ଦୋଛକିରେ ଶିକ୍ଷାନୁଷ୍ଠାନର ଫି’ ଆଦାୟ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): କରୋନା ପାଇଁ ଏବେ ବନ୍ଦରହିଛି ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟ। କ୍ଳାସ୍‌ ହେଉନି କି ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନ ଯାଉନାହାନ୍ତି। ଆସନ୍ତା ଜୁନ୍‌ ୧୭ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିବ। ତେଣୁ ଛାତ୍ରୀଛାତ୍ରଙ୍କ ୩ମାସର ଫି’ ହ୍ରାସ କିମ୍ବା ଫି’ ଆଦାୟ ସମୟ ଘୁଞ୍ଚାଇବା ଲାଗି ଗତ ୧୦ତାରିଖରେ ମୁଖ୍ୟମନ୍ତ୍ରୀ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିବେଦନ କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ପଡ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି କୁହାଯାଇଥିଲା। ଏହି ସମୟରେ ଅଭିଭାବକଙ୍କ ରୋଜଗାର ଗଭୀରଭାବେ ପ୍ରଭାବିତ ହୋଇଥିବାରୁ ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ଫି’ କମାଇବା କିମ୍ବା ପଇଠ ତାରିଖକୁ ଘୁଞ୍ଚାଇ ଦେବାକୁ କୁହାଯାଇଥିଲା। ତେବେ ଇତିମଧ୍ୟରେ କିଛି ଶିକ୍ଷାନୁଷ୍ଠାନ ଫି’ ବିଳମ୍ବରେ ନେବେ ବୋଲି ଘୋଷଣା କରିଥିବା ବେଳେ ଆଉକିଛି ସଙ୍ଗେସଙ୍ଗେ ଦେବା ଲାଗି ଅଭିଭାବକଙ୍କୁ କହିଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରର ଘରୋଇ ସ୍କୁଲ୍‌, କଲେଜ କର୍ତ୍ତୃପକ୍ଷ ଏଭଳି ବିଜ୍ଞପ୍ତି ପ୍ରକାଶ କରିଥିବାରୁ କିଛି ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ସ୍କୁଲ୍‌ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଭାବକ ସଂଘ ଅଭିଯୋଗ ଆଣିଥିବାବେଳେ ଘରୋଇ ସ୍କୁଲ୍‌ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ନିଜର ଯୁକ୍ତି ରଖିଛନ୍ତି।
ଗୋଟିଏପଟେ କୌଣସି କର୍ମଚାରୀଙ୍କ ଦରମା ନ କାଟିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କରୋନା ସଙ୍କଟ ସମୟରେ ଜଣେ ବି କର୍ମଚାରୀଙ୍କୁ ଛଟେଇ କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଭଳିସ୍ଥିତିରେ ସ୍କୁଲ୍‌ କର୍ତ୍ତୃପକ୍ଷ ଏବେ ଦୋଛକିରେ ପଡ଼ିଛନ୍ତି। ଯଦି ପିଲାଙ୍କଠାରୁ ଫି’ ଆଦାୟ କରିବେ ନାହିଁ ତେବେ କର୍ମଚାରୀଙ୍କୁ ଦରମା କେମିତି ଦେବେ। ବିଦ୍ୟୁତ୍‌ ବିଲ୍‌ କେମିତି ଭରଣା କରିବେ। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ କିଭଳି ଆଗକୁ ନେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି। ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ୍‌ ଆସୋସିଏଶନ (ଏଓପିଏସ୍‌ଏ) ଏପ୍ରିଲ୍‌, ମେ’ ଓ ଜୁନ୍‌ ମାସ ଫି’ ପଇଠ ଅବଧିକୁ କୋହଳ କରିଥିବାବେଳେ ସ୍କୁଲ୍‌ ଖୋଲିବା ପରେ ଜୁନ୍‌ ମାସ ଶେଷସୁଦ୍ଧା ପଇଠ କରିବାକୁ ବିକଳ୍ପ ପ୍ରଦାନ କରିଛି। ହେଲେ ଫି’ ସମ୍ପୂର୍ଣ୍ଣ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କହିଛି। ରାଜ୍ୟର ପ୍ରାୟ ୯ହଜାର ଘରୋଇ ସ୍କୁଲ୍‌ରେ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି। ଏହାସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲକ୍ଷାଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ରହିଛି। କରୋନା ଲାଗି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ମଧ୍ୟ ସମସ୍ତ କର୍ମଚାରୀଙ୍କୁ ଯଥାସମ୍ଭବ ମାସିକ ବେତନ ଦିଆଯାଉଛି। ଏହାସହ ବିଦ୍ୟାଳୟ ଘରଭଡ଼ା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଦେୟର ବୋଝ ମଧ୍ୟ ରହିଛି। ୩ମାସର ଫି’ ଆଦାୟ ନ ହୋଇପାରିଲେ ବହୁ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ହରାଇବାର ସମସ୍ୟା ଉପୁଜିପାରେ ବୋଲି ଆସୋସିଏଶନ୍‌ କହିଛି।

କୁଆଡ଼େ ଗଲା ଜରୁରିକାଳୀନ ପାଣ୍ଠି: ଅଭିଭାବକ ମହାସଂଘ

ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏନେଇ କୁହାଯାଇଛି, କେତେକ ଘରୋଇ ସ୍କୁଲ୍‌ ମାଲିକ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ସ୍କୁଲ୍‌ ଜରୁରୀକାଳୀନ ପାଣ୍ଠି ରଖିବେ ଏବଂ ବିପର୍ଯ୍ୟୟ ସମୟରେ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ତୁଲାଇବେ। ଏନେଇ ଏନ୍‌ସିପିସିଆର୍‌, ସିବିଏସ୍‌ଇ ଏବଂ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି। ଉକ୍ତ ଜରୁରୀକାଳୀନ ପାଣ୍ଠିର କିଭଳି ଓ କେଉଁ ସମୟରେ ବିନିଯୋଗ କରାଯାଉଛି ସେନେଇ ହିସାବ ଦେବାକୁ ମହାସଂଘ ଘରୋଇ ସ୍କୁଲ୍‌ ଆସୋସିଏଶନ୍‌କୁ ଚ୍ୟାଲେଞ୍ଜ କରିଛି। ଫି’ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ କେବଳ ନିବେଦନ କରିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟରେ ସ୍କୁଲ୍‌ଗୁଡ଼ିକ ଫି’ ନାମରେ କୌଣସି ଛାତ୍ରୀଛାତ୍ର କିମ୍ବା ଅଭିଭାବକଙ୍କୁ ଉପେକ୍ଷା କିମ୍ବା ନିର୍ଯାତନା ଦେଇପାରିବେ ନାହିଁ ବୋଲି ଏନ୍‌ସିପିସିଆର୍‌ ସ୍ପଷ୍ଟ କରିଥିବା ଓଡ଼ିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରଶନ୍ନ ବିଶୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?