Posted inଖେଳ

ଦ୍ୱିତୀୟ ଟି୨୦: ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ

ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୯ ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟସ୍‌ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୭ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ୧୮.୩ ଓଭରରେ ୨ ଉଇକେଟ ହରାଇ ୧୭୩ ରନ କରି ବିଜୟୀ ହୋଇଛି। ଏଥିସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ ସ୍ତରକୁ ଆସିଛି। ସିମନ୍ସ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ସିମନ୍ସ ଓ ଇଭିନ ଲୁଇସ୍‌ ୫୯ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ୩ଟି ଲେଖାଏ ଚୌକା ଓ ଛକା ସହ ୩୫ ବଲରୁ ୪୦ ରନ କରିଥିବା ବେଳେ ଲୁଇସ୍‌ ସୁନ୍ଦରଙ୍କ ବଲ୍‌ରେ ଉଇକେଟକିପର ରିଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଏହାପରେ ୩ ଛକା ସହ ୧୪ ବଲରୁ ୨୩ ରନ କରି ସିମରନ ହେଟମେର ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ। ସିମନ୍ସ ୪୫ ବଲରୁ ୪ ଚୌକା ଓ ୪ ଛକା ସହ ୬୭ ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୨୯ ବଲରୁ ଦ୍ରୁତ ଅପରାଜିତ ୬୧ ରନ କରିଥିଲେ। ବୋଲିଂରେ ଭାରତ ପାଇଁ ସୁନ୍ଦର ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଏକଦା ଭଲ ସ୍ଥିତିରେ ଥିଲା ଓ ୨୦୦ ପାଖାପାଖି ରନ ସଂଗ୍ରହ କରିବା ଆଶା କାରାଯାଉଥିଲା। ତେବେ ଡେଥ୍‌ ଓଭରରେ ମାପ୍‌ଚୁପ୍‌ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ଏହି ସୁଯୋଗ ଦେଇ ନ ଥିଲେ। ବ୍ୟାକ ଅଫ୍‌ ଲେନ୍ଥ ସ୍ଲୋ ଏବଂ ଶର୍ଟ ବୋଲିଂ କରି ବୋଲରମାନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅନ୍ତିମ ୫ ଓଭରରେ ଭାରତ ମାତ୍ର ୩୮ ରନ ସଂଗ୍ରହ କରିଥିଲା। ଓ୍ବେଷ୍ଟଇଣ୍ଡିଜ ବୋଲର ୧୩ ଓ୍ବାଇଡ ଓ ୨ଟି ନୋ ବଲ ପକାଇଥିଲେ।
ଦୁଇ ତାରକା ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ ମ୍ୟାଚ୍‌ରେ ୬୨ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ରାହୁଲ ୧୧ ରନ କରି ଖରି ପିଏରଙ୍କ ବଲ୍‌ରେ ଡିପ୍‌ ସ୍କୋୟାର ଲେଗ୍‌ରେ ସିମରନ ହେଟମେରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୧୫ ରନ କରି ଇନିଂସକୁ ଆଗେଇ ନେଉଥିବା ବେଳେ ରୋହିତ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ଏହାର ଭରପୂର ଉପଯୋଗ କରିଥିଲେ। ସେ ପଡିଆର ସବୁଆଡକୁ ଶଟ୍‌ମାନ ଖେଳି ୩୦ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୪ ଛକା ସହ ୫୪ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଇନିଂସକୁ ଆଗେଇ ନେଉଥିବା ବେଳେ ହେଡେନ ଓ୍ବାଲ୍ସଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ଯାଇ କଭରରେ ହେଟମେରଙ୍କୁ କ୍ୟାଚ୍‌ ଦେଇଥିଲେ। ସେ ଏଥିସହ କ୍ୟାରିୟରର ପ୍ରଥମ ଟି୨୦ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ୯୪ରନର ଦ୍ରୁତ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଅଧିନାୟକ କୋହଲି ଫେଲ୍‌ ମାରିଥିଲେ। ୨ ଚୌକା ସହ ୧୭ ବଲରୁ ୧୯ ରନ କରିଥିବା ବେଳେ ସେ କେସରିକ ଓ୍ବିଲିୟମ୍ସଙ୍କ ବଲ୍‌କୁ କଟ୍‌ କରିବାକୁ ଯାଇଥିଲେ। ତେବେ ତାଙ୍କ ଟାଇମିଂ ଠିକ୍‌ ନ ଥିଲା। ଫଳରେ ଶଟ୍‌ ଥାର୍ଡମ୍ୟାନରେ ଲେଣ୍ଡେଲ ସିମନ୍ସଙ୍କୁ କ୍ୟାଚ୍‌ ଦେଇ କୋହଲି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶିବମ୍‌ ୪୧ ରନ କରିଥିଲେ। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୨୨ ବଲରୁ ୩ ଚୌକା ଓ ଗୋଟିଏ ଛକା ସହ ୩୩ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତେବେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଶ୍ରେୟାସ ଆୟାର ୧୦, ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିପାରି ନ ଥିଲେ। ଦୀପକ ଚହର ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଓ୍ବାଲ୍ସ ଓ ଓ୍ବିଲିୟମ୍ସ ୨ଟି ଲେଖାଏ, ଶେଲଡନ କଟ୍ରେଲ, ପିଏର ଓ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୭୦/୭
(ଶିବମ ଦୁବେ- ୫୪, ରିଷଭ ପନ୍ତ- ୩୩*, ବିରାଟ କୋହଲି- ୧୯, ରୋହିତ ଶର୍ମା- ୧୫, ହେଡନ ଓ୍ବାଲ୍ସ- ୨/୨୮, କେସରିକ ଓ୍ବିଲିୟମ୍ସ- ୨/୩୦)।
ଓ୍ବେଷ୍ଟଇଣ୍ଡିଜ ୧୮.୩ ଓଭରରେ ୧୭୩/୨
(ଲେଣ୍ଡେଲ ସିମନ୍ସ- ୬୭*, ଇଭିନ ଲୁଇସ୍‌- ୪୦, ନିକୋଲାସ ପୁରାନ- ୩୮*, ଓ୍ବାଶିଂଟନ ସୁନ୍ଦର- ୧/୨୬, ରବୀନ୍ଦ୍ର ଜାଡେଜା- ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri