ଧଉରାଗୋଠ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ

ବଇଣ୍ଡା,୫।୧୧(ଡି.ଏନ.ଏ.)

ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରାଗୋଠ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ପଲ୍ଲିସଭାରେ ବିରୋଧ କରାଯାଇଛି। ଏହି ବଡ଼ଧରଣର ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସ୍ଥାନୀୟ ଲୋକଙ୍କ ଦୀର୍ଘବର୍ଷର ଦାବି ପୂରଣ କରିବା ପାଇଁ ସରକାର ଚିନ୍ତା କରିଥିବାବେଳେ ଏବେ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବିଭିନ୍ନ ଅଞ୍ଚଳର ପ୍ରଜା ବିରୋଧ କରିବା ଚିନ୍ତାର ବିଷୟ ହୋଇଛି।
ସୋମବାର ଉପଖଣ୍ଡ ପ୍ରଶାସନ ଓ ମାନଜୋର ଜଳସେଚନ ବିଭାଗ ପକ୍ଷରୁ କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭେଜିଗୋଠ ଗ୍ରାମରେ ପଲ୍ଲିସଭା କରାଯାଇଥିଲା। ତେବେ ଗ୍ରାମବାସୀ ଏହି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ। ମାନଜୋର କନିଷ୍ଠଯନ୍ତ୍ରୀ ଉମାକାନ୍ତ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିସଭାରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ମାନଜୋର ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର, ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଗଡ଼ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ବିଲେଇନାଳୀ ସରପଞ୍ଚ ନବକିଶୋର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଦାନନ୍ଦ ପ୍ରଧାନ, କିଶୋରନଗର ବ୍ଲକ ଜିପିଓ ସୁଜତା ତ୍ରିପାଠୀ, ଓ୍ବାର୍ଡମେମ୍ବର ବୀଣାପାଣି ସାହୁଙ୍କ ସମେତ ଗ୍ରାମବାସୀ ଉକ୍ତ ପଲ୍ଲିସଭାରେ ଯୋଗ ଦେଇଥିଲେ। ସଭା ଆରମ୍ଭରୁ ଧଉରାଗୋଠ ଜଳସେଚନ ପ୍ରକଳ୍ପକୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀ କହିଥିଲେ ଯେ, ଏହି ପ୍ରକଳ୍ପ ହେଲେ ଗାଁ ସମ୍ପୂର୍ଣ୍ଣ ବୁଡ଼ିଯିବ। ଲୋକେ ସେମାନଙ୍କ ଭିଟାମାଟି ହରାଇ ବସିବେ। ୨ ଶହେରୁ ଊର୍ଦ୍ଧ୍ୱ ପରିବାର ସର୍ବସ୍ବ ହରାଇବେ। ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ଭଲ ଫସଲ ଉତ୍ପାଦନ ହେଉଛି। ତେଣୁ ଜମି ଚାଲିଗଲେ ସେମାନେ କିଭଳି ପରିବାର ଚଳାଇବେ। ତେଣୁ ମରିଯିବୁ ପଛେ ପ୍ରକଳ୍ପ ପାଇଁ ଇଞ୍ଚେ ବି ଜମି ଦେବୁନାହିଁ ବୋଲି ଗ୍ରାମବାସୀ କଡ଼ା ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ମତ ସମ୍ପର୍କରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି ଉପଜିଲାପାଳ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସେହିପରି ଲୁହାମୁଣ୍ଡାଠାରେ ମଧ୍ୟ ପଲ୍ଲିସଭା ବେଳେ କେତେ ଜମି କ୍ଷତିଗ୍ରସ୍ତ ହେଉଛି ତାହା ଘୋଷଣା ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଜମି ସର୍ଭେ କରି ଚିହ୍ନଟ କରିବା ପରେ ପଲ୍ଲିସଭା କରିବା ପାଇଁ ଲୁହାମୁଣ୍ଡା ଅଞ୍ଚଳବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଧଉରାଗୋଠ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଲୁହାମୁଣ୍ଡା ଅଞ୍ଚଳର ବହୁ ଲୋକ ଜୀବିକା ଭିଟାମାଟି ହରାଇବେ କହି ବିରୋଧ କରିଥିଲେ। ଏ ନେଇ ଉପଜିଲାପାଳ ବିଶ୍ୱାଳ କହିଛନ୍ତି, ଧଉରାଗୋଠ ଜଳସେଚନ ପ୍ରକଳ୍ପ ପାଇଁ ଭେଜିଗୋଠ ଓ ଲୁହାମୁଣ୍ଡା ଅଞ୍ଚଳରେ ହୋଇଥିବା ପଲ୍ଲିସଭା କରାଯାଇଥିଲା। ଅଞ୍ଚଳବାସୀ ବିରୋଧ କରୁଛନ୍ତି। ଏ ନେଇ ସରକାର ଓ ଜିଲାପାଳଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍‌ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ...

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୨୫୪ ଛାତ୍ରୀଛାତ୍ର

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ର ଜବାହର ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମୋଟ୍‌ ୨୫୪ ଜଣ ଛାତ୍ରୀଛାତ୍ର...

କରୋନା ମୁକାବିଲା: ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର,୧୪ା୫(ବ୍ୟୁରୋ)- କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର...

ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତ ଠିପି ଖୋଲା ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଏନେଇ...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ...

କୃଷିରେ ମନୋନିବେଶ ଲାଗି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଗହ୍ମାପୂର୍ଣ୍ଣିମା ଏକ ଗଣପର୍ବ ରୂପେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ। ଏହିଦିନ ଭଗବାନ ବଳରାମ ଜନ୍ମଗ୍ରହଣ କରିଥିଲେ। ଭାରତୀୟ...

ଚାଷୀଙ୍କୁ କ୍ଷତିପୂରଣ ନେଇ ଦାବିପତ୍ର

ବଡ଼ସାହି,୧୨ା୧୧(ସ୍ବ.ପ୍ର)- ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ବଡ଼ସାହି ବ୍ଲକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଧାନ ଓ ପରିବା ଚାଷର ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ...

Advertisement
Archives

Model This Week