ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି ବୋଲି ରବିବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କର ମୃତ୍ୟୁ ହୋଇ ଏବେ ମୋଟ ମୃତ୍ୟୁ ସଂଖ୍ୟା ୩,୮୬୭ରେ ପହଞ୍ଚିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୩,୫୬୦ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୫୪,୪୪୦ ଜଣ ସୁସ୍ଥ ହୋଇ ସାରିଲେଣି। ମହାରାଷ୍ଟ୍ରର ସ୍ଥିତି ବେଳକୁ ବେଳ ସଙ୍ଗିନ ହେଉଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪୭,୧୯୦ରେ ପହଞ୍ଚିଲାଣି। ସେହିପରି ତାମିଲନାଡୁରେ ୧୫,୫୧୨, ଗୁଜରାଟରେ ୧୩,୬୬୪ ଓ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୨,୯୧୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା

ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା...

କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ...

ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍‌

କଟକ ଅଫିସ,୫ା୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ...

ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘କିଛି ଲୁଚାଇବାର ନାହିଁ’

ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍‌ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ...

Advertisement
Archives

Model This Week