ଦୋକାନୀ ମାନୁନାହାନ୍ତି ୧୪୪ ଧାରା

ଫୁଲବାଣୀ ଅଫିସ, ୧୯ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ମଙ୍ଗଳବାରଠାରୁ ଧାରା ୧୪୪ ଜାରି କରିଛି। ପ୍ରଚାର ଗାଡିରେ ମାଇକ ମାଧ୍ୟମରେ ଏହି ଧାରା କ’ଣ, ଜିଲା ପ୍ରଶାସନ କି ନିଷ୍ପତ୍ତିି ନେଇଛି ଏବଂ ଏହାକୁ ଅବମାନନା କଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ସଚେତନ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଆଦର୍ଶ ଥାନା ପୋଲିସ ବଜାର ବୁଲି ଅତ୍ୟାଶ୍ୟକୀୟ ଜିନିଷ ବିକ୍ରି ହେଉଥିବା ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବଜାର ବନ୍ଦ କରିଥିଲା। ହେଲେ ବୁଧବାର ସକାଳୁ ପୁଣି ଦୋକାନ ଖୋଲିଥିଲା ଓ ଲୋକେ କିଣାବିକା ପାଇଁ ଭିଡ଼ ଜମାଉଥିବା ଦେଖାଯାଇଥିଲା। ତେବେ ପୋଲିସ ଏହି ଦୋକାନୀମାନଙ୍କ ବିରୋଧରେ କାର୍ଯ୍ୟାାନୁଷ୍ଠାନ ନେବାକୁ ସଜବାଜ ହେଉଛି।
ବୁଧବାର ଫୁଲବାଣୀ ସାପ୍ତାହିକ ହାଟ ଥିଲା। ସକାଳୁ ପୋଲିସ ଏବଂ ପୌର ପରିଷଦର କମକର୍ତ୍ତା ସେଠାକୁ ଯାଇ ଲୋକଙ୍କୁ ଗହଳି କରିବାକୁ ଦେଇ ନ ଥିଲେ। କରୋନା ସଂକ୍ରମଣ ଭୟ ଥିବାରୁ କିଣାବିକା ବେଳେ ୫ ଜଣରୁ ଯେପରି ଅଧିକ ଲୋକ ଏକତ୍ରିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଧାରା ୧୪୪ ଲାଗି ଥିବାରୁ ହାଟକୁ କମ୍‌ ଚାଷୀ ପରିବା ବିକ୍ରି କରିବାକୁ ଆସିଥିବା ପରିଲକ୍ଷିତ ହୋଇଥିଲା। ପରେ ଧୀରେ ଧୀରେ ସହରର ସମସ୍ତ ଦୋକାନ ବଜାର ଖୋଲିବାକୁ ଲାଗିଲା। ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପୋଲିସର ଏକ ଟିମ୍‌ ବଜାରକୁ ଆସି ଦୋକାନ ଦୋକାନ ବୁଲି ବନ୍ଦ କରିଥିଲା। ସେମାନେ ଯିବାପରେ କିଛି ଦୋକାନୀ ପୁଣି ଦୋକାନ ଖୋଲିଥିଲେ। ଏ ନେଇ ଆଦର୍ଶ ଥାନାଧିକାରୀ ନରେଶ କୁମାର ସାହୁ କହିଛନ୍ତି, ଦୋକାନ ବନ୍ଦ କରିବା ପାଇଁ ଆମେ ଦୋକାନୀମାନଙ୍କୁ କହିଥିଲୁ। ବାରଣ ସତ୍ତ୍ୱେ ଯେଉଁମାନେ ଦୋକାନ ଖୋଲିଥିଲେ, ସେମାନଙ୍କ ଲିଷ୍ଟ କରାଯାଉଛି। ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ
ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri