ଦୋକାନରେ ତାଲା, ଚୋରାରେ ଖୋଲାମେଲା

ଅନୁଗୋଳ ଅଫିସ, ୨୧।୪

ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ଜିଲାର ସମସ୍ତ ବିଦେଶୀ ମଦ ଦୋକାନରେ ତାଲା ପଡ଼ିଛି। ତଥାପି ଚୋରା ବଜାରରେ ଖୋଲାମେଲାରେ ବିକ୍ରି ହେଉଛି ମଦ। ଚାହିଦା ଏତେ ଯେ ଚୋରା ବେପାରୀମାନେ ଦର ପ୍ରାୟ ୩ ଗୁଣା କରିଦେଇଛନ୍ତି। ଦୈନିକ ଏପରି ଲକ୍ଷ ଲକ୍ଷ ଟଙ୍କାର ଚୋରା କାରବାର ହେଉଥିବାବେଳେ ଅବକାରୀ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ନ ଦେଇ କେବଳ ଦେଶୀ, ମହୁଲି ମଦ ଜବତ କରିବାକୁ ଧାଉଁଥିବା ସହରରେ ଚର୍ଚ୍ଚା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, କରୋନା କଟକଣାକୁ ଅନୁଗୋଳର ଚୋରା ବିଦେଶୀ ମଦ ବେପାରୀମାନେ ଖାତିର କରୁନାହାନ୍ତି। ପୂର୍ବରୁ ବହୁ ଢାବା, ହୋଟେଲ ଓ ପାନ ଦୋକାନରେ ଏସବୁ କାରବାର ଚାଲୁଥିଲା। କିନ୍ତୁ ଏବେ ସେସବୁ ବନ୍ଦ ରହିଥିବାରୁ ଚୋରା ବେପାରୀମାନେ ଘରେ ରଖି ବିଦେଶୀ ମଦ ବିକ୍ରି କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଚାହିଦାକୁ ଦେଖି ଦର ମଧ୍ୟ ଧାର୍ଯ୍ୟ କରୁଛନ୍ତି। ଯେଉଁ ବିଦେଶୀ ମଦ ବୋତଲ ମୂଲ୍ୟ ୧୨୫୦ ଟଙ୍କା ଥିଲା ତାହା ବର୍ତ୍ତମାନ ୪ ହଜାରରେ ବିକ୍ରି କରାଯାଉଛି। ନିୟମିତ ଗ୍ରାହକ ବା ଚିହ୍ନା ମୁହଁ ହେଲେ କିଛିଟା ରିହାତି ଦିଆଯାଉଛି। ସେହିପରି ବିୟର ଗୋଟାକ ୪ଶହ ଟଙ୍କାରେ ଗ୍ରାହକଙ୍କୁ ଦିଆଯାଉଛି। ଅନୁଗୋଳ ସହର ସହ ଜିଲାର ବିଭିନ୍ନ ସ୍ଥାନରେ ଚୋରା ବେପାରୀମାନେ ସକ୍ରିୟ ରହିଥିବାରୁ ଦୈନିକ ଗାଡ଼ି ଗାଡ଼ି ଚୋରା ବିଦେଶୀ ମଦ ବିକ୍ରି ହେଉଥିବା କୁହାଯାଉଛି। ଏହି ଚୋରା କାରବାର କିପରି ରୋକାଯାଇପାରିବ ସେଥିପ୍ରତି ଅବକାରୀ ବିଭାଗ ଆଦୌ ଧ୍ୟାନ ନ ଦେଇ ଗଁା ଓ ଜଙ୍ଗଲ ମଧ୍ୟରେ ରନ୍ଧା ଯାଉଥିବା ଦେଶୀ ମଦ, ମହୁଲି ଆଦି ଜବତ କରିବାକୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ନେଇ ଅବକାରୀ ଏସ୍‌ପି ସୁରେଶ ଚନ୍ଦ୍ର ନାୟକଙ୍କ ସହ ଯୋଗଯୋଗ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri