Posted inଖେଳ

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଦୋହାର ଆସପାୟାର ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି। ଫଳରେ ଏହି ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହି ଯୁବ ଫୁଟବଲରମାନେ ଦିଲ୍ଲୀ ଡାଇନାମୋସ (ଏବେକାର ଓଡ଼ିଶା ଏଫ୍‌ସି)ର ୧୮ ବର୍ଷରୁ କମ୍‌ ଦଳର ସଦସ୍ୟ ଥିଲେ। ୨୦୧୮-୧୯ ସେସନରେ ଏମାନେ ଦିଲ୍ଲୀ ଜୋନ୍‌ରେ ଏଲିଟ ଲିଗ୍‌ରେ ନିଜ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ମଣିପୁର ଟିନ୍‌ଏଜର ରୁବେନ ପିଲାବେଳୁ ପିତାଙ୍କୁ ହରାଇଥିଲେ। ତାଙ୍କ ଭାଇ ଏବେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କ ମା ମଧ୍ୟ ବିଭିନ୍ନ କାରଣରୁ ଗୁରୁତର ଭାବେ ଅସୁସ୍ଥ ରହିଆସୁଛନ୍ତି। କିନ୍ତୁ ରୁବେନ ଫୁଟବଲକୁ କ୍ୟାରିୟର ରୂପେ ଚୟନ କରିଥିଲେ ଓ ଏବେ ଏହା କାମରେ ଆସୁଛି। ଆସପାୟାର ହେଉଛି ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ। ଏଠାରେ ପ୍ରଶିକ୍ଷଣ ନେଇ ଏବେ ମୁଁ ନିଜକୁ ଜଣେ ଉନ୍ନତ ଖେଳାଳିରେ ପରିଣତ କରିଛି। ଅଧିକ ଦାୟିତ୍ୱ ସମ୍ପନ୍ନ ହେବା ସହ ମୋର ଟେକ୍‌ନିକ୍‌ରେ ମଧ୍ୟ ଉନ୍ନତି ହୋଇଛି ବୋଲି ରେଉବେନ୍‌ କହିଛନ୍ତି। ରେଉବେନ ୨୦୧୮ ଜାନୁୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ।
ସେହିପରି ଦିଲ୍ଲୀ ଡିଫେଣ୍ଡର ଦେବେନ ୨୦୧୮ ଫେବୃୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଦେବେନ ଉନ୍ନତ ପ୍ରଦର୍ଶନ କରି କ୍ଲବ ଓ ଦେଶକୁ ଗର୍ବିତ କରାଇବା ଲକ୍ଷ୍ୟରେ ରହିଛନ୍ତି। ଦୋହାରେ ଟ୍ରେନିଂର ଅଭିଜ୍ଞତା ବେଶ୍‌ ଭଲ ଥିଲା। ସେଠାରେ ଭିତ୍ତିଭୂମି ଓ ସୁବିଧାସୁଯୋଗ ବିଶ୍ୱସ୍ତରୀୟ ବୋଲି ସେ କହିଛନ୍ତି। କୋଚ୍‌ମାନେ ପେସାଦାର ଢଙ୍ଗରେ ପ୍ରଶିକ୍ଷଣ ଦେଉଥିଲେ। ସେହିପରି ଏଭଳି ଏକ ବିଶ୍ୱସ୍ତରୀୟ ଏକାଡେମୀରେ କୋଚିଂ ନେଇ ସିଭିଏଲ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଖୁସି ଜାହିର କରିଛନ୍ତି। ଏହି ପ୍ରଶିକ୍ଷଣରୁ ଆମେ ବହୁତ କିଛି ଶିକ୍ଷା କରିଛୁ ବୋଲି ରେମଟଲୁଆଙ୍ଗା କହିଛନ୍ତି। ଭବିଷ୍ୟତରେ ଏହା ଆମର କାମରେ ଆସିବ। ଏହି ପ୍ରଶିକ୍ଷଣ ନେବା ଦ୍ୱାର ଆମର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଛି।
ଉଲ୍ଲେଖଥାଉ କି, ଓଡ଼ିଶା ଏଫ୍‌ସି ଦୋହାର ଏହି ଏକାଡେମୀ ସହ ୨୦୧୭-୧୮ରୁ ଜଡିତ ରହିଆସିଛି। ଡିଫେଣ୍ଡର ଶୁଭମ ଷଡଙ୍ଗୀ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଏବେ ସେ ଓଡ଼ିଶା ଏଫ୍‌ସିର ସିନିୟର ଦଳରେ ନିୟମିତ ଭାବେ ଖେଳିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ କରିବ ହାଇଦ୍ରାବାଦ

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୨୧ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ଟେଷ୍ଟ କ୍ରିକେଟରୁ ଅମିରଙ୍କ ସନ୍ନ୍ୟାସ

କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି...

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି।...

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌...

ପିଟି ଉଷାଙ୍କୁ ଭେଟେରାନ ପିନ୍‌ ସମ୍ମାନ

ନୂଆଦିଲ୍ଲୀ,୨୫।୯(ପିଟି): ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଓ ଅଲିମ୍ପିଆନ ପିଟି ଉଷାଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) ଭେଟେରାନ ପିନ ପୁରସ୍କାର ମିଳିଛି।...

ଭାରତୀୟ ଫୁଟ୍‌ବଲ ସଂକଟରେ: ଫିଫାକୁ ଚିଠି ଲେଖିଲେ ୬ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)- ଭାରତୀୟ ଫୁଟ୍‌ବଲ ଏବେ ସଂକଟରେ ଦର୍ଶାଇ ସହାୟତା ପାଇଁ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)ର ସହଯୋଗ ଲୋଡିଛନ୍ତି ମିନର୍ଭା...

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିପାରନ୍ତି ଋଷଭ ପନ୍ତ; ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଦଳ

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ। ଏହି ଲିଗ୍‌ରେ ଏଯାବତ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ...

ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା...

Advertisement
Archives

Model This Week