ଦୋକାନ ବଜାର ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶର ଅଫିସ, ୨୦ା୫-ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରଠାରୁ ବ୍ୟବସାୟିକ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲେ ମଧ୍ୟ ମଧ୍ୟ କାହା ପାଖରେ କୌଣସି ସ୍ପଷ୍ଟ ସୂଚନା ନ ଥିବାରୁ ବ୍ୟବସାୟୀଙ୍କ ମହଲରେ ଅନିଶ୍ଚିତତା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦୋକାନ ବଜାର ଖୋଲିବା ସହ ପ୍ରବାସୀ ଓଡିଆଙ୍କ ପାଇଁ ଅଧିକରୁ ଅଧିକ ଟ୍ରେନ ବ୍ୟବସ୍ଥା, କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ଛୋଟ ମଧ୍ୟମ ବ୍ୟବସାୟୀ ଓ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଦୋକାନ ବଜାର ଖୋଲିବା ନିମନ୍ତେ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ଜାରି କରିବା ଲାଗି ଦାବି କରିଥିଲେ। ଜିଲାପାଳ ସମ୍ମତି ପ୍ରଦାନ କରି ଆସନ୍ତା ୨୦ତାରିଖରୁ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦୋକାନ ପର୍ଯ୍ୟାୟ ପର୍ଯ୍ୟାୟରେ ସପ୍ତାହକୁ ୬ଦିନ ଖୋଲିବ ବୋଲି ସ୍ଥିର କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଜିଲା ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଯୁବ ନେତା ବିଭୁପଦ ଦାସ, ପିଣ୍ଟୁ ପଣ୍ଡା ଓ ରଞ୍ଜିତ ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଆଉ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୯ା୧୨(ଡି.ଏନ୍‌.ଏ.): ଗତ ସପ୍ତାହ ତଳେ ରାଇରଙ୍ଗପୁର ଅଞ୍ଚଳର ଏକ କଲେଜର ଜଣେ ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଟାଉନଥାନା...

କାମରେ ଲାଗୁନି ବ୍ରିଟିଶ ଅମଳର ଚେକ୍‌ଡ୍ୟାମ

ବନ୍ତ, ୨୪ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ବ୍ରିଟିଶ ଅମଳରେ ନିର୍ମିତ ଚେକ୍‌ଡ୍ୟାମ୍‌(ଦେଶବନ୍ଧ) ଏବେ ଆଉ ପୂର୍ବଭଳି ଚାଷୀଙ୍କ କାମରେ ଲାଗୁନି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର...

ଲକ୍‌ଡାଉନରେ ଲୋକଙ୍କ ଘର ବାରଣ୍ଡା ସାଜିଛି ସେଲୁନ

ସେମିଳିଗୁଡ଼ା,୧୬ା୪(ସ୍ବ.ପ୍ର.): କୌଳିକ ବୃତ୍ତିରେ ଗୁଜୁରାଣ ଚଳାଉଥିବା ଅନେକ ଲୋକଙ୍କ ଜୀବିକାରେ ଲାତ ମାରିଛି କରୋନା ଭାଇରସ। ସଂକ୍ରମଣ ଭୟରେ ସବୁଠି ଲକ୍‌ଡାଉନ। ଦୋକାନ ବଜାର ବନ୍ଦ।...

ଓସିଏ ଭୋଟର୍‌ ତାଲିକାକୁ ନେଇ ବିବାଦ

ବ୍ରହ୍ମପୁର ଅଫିସ୍‌,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍‌ଙ୍କ...

ସୌରଶକ୍ତିରେ ଚାଲିବ ସାନିଟାଇଜର ମେଶିନ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲାରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଚାଲିଥିବା ସମୟରେ ପାଣିକୋଇଲି ଅଞ୍ଚଳର ଜଣେ ଯୁବଛାତ୍ର ଇଞ୍ଜିନିୟର ଏକ ସ୍ବତନ୍ତ୍ର ସାନିଟାଇଜର ମେଶିନ ଉଦ୍ଭାବନ...

‘ସମାଜ ସଂସ୍କାରରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୁଜଙ୍ଗ,୧୭ା୨(ଡି.ଏନ.ଏ.): ଯୁବକଙ୍କ ଅଦମ୍ୟ ଇଚ୍ଛାଶକ୍ତି ଆମକୁ ଆଜି ପ୍ରଗତିର ଶିଖରରେ ପହଞ୍ଚାଇଛି। ରାଜନୀତି ଆଜି ସମାଜକୁ ଭାଗଭାଗ କରୁଥିବାବେଳେ, କ୍ରୀଡ଼ା ଓ ସଂସ୍କୃତି ଆମକୁ ଗୋଟିଏ...

ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ...

ନିଜ ବନ୍ଧୁକରୁ ଗୁଳି ଫୁଟାଇ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଜଣେ ସିଆର୍‌ପିଏଫ୍‌ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଛତିଶଗଡର ଦର୍ନାପାଲସ୍ଥିତ ୨୨୩ ବାଟାଲିୟନରେ କାର୍ଯ୍ୟ କରୁଥିବା ଯବାନ...

Play 250+ Trending Games
Archives

Model This Week

Why Dharitri