ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିବେ। ସେହିପରି ପୁରୀର କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ କ୍ଷେତ୍ରୀୟ ତାଲିମ ଶିବିରକୁ ଫେବୃୟାରୀ ୧୨ ତାରିଖରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମ୍ୟାନମାର, ଶ୍ରୀଲଙ୍କା ଓ ନେପାଳ ଯୋଗ ଦେବେ। ତେବେ ଭୁଟାନ ଓ ଥାଇଲାଣ୍ଡ ଏହି ଅଭ୍ୟାସରେ ଭାଗ ନେବେ ନାହିଁ। ସୋମବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏନ୍‌ଡିଆର୍‌ଏଫ୍‌ର ଡାଇରେକ୍ଟର ଜେନେରାଲ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମିଳିତ ଭାବେ ଏହି ସୂଚନା ଦେଇଛନ୍ତି।
୩ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଫେବୃୟାରୀ ୧୧ ତାରିଖରେ ଉଦ୍‌ଘାଟନ ସହିତ କ୍ଷତିଗ୍ରସ୍ତ ଅଟ୍ଟାଳିକା ଉପରେ ଟେବୁଲ ଟପ ଅଭ୍ୟାସ, ୧୨ ତାରିଖରେ କୋଣାର୍କ ସ୍ଥିତ ରାମଚଣ୍ଡୀଠାରେ ଜଳର ବିପର୍ଯ୍ୟୟ ପ୍ରତିକ୍ରିୟା ଦ୍ୱାରା ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ଉପରେ ତାଲିମ ଅଭ୍ୟାସ ଏବଂ ୧୩ ତାରିଖରେ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଅନୁଶୀଳନ, ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ନୀତି ନିର୍ଦ୍ଧାରଣ ଆଲୋଚନା ଆଦି ସାମିଲ ହେବ।
ରାମଚଣ୍ଡୀଠାରେ ଏକ ଅଭ୍ୟାସ ଗ୍ରାମ ପ୍ରତିଷ୍ଠା କରାଯାଇଛି। ବିପର୍ଯ୍ୟୟରୁ ଐତିହ୍ୟସ୍ଥଳକୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଅଭ୍ୟାସ କରାଯିବ। ପୂର୍ବରୁ ୨୦୧୯ ନଭେମ୍ବରରେ ପୁରୀଠାରେ ପ୍ରଥମ ଦଫା ପ୍ରସ୍ତୁତି ବୈଠକ କରାଯାଇ ମୁଖ୍ୟ ଅଭ୍ୟାସ ସମୟରେ କ୍ଷେତ୍ର ପ୍ରଶିକ୍ଷଣ ନିମନ୍ତେ କ୍ଷେତ୍ର ପ୍ରଦର୍ଶନ କରି ସ୍ଥାନ ନିରୂପଣ କରାଯାଇଥିଲା। ଏହି ଅଭ୍ୟାସରେ ୟୁଏନ୍‌ଡିପି, ଅନ୍ତର୍ଜାତୀୟ ଖୋଜିବା ଓ ଉଦ୍ଧାରକାରୀ ଦଳ, ସାଂସ୍କୃତିକ ସମ୍ପତ୍ତି ସଂରକ୍ଷଣ ଏବଂ ଅଧ୍ୟୟନ ପାଇଁ ଅନ୍ତର୍ଜାତୀୟ କେନ୍ଦ୍ର ସହ ବିିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri