Posted inଖେଳ

ଦ୍ୱିତୀୟ ଟି୨୦ ଆଜି : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ରାଜକୋଟ, ୭।୧୧(ପି.ଟି.)- ଦିଲ୍ଲୀରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ୧-୧ ସମାନସ୍ତରକୁ ଆଣିବା ଲକ୍ଷ୍ୟରେ ରହିଛି। ବାତ୍ୟା ‘ମହା’ ଏହି ମ୍ୟାଚ୍‌କୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।
ରବିବାର ପ୍ରଦୂଷଣ ପ୍ରଭାବିତ ପ୍ରଥମ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପରାସ୍ତ ହୋଇଥିଲା। ପାଉଣାକୁ ନେଇ ଷ୍ଟ୍ରାଇକ କରିଥିବା ବାଂଲାଦେଶ ଖେଳାଳିମାନେ ବିବାଦରେ ଛନ୍ଦି ହୋଇପଡିଥିଲେ। ପୁଣି ତାରକା ଅଲରାଉଣ୍ଡର ଶକବ ଅଲ ହାସନ ଓ ଅନ୍ୟ କେତେଜଣ ବରିଷ୍ଠ କ୍ରିକେଟରଙ୍କ ଅନୁପସ୍ଥିତି ସତ୍ତ୍ୱେ ବାଂଲାଦେଶ ଦମ୍‌ଦାର ପ୍ରଦର୍ଶନ କରି ଭାରତକୁ ଚକ୍‌ମା ଦେଇଥିଲା। ଏହା ନିଶ୍ଚିତ ଭାବେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟକୁ ବ୍ୟଥିତ କରିଥିବ। ଟେଷ୍ଟ ଓ ଦିନିକିଆରେ ଭାରତ ଯେଉଁଭଳି ସଫଳତା ଅର୍ଜନ କରିଛି ଟି୨୦ରେ ଅବଶ୍ୟ ଆଶାନୁରୂପ ଭାବେ ସଫଳ ହୋଇନାହିଁ। ଏହି ଫର୍ମାଟରେ ଭାରତ ଅବଶ୍ୟ ଉନ୍ନତ ପ୍ରଦର୍ଶନ କରିବାକୁ ଚାହିଁବ। ଭାରତ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ପରାସ୍ତ ହୋଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜକୁ ଡ୍ର ରଖିଥିଲା। ଅବଶ୍ୟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ୍‌ ସୁଇପ୍‌ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ସମେତ କେତେଜଣ ସିନିୟର କ୍ରିକେଟରଙ୍କ ଅନୁପସ୍ଥିତି ଦଳରେ ସାମିଲ ହୋଇଥିବା ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଯୁବ ଖେଳାଳିମାନେ ନିଜ ପ୍ରତିଭା ଓ ଦକ୍ଷତା ପ୍ରମାଣ କରିବାର ଭରପୂର ସୁଯୋଗ ପାଇବେ।
ତେବେ ବାତ୍ୟା ‘ମହା’ ପ୍ରଭାବ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା। ମ୍ୟାଚ୍‌ ଦିନ ହିଁ ଏହି ବାତ୍ୟା ଗୁଜରାଟ ଉପକୂଳକୁ ଛୁଇଁବ। ପ୍ରଥମ ମ୍ୟାଚ୍‌ରେ ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ବୋଲି ଭାରତୀୟ କାମଚଳା ଅଧିନାୟକ ରୋହିତ ଶର୍ମା ସ୍ବୀକାର କରିଛନ୍ତି। ପଡିଆରେ ଭାରତ ଭଲ ଖେଳି ନ ଥିଲା। କେତୋଟି ତ୍ରୁଟିପୂର୍ଣ୍ଣ ଡିଆରଏସ୍‌ ଦଳ ପାଇଁ ମହଙ୍ଗା ପଡିଥିଲା ବୋଲି ସେ କହିଛନ୍ତି। ଏହି ପରାଜୟ ଅବଶ୍ୟ ଭାରତର ଆଖି ଖୋଲିଦେଇଛି। ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଫର୍ମ ଓ ଷ୍ଟ୍ରାଇକ୍‌ରେଟ୍‌ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଯଦି ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୁଏ ତାହେଲେ ସିରିଜ ପରାଜୟବରଣ କରିବ। ଏପରିସ୍ଥଳେ ଭାରତୀୟ ଦଳ ବହୁ ପ୍ରଶ୍ନର ସମ୍ମୁଖୀନ ହେବ। ଆଉ ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଟି୨୦ରେ ଭାରତ ମାତ୍ର ୧୪୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ଅତି ସୁନ୍ଦରଭାବେ ବ୍ୟାଟିଂ କରି ଦଳକୁ ଜିତାଇଥଲେ।
ଧାଓ୍ବନ ୪୨ଟି ବଲ୍‌ ଖେଳି ମାତ୍ର ୪୧ ରନ ସଂଗ୍ରହ କରିଥିଲେ। ଯଦି ଆଗାମୀ ଦୁଇଟି ମ୍ୟାଚ୍‌ରେ ସେ ଭଲ ନ ଖେଳନ୍ତି ତାହେଲେ ତାଙ୍କ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ସେହିପରି ଲୋକେଶ ରାହୁଲ ଟେଷ୍ଟ ଦଳରୁ ସ୍ଥାନ ହରାଇବା ପରେ ଟି୨୦ ଦଳରେ ସ୍ଥାନ ପକ୍କା କରିବାକୁ ଚାହାନ୍ତି। ତେବେ ତାଙ୍କୁ ଏଥିପାଇଁ ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାରଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ଦୁଇ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ଶିବମ ଦୁବେ ନିରାଶ କରିଥିଲେ। ଏହି ମ୍ୟାଚ୍‌ରେ ଯୁବ ଖେଳାଳିମାନଙ୍କୁ ନିଜ ଚୟନର ଯଥାର୍ଥତା ପ୍ରତିପାଦନ କରିବାକୁ ହେବ। ମ୍ୟାଚ୍‌ ପରିସ୍ଥିତି ନେଇ ଏମାନଙ୍କୁ ଖେଳିବାକୁ ହେବ। ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ ମ୍ୟାନେଜମେଣ୍ଟ ଶିବମ ଦୁବେଙ୍କୁ ଖେଳାଇବ କି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଖେଳାଇବ ତାହା ଦେଖିବାକୁ ବାକି ରହିଲା। ଯଦି କର୍ନାଟକ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଖେଳନ୍ତି ତାହେଲେ ଏମାନଙ୍କ ମଧ୍ୟରୁ ଜଣକୁ ବେଞ୍ଚ୍‌ରେ ବସିବାକୁ ପଡିବ।
ଅନଭିଜ୍ଞ ବୋଲିଂ ବିଭାଗ ଭାରତ ପାଇଁ ଚିନ୍ତା ସୃଷ୍ଟି କରିଛି। ଦ୍ରୁତ ବୋଲର ଖଲିଲ ଅହମ୍ମଦ ୪ ଓଭରରେ ୩୭ ରନ ବ୍ୟୟ କରିଥିଲେ। ୧୯ତମ ଓଭରରେ ସେ କ୍ରମାଗତ ୪ଟି ଚୌକା ଦେଇଥିଲେ। ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇପାରେ। ସେହିପରି ସ୍ପିନର ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ରନ୍‌ ରୋକିବା ସହିତ ବ୍ରେକ୍‌ ଥ୍ରୁ ଦେବା ନିହାତି ଜରୁରୀ ହୋଇପଡିଛି।
ଅପରପକ୍ଷରେ ୯ଟି ମ୍ୟାଚ୍‌ ଖେଳି ବାଂଲାଦେଶ ଭାରତ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ହାସଲ କରି ବେଶ୍‌ ଉତ୍ସାହିତ ହୋଇପଡିଛି। ଆଉ ଏକ ମ୍ୟାଚ୍‌ ଜିତି ବାଂଲାଦେଶ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ତାମିମ ଇକବାଲ ଓ ଶକିବଙ୍କ ଅନୁପସ୍ଥିତିରେ ମୁସ୍‌ଫିକର ରହିମ ଆଉ ଏକ ଦମ୍‌ଦାର ଇନିଂସ ଖେଳିବେ ଓ ବାଂଲାଦେଶ ସ୍ପିନର ଅମିନୁଲ ଇସ୍‌ଲାମ ଓ ଦ୍ରୁତ ବୋଲର ସଫିଉଲ ଇସ୍‌ଲାମ ପୁଣି ଥରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ ଭାରତ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ଫଳରେ ଏହି ମୁକାବିଲାରେ ସଂଘର୍ଷପୂର୍ଣ୍ଣ ଓ ରୋମଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ରାହୁଲ ଚହର, ଶିଖର ଧାଓ୍ବନ, ଶିବମ୍‌ ଦୁବେ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା, ରିଷଭ ପନ୍ତ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର।
ବାଂଲାଦେଶ ଦଳ: ମହମୁଦୁଲ୍ଲା ରିୟାଦ (ଅଧିନାୟକ), ତାଇଜୁଲ ଇସ୍‌ଲାମ, ମହମ୍ମଦ ମିଥୁନ, ଲିଟନ କୁମାର ଦାସ, ସୌମ୍ୟ ସରକାର, ନାଇମ ଶେଖ, ମୁସ୍‌ଫିକର ରହିମ, ଅଫିପ୍‌ ହୋସେନ, ମୋସାଡେକ ହୋସେନ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନୀ, ଅବୁ ହାଇଦର, ଅଲ- ଅମିନ ହୋସେନ, ମୁସ୍ତାଫିଜୁର ରହମାନ ଓ ସାଫିଉଲ ଇସ୍‌ଲାମ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ରାଜକୋଟ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri