ଦ୍ରୁତ ଗତିରେ ଚାଲିଛି ବାଲିଗୁଡ଼ା ରଥକାମ

ବାଲିଗୁଡ଼ା,୨୯।୬(ଡି.ଏନ୍‌.ଏ.): ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲା ବାଲିଗୁଡ଼ାରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ଜଗନ୍ନାଥ ମନ୍ଦିର ନିକଟ ଜଗନ୍ନାଥ ମାର୍କେଟ ପରିସର ମଧ୍ୟରେ ଦ୍ରୁତ ଗତିରେ ଚାଲିଛି। ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହେବା ସହ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି। ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରାଯିବ ସେ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଟ୍ରଷ୍ଟର ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ତିନୋଟି ରଥରେ ରଙ୍ଗିନ୍‌ ସାଜସଜ୍ଜା କାର୍ଯ୍ୟରେ ବାଲିଗୁଡ଼ା ନୂଆସାହିର ଦକ୍ଷ କାରିଗରମାନେ ଲାଗିପଡ଼ିଛନ୍ତି। ଦୁଇତିନି ଦିନ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ ବୋଲି କାରିଗରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଅଭିଯୋଗ : ପ୍ରତିବାଦରେ ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବୁଧବାର ଜିଲା...

ସରପଞ୍ଚଙ୍କୁ ଆକ୍ରମଣ, ଗଁ। ପୁଣି ଅଶାନ୍ତ

ଦିଗପହଣ୍ଡି,୧୬ା୨(ଡି.ଏନ୍‌.ଏ.) – ଦିଗପହଣ୍ଡି ବ୍ଲକ କରପଡା ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ବିପକ୍ଷ ଗୋଷ୍ଠୀର ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଶନିବାର ଅପରାହ୍ନରେ ଗାଳିଗୁଲଜ କରିଥିଲେ।...

ଶଟ୍‌ଡାଉନ୍‌ରେ ଗଞ୍ଜାମ ସହର ପ୍ରଭାବିତ

ଗଞ୍ଜାମ,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ସପ୍ତାହକୁ ଦୁଇଦିନ ଅର୍ଥାତ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ସ୍ପେଶାଲ ଡ୍ରାଇଭରେ ଦିଆଗଲାଣି ୭୭.୯୬ କୋଟି ଋଣ

ଛତ୍ରପୁର,୫ା୧୦(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ଖେଳପଡିଆରେ ଗଞ୍ଜାମ ଜିଲାର ସମସ୍ତ ବ୍ୟାଙ୍କକୁ ନେଇ ଚାଲିଥିବା ଗ୍ରାହକ ସମ୍ପର୍କ, ଋଣ ବଣ୍ଟନ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି...

ମଦ ଜବତ, ୩ ଗିରଫ

ଆର,ଉଦୟଗିରି,୧୫ା୪(ଡି.ଏନ୍‌.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆର. ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ ଆସିସାହି, ଖଜୁରିପଦା...

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ : ଯୁବକ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମହାମାରୀ କରୋନାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ...

ଗ୍ରାମ୍ୟ ସଭାପତିଙ୍କୁ ପିଟି ପିଟି ମାରିଦେଲେ

ଗଞ୍ଜାମ,୨୬ା୧୧(ଡି.ଏନ.ଏ.): ପୂର୍ବ ଶତ୍ରୁତାରୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଇରାଶି ପଞ୍ଚାୟତର କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀଙ୍କୁ ଶୁକ୍ରବାର ଠେଙ୍ଗାରେ ପିଟି ହତ୍ୟା କରାଯାଇଛି।...

ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୨୦-୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ...

Advertisement
Archives

Model This Week