Posted inଖେଳ

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୋଚ୍‌ଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ। ହକି ଇଣ୍ଡିଆ ପୂର୍ବରୁ ବି.ଜେ. କାରିଆପ୍ପା ଓ ରମେଣ ପଠାନିଆଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିସାରିଛି। ୭୦ ବର୍ଷୀୟ ରମେଶଙ୍କ ଆବେଦନ ପତ୍ରରେ ୧୯୮୦ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ଅଧିନାୟକ ବାସୁଦେବନ ବାସ୍କରନ, ପୂର୍ବତନ ଜାତୀୟ କୋଚ୍‌ ଏମ୍‌.କେ କୌଶିକ୍‌, ଦିଲୀପ ତିର୍କୀ ଓ ଆଶିଷ ବଲାଲଙ୍କ ସମେତ ଅନ୍ୟକେତେଜଣଙ୍କ ସମର୍ଥନ ରହିଛି। ରମେଶ ଜଣେ ଜୁନିୟର ଖେଳାଳିରୁ ଜାତୀୟ କୋଚ୍‌ ହୋଇପାରିଥିଲେ। ତାଙ୍କ ହକି କ୍ୟାରିୟରରେ ଉତ୍‌ଥାନ ଓ ପତନ ଏବଂ ସଫଳତା ଓ ବିଫଳତାର ଯଥେଷ୍ଟ ଅନୁଭୂତି ରହିଛି। ୨୦୧୫ରୁ ସେ କର୍ନାଟକ ହକି ଏକାଡେମୀରେ ଯୁବ ପ୍ରଭାମାନଙ୍କ ମେଣ୍ଟର ଉପଦେଷ୍ଟା ଭାବେ କାର୍ଯ୍ୟକରି ଆସୁଛନ୍ତି। ରମେଣ ୧୯୬୯ରେ ମହୀଶୂର ତରଫରୁ ଜାତୀୟ ଜୁନିୟର ଚାମ୍ପିୟନଶିପ୍‌ ଖେଳିଥିଲେ। ୧୯୭୮ରେ ସେ ଜାତୀୟ ଦଳର ସଦସ୍ୟ ହୋଇ ପାରିଥିଲେ। ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ଏକ ରୌପ୍ୟ ଜିତିବାରେ ସମର୍ଥ ହୋଇଥିଲେ। ବାଙ୍ଗାଲୋରସ୍ଥିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଯୋଗଦାନ ପରେ ରମେଶ ୧୯୮୫ରେ ଜାତୀୟ ସିନିୟର ଚାମ୍ପିୟନଶିପ୍‌ ପାଇଁ କର୍ନାଟକ ଦଳକୁ ଟ୍ରେନିଂ ଦେଇଥିଲେ। ଦଶନ୍ଧି ପରେ ଭାରତୀୟ ଦଳର ସହକାରୀ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ପରେ ସେ ଇଣ୍ଡିଆନ ଅଏଲ୍‌ ଦଳ ଦାୟିତ୍ୱରେ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଜାତୀୟସ୍ତରରେ ଅନେକ ଟୁର୍ନାମେଣ୍ଟ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri