ଦୟା, ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳମଗ୍ନ: ଲୋକେ ଆତଙ୍କିତ

କଣାସ, ୧୦।୯(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ଓ ରାଜୁଆ ନଦୀରେ ଜଳ ପତ୍ତନ ବୃଦ୍ଧିପାଇଛି। କଣାସଠାରେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୫.୨୨ମିଟର ଜଳ ପ୍ରବାହିତ ହେଉଛି। ଫଳରେ ଏହି ଦୁଇ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି। ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ତ୍ରିଲୋଚନପୁର, କଣାସ, ସିରେଇ, ବିଜିପୁର, ଅଣ୍ଡାରସିଂହ, ନନ୍ଦିଗୋଦା, ଗଡସାହି, ଖଣ୍ଡହତା, ଜାମଳଗୋଦା, ଆଳିବାଡ, ଗଡିଶାଗୋଦା ଗ୍ରାମପଞ୍ଚାୟତର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ମାଧିପୁର କାଜରୁ ବନ୍ୟାଜଳ ନିଷ୍କାସିତ ହୋଇ ଏହି ଅଞ୍ଚଳରେ ମାସ ମାସ ଧରି ଜମିରହି ବିଭିନ୍ନ ସମସ୍ୟା ସୃଷ୍ଟି କରିବ। କଣାସ-ଗୋଳବାଇ ରାସ୍ତାର ଦୋକନ୍ଦା ନିକଟରେ ୩ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ଯାତାୟତ ବନ୍ଦ ରହିଛି। ଦୋକନ୍ଦା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା ଗାଁ ଦାଣ୍ଡରେ ବନ୍ୟା ପାଣି ଜମିଛି। କଣାସ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମକରା ବେହେରା କଣାସଠାରେ ଉପସ୍ଥିତ ରହି ନଦୀବନ୍ଦର ସୁରକ୍ଷା ଦିଗରେ ଧ୍ୟାନ ଦେଉଛନ୍ତି। ଚାଷ ଜମିଗୁଡିକରେ ବନ୍ୟାଜଳ ଜମିରହି ଲହଡା ଭାଙ୍ଗୁଛି। ପାଣିରେ ଧାନଗଛ ବୁଡିଯିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚତ୍ ନ ଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବନ୍ଧର ସୁରକ୍ଷା ପାଇଁ ବାଲି ବସ୍ତା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ ମାଡ଼ ମାରିବା ଘଟଣା: କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଏକ ଗାଁକୁ ଯାଇ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବୁଧବାର ବିଧାନସଭାରେ ତୁମ୍ବିତୋଫାନ ଦେଖିବାକୁ...

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୮୦୪୦ରେ ପହଞ୍ଚିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ...

କୃଷି ଋଣ ଛାଡ, ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ

ଭୁବନେଶ୍ବର, ୮।୧୨(ବ୍ୟୁରୋ): ତୁରନ୍ତ କୃଷି ଋଣ ଛାଡ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି।...

ଟିକା ନେଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧(ବ୍ୟୁରୋ) : ଆଜି ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ସେମାନଙ୍କ ସହ କଥା...

ବିଶ୍ୱ ପରିବେଶ ଦିବସ: ବ୍ରହ୍ମକ୍ଷେତ୍ରରେ ବୃକ୍ଷରୋପଣ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ବ୍ରହ୍ମକ୍ଷେତ୍ର ପୀଠରେ ଜୁନ୍‌ ୫ ତାରିଖରେ ବିଶ୍ୱପରିବେଶ ଦିବସ ପାଳିତ ହୋଇଛି। ଏହି ଅବସରରେ ବ୍ଲକର...

୪୦% ବିଦେଶ ଫେରନ୍ତା ଦେଇଛନ୍ତି ଭୁଲ ଠିକଣା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଚିନ୍ତା ଘାରିଛି । ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏ ଯାଏ କେହି...

ଜିଲାପାଳଙ୍କ ନିୟମ ନ ମାନି ଘରକୁ ପଳାଇଥିଲେ: ବିଇଓଙ୍କୁ ସଙ୍ଗରୋଧରେ ରଖିଲେ ତହସିଲଦାର

ଦାରିଙ୍ଗବାଡି,୧୬।୭(ଡି.ଏନ୍‌.ଏ.)-ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ...

Advertisement
Archives

Model This Week