Posted inଖେଳ

ଦେଶ ଛାଡ଼ିଲେ ଇରାନ୍‌ର ଏକମାତ୍ର ମହିଳା ଅଲିମ୍ପିକ୍‌ ମେଡାଲିଷ୍ଟ

ନିକୋସିଆ,୧୨।୧(ଏଏଫ୍‌ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍‌ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି। ସ୍ଥାୟୀ ଭାବେ ଦେଶଛାଡି ଚାଲିଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଟାଏକୋଣ୍ଡୋରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସରକାର ଦୋମୁହାଁ ନୀତି ଓ ଆଥଲେଟ୍‌ମାନଙ୍କୁ ଅପମାନିତ ତଥା ଅପଦସ୍ଥ କରାଯାଉଥିବାରୁ ସେ ଦେଶ ଛାଡି ଚାଲିଯିବାର ଏହି କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ବିଷୟରେ ଘୋଷଣା କରିଛନ୍ତି। ଇରାନର ରାଜନୈତିକ ପରସ୍ଥିତି ଏବେ ଜଟିଳ ହୋଇଛି ଓ ଏଥିରେ କପଟତା ଚରମସୀମାରେ ପହଞ୍ଚଛି। ଟାଏକୋଣ୍ଡୋ, ସୁରକ୍ଷା, ଖୁସି ଓ ସୁସ୍ଥ ଜୀବନଯାପନକୁ ଏବେ ଗୁରୁତ୍ୱ ଦେଉଛି। ତେଣୁ ମୋତେ ଶେଷରେ ଏହି ନିଷ୍ପତ୍ତି ନେବାକୁ ହେଲା ବୋଲି ସେ କହିଛନ୍ତି।
ଇରାନରେ ମୋ ସହିତ ୧୦ ଲକ୍ଷ ମହିଳା ଅବହେଳିତ ହେଉଛନ୍ତି। ଦୀର୍ଘ ବର୍ଷ ଧରି ଖେଳି ଆସୁଥିଲେ ମଧ୍ୟ ମହିଳାଙ୍କୁ ଏଠି ଉଚିତ୍‌ ସମ୍ମାନ ଦିଆଯାଉ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଇସଲାମିକ୍‌ ମୌଳବାଦୀଙ୍କ ଅନୁଯାୟୀ ମୋତେ ପୋଷାକ ପରିଧାନ କରିବାକୁ ପଡୁଛି। ଇରାନର ସବୁ ମହିଳାଙ୍କୁ ତାଙ୍କ ଇଛା ଅନୁସାରେ ବଞ୍ଚିବାକୁ ଦିଆଯାଉ ନାହିଁ। ସେମାନେ ଯାହା କହୁଛନ୍ତି ମୋତ ତାହା ବାରମ୍ବାର କରିବାକୁ ପଡୁଛି। ତେଣୁ ଇରାନରେ ମହିଳା ଅବହେଳିତ ହେବାର ସୀମା ପାର କରିଛି ବୋଲି ସେ କହିଛନ୍ତି।
ଗୁରୁବାର ଆଲିଜାଦେ ନିରୁଦ୍ଦିଷ୍ଟ ହୋଇଥିଲେ ଓ ଏହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଆଲିଜାଦେ ନେଦରଲାଣ୍ଡ୍ସ ଚାଲିଥିବା ଜଣାପଡିଛି। ନେଦରଲାଣ୍ଡ୍ସରେ ପ୍ରଶିକ୍ଷଣ ନେଉଥିବା ଆଲିଜାଦେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଚାହୁଛନ୍ତି। ତେବେ ସେ ଇରାନ ତରଫରୁ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି କୁହାଯାଇଛି। ତେବେ ସେ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଯେଉଁଠି ବି ରୁହେ ଇରାନର ଜଣେ ଛୋଟ ପିଲା ହୋଇ ସବୁ ଦିନ ରହିବି ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ନୂଆଦିଲ୍ଲୀ, ୧୧।୨- ଭାରତୀୟ ହକି ଦଳର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି...

ଆଇସିସି ନିଷ୍ପତ୍ତିକୁ ଅନ୍ୟାୟ କହିଲେ

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ...

ଧୋନୀଙ୍କ ସପକ୍ଷରେ ସଚିନ

ବର୍ମିଂହାମ, ୩।୭ (ପି.ଟି.): ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା ବୋଲି...

କ୍ରିକେଟରେ ହିଟ୍‌, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…

ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ...

କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।...

ଡିସି ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି।...

ମାଲେସିଆକୁ ୪-୦ରେ ପରାଜିତ କଲା ନେଦରଲାଣ୍ଡ…

ରାଉରକେଲା,୧୪।୧: ଶନିବାର ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଶ୍ୱକପର ପୁଲ ସି ମ୍ୟାଚରେ ନେଦରଲାଣ୍ଡ ମାଲେସିଆକୁ ୪-୦ ଗୋଲରେ ପରାଜିତ କରିଛି। ଥିଜ ଭ୍ୟାନ ଡ୍ୟାମ...

Advertisement
Archives

Model This Week