Posted inଖେଳ

ଦେଶ ଛାଡ଼ିଲେ ଇରାନ୍‌ର ଏକମାତ୍ର ମହିଳା ଅଲିମ୍ପିକ୍‌ ମେଡାଲିଷ୍ଟ

ନିକୋସିଆ,୧୨।୧(ଏଏଫ୍‌ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍‌ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି। ସ୍ଥାୟୀ ଭାବେ ଦେଶଛାଡି ଚାଲିଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଟାଏକୋଣ୍ଡୋରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସରକାର ଦୋମୁହାଁ ନୀତି ଓ ଆଥଲେଟ୍‌ମାନଙ୍କୁ ଅପମାନିତ ତଥା ଅପଦସ୍ଥ କରାଯାଉଥିବାରୁ ସେ ଦେଶ ଛାଡି ଚାଲିଯିବାର ଏହି କଠୋର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ବିଷୟରେ ଘୋଷଣା କରିଛନ୍ତି। ଇରାନର ରାଜନୈତିକ ପରସ୍ଥିତି ଏବେ ଜଟିଳ ହୋଇଛି ଓ ଏଥିରେ କପଟତା ଚରମସୀମାରେ ପହଞ୍ଚଛି। ଟାଏକୋଣ୍ଡୋ, ସୁରକ୍ଷା, ଖୁସି ଓ ସୁସ୍ଥ ଜୀବନଯାପନକୁ ଏବେ ଗୁରୁତ୍ୱ ଦେଉଛି। ତେଣୁ ମୋତେ ଶେଷରେ ଏହି ନିଷ୍ପତ୍ତି ନେବାକୁ ହେଲା ବୋଲି ସେ କହିଛନ୍ତି।
ଇରାନରେ ମୋ ସହିତ ୧୦ ଲକ୍ଷ ମହିଳା ଅବହେଳିତ ହେଉଛନ୍ତି। ଦୀର୍ଘ ବର୍ଷ ଧରି ଖେଳି ଆସୁଥିଲେ ମଧ୍ୟ ମହିଳାଙ୍କୁ ଏଠି ଉଚିତ୍‌ ସମ୍ମାନ ଦିଆଯାଉ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଇସଲାମିକ୍‌ ମୌଳବାଦୀଙ୍କ ଅନୁଯାୟୀ ମୋତେ ପୋଷାକ ପରିଧାନ କରିବାକୁ ପଡୁଛି। ଇରାନର ସବୁ ମହିଳାଙ୍କୁ ତାଙ୍କ ଇଛା ଅନୁସାରେ ବଞ୍ଚିବାକୁ ଦିଆଯାଉ ନାହିଁ। ସେମାନେ ଯାହା କହୁଛନ୍ତି ମୋତ ତାହା ବାରମ୍ବାର କରିବାକୁ ପଡୁଛି। ତେଣୁ ଇରାନରେ ମହିଳା ଅବହେଳିତ ହେବାର ସୀମା ପାର କରିଛି ବୋଲି ସେ କହିଛନ୍ତି।
ଗୁରୁବାର ଆଲିଜାଦେ ନିରୁଦ୍ଦିଷ୍ଟ ହୋଇଥିଲେ ଓ ଏହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଆଲିଜାଦେ ନେଦରଲାଣ୍ଡ୍ସ ଚାଲିଥିବା ଜଣାପଡିଛି। ନେଦରଲାଣ୍ଡ୍ସରେ ପ୍ରଶିକ୍ଷଣ ନେଉଥିବା ଆଲିଜାଦେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଚାହୁଛନ୍ତି। ତେବେ ସେ ଇରାନ ତରଫରୁ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି କୁହାଯାଇଛି। ତେବେ ସେ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଯେଉଁଠି ବି ରୁହେ ଇରାନର ଜଣେ ଛୋଟ ପିଲା ହୋଇ ସବୁ ଦିନ ରହିବି ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri