବାର ସୁଯୋଗ ପାଇବେ। ଶିଖ୍‌ ସମ୍ପ୍ରଦାୟ ସହ ଆଲୋଚନାରେ ସେ ବହୁତ ଖୁସି ବୋଲି ମୋଦି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ସୀମାସ୍ତମ୍ଭରୁ ହଟିଲା ପାକିସ୍ତାନ

ଢାକା,୧୪ା୯(ଆଇଏଏନ୍‌ଏସ୍‌): ବାଂଲାଦେଶ ମୁକ୍ତି ଯୁଦ୍ଧର ୪୮ ବର୍ଷ ପରେ ଏହି ଦେଶର ସମସ୍ତ ସୀମାସ୍ତମ୍ଭ (ବୋର୍ଡର ପିଲାର)ରୁ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ୧୯୪୭ରେ ଦେଶ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ

ଜେନେଭା,୨୩ ।୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ...

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ...

୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧

ଲଣ୍ଡନ,୨୦ା୨(ପି.ଟି.): ବିଶ୍ୱର ବିକାଶଶୀଳ ଅର୍ଥନୀତି ମଧ୍ୟରୁ ବଛାଯାଇଥିବା ୧୦୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧ଟି ସ୍ଥାନ ପାଇଛି। ଟାଇମ୍ସ ହାୟର ଏଜୁକେଶନ୍ସ ଇମର୍ଜିଂ ଇକୋନୋମିଜ୍‌...

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା:୧୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଢାକା,୧୨।୧୧: ବାଂଲାଦେଶରେ ଏକ ବଡ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବ୍ରହ୍ମାନବରିଆ ଜିଲାର ମଙ୍ଗଳବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

ବ୍ରିଟେନ ସାଧାରଣ ନିର୍ବାଚନ ଲାଗି ମତଦାନ

ଲଣ୍ଡନ,୧୩।୧୨(ପି.ଟି.):ବ୍ରିଟେନରେ ପାଖାପାଖି ୧୦୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ସାଧାରଣ ନିର୍ବାଚନ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ଭୋଟକେନ୍ଦ୍ରଗୁଡିକରେ...

କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର...

Play 250+ Trending Games
Archives

Model This Week

Why Dharitri