ଦୋକାନୀ ମାନୁନାହାନ୍ତି ୧୪୪ ଧାରା

ଫୁଲବାଣୀ ଅଫିସ, ୧୯ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ମଙ୍ଗଳବାରଠାରୁ ଧାରା ୧୪୪ ଜାରି କରିଛି। ପ୍ରଚାର ଗାଡିରେ ମାଇକ ମାଧ୍ୟମରେ ଏହି ଧାରା କ’ଣ, ଜିଲା ପ୍ରଶାସନ କି ନିଷ୍ପତ୍ତିି ନେଇଛି ଏବଂ ଏହାକୁ ଅବମାନନା କଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ସଚେତନ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଆଦର୍ଶ ଥାନା ପୋଲିସ ବଜାର ବୁଲି ଅତ୍ୟାଶ୍ୟକୀୟ ଜିନିଷ ବିକ୍ରି ହେଉଥିବା ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବଜାର ବନ୍ଦ କରିଥିଲା। ହେଲେ ବୁଧବାର ସକାଳୁ ପୁଣି ଦୋକାନ ଖୋଲିଥିଲା ଓ ଲୋକେ କିଣାବିକା ପାଇଁ ଭିଡ଼ ଜମାଉଥିବା ଦେଖାଯାଇଥିଲା। ତେବେ ପୋଲିସ ଏହି ଦୋକାନୀମାନଙ୍କ ବିରୋଧରେ କାର୍ଯ୍ୟାାନୁଷ୍ଠାନ ନେବାକୁ ସଜବାଜ ହେଉଛି।
ବୁଧବାର ଫୁଲବାଣୀ ସାପ୍ତାହିକ ହାଟ ଥିଲା। ସକାଳୁ ପୋଲିସ ଏବଂ ପୌର ପରିଷଦର କମକର୍ତ୍ତା ସେଠାକୁ ଯାଇ ଲୋକଙ୍କୁ ଗହଳି କରିବାକୁ ଦେଇ ନ ଥିଲେ। କରୋନା ସଂକ୍ରମଣ ଭୟ ଥିବାରୁ କିଣାବିକା ବେଳେ ୫ ଜଣରୁ ଯେପରି ଅଧିକ ଲୋକ ଏକତ୍ରିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଧାରା ୧୪୪ ଲାଗି ଥିବାରୁ ହାଟକୁ କମ୍‌ ଚାଷୀ ପରିବା ବିକ୍ରି କରିବାକୁ ଆସିଥିବା ପରିଲକ୍ଷିତ ହୋଇଥିଲା। ପରେ ଧୀରେ ଧୀରେ ସହରର ସମସ୍ତ ଦୋକାନ ବଜାର ଖୋଲିବାକୁ ଲାଗିଲା। ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପୋଲିସର ଏକ ଟିମ୍‌ ବଜାରକୁ ଆସି ଦୋକାନ ଦୋକାନ ବୁଲି ବନ୍ଦ କରିଥିଲା। ସେମାନେ ଯିବାପରେ କିଛି ଦୋକାନୀ ପୁଣି ଦୋକାନ ଖୋଲିଥିଲେ। ଏ ନେଇ ଆଦର୍ଶ ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି, ଦୋକାନ ବନ୍ଦ କରିବା ପାଇଁ ଆମେ ଦୋକାନୀମାନଙ୍କୁ କହିଥିଲୁ। ବାରଣ ସତ୍ତ୍ୱେ ଯେଉଁମାନେ ଦୋକାନ ଖୋଲିଥିଲେ, ସେମାନଙ୍କ ଲିଷ୍ଟ କରାଯାଉଛି। ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ
ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲା ଦନ୍ତା

ଟାଙ୍ଗୀ, ୨୪।୧୦(ଡି.ଏନ୍‌.ଏ.) : ଟାଙ୍ଗୀ ରେଞ୍ଜ ଅଧୀନରେ ପଟିଆ-ମାଳ ଜଙ୍ଗଲ ଫରେଷ୍ଟ ବିଟ୍‌ହାଉସ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ସୋମବାର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ...

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ...

ବର୍ଷା-ଅନୁଭବଙ୍କୁ କାଉନସେଲିଂ

କଟକ,୨୬ା୯(କାର୍ତ୍ତିକ ସାହୁ):ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋମବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। ଘରୋଇ...

ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍‌ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍‌...

ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି।...

ସ୍ବାଧୀନତା ଲାଗି ନାରୀ ଆଜି ବି ସଂଘର୍ଷରତ

ପୁରୀ ଅଫିସ, ୧୩।୮: ପୁରୀର ନାଟ୍ୟାନୁଷ୍ଠାନ ‘ରଙ୍ଗଶାଳା’ ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଚାଲିଥିବା ଦ୍ୱାଦଶ ଜାତୀୟ ନାଟକ ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ଦିବସ। ଭୁବନେଶ୍ୱରର...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର...

କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ

ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍‌ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର...

Advertisement
Archives

Model This Week