Posted inଖେଳ

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ ଆରମ୍ଭ କରିଛନ୍ତି। ଓ୍ବିମ୍ବେଲଡନ ଓପନ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ୧୭ ବୟସରେ ହିଁ ୩ ଟାଇଟଲ ହାସଲ କରିନେଇଥିଲେ। ସେ ପଦକ, କପ୍‌, ଘଣ୍ଟା ଓ ଫଟୋଗ୍ରାଫ୍‌କୁ ମିଶାଇ ମୋଟ ୮୨ଟି ଆଇଟମ ନିଲାମ କରୁଛନ୍ତି। ଏହି ପ୍ରକ୍ରିୟା ୧୧ ତାରିଖରେ ଶେଷହେବ ବୋଲି ଓ୍ବଲେସ ହାର୍ଡି କହିଛନ୍ତି। ନିଲାମ ହେଉଥିବା ଆଇଟମ ତାଲିକାରେ ରେନଶ୍ୱା କପ୍‌ ପ୍ରତିକୃତି ମଧ୍ୟ ରହିଛି, ଯାହା ତାଙ୍କୁ ଓ୍ବିମ୍ବେଲଡନ ଓପନ୍‌ରେ ସର୍ବକନିଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ମିଳିଥିଲା। ଓି୍ବମ୍ବେଲଡନ (୧୯୯୦) ଓ ୟୁଏସ୍‌ ଓପନ୍‌ (୧୯୮୯) ଉପବିଜେତା ପଦକ ମଧ୍ୟ ସାମିଲ କରାଯିବ। ୫୧ ବର୍ଷୀୟ ଚାମ୍ପିୟନଙ୍କୁ ୨୦୧୭ରେ ଦେବାଳିଆ ଘୋଷଣା କରାଯାଇଥିଲା। ୨୦୧୮ ଜୁନ୍‌ରେ ତାଙ୍କ ନିକଟରେ ରାଜନୈତିକ ସମର୍ଥନ ରହିଛି, ଯାହାଫଳରେ ତାଙ୍କ ଟ୍ରଫି ଓ ପଦକର ନିଲାମ ପ୍ରକ୍ରିୟାକୁ ଅନ୍ତିମ ମିନିଟ୍‌ରେ ରଦ୍ଦ କରାଯାଇଥିଲା। ସେଣ୍ଟ୍ରାଲ ଆଫ୍ରିକାନ ଗଣତନ୍ତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା କ୍ରୀଡ଼ା ଓ ପରମ୍ପରା ୟୁରୋପିଆନ ୟୁନିୟନ ସହ ଯୋଗସୂତ୍ର ରକ୍ଷା କରିବା ଲାଗି ତାଙ୍କୁ ନିଯୁକ୍ତ କରାଯାଇଥିବା ଦାବି କରିଥିଲେ। କିନ୍ତୁ ବେକର ଜାଲ୍‌ ପାସ୍‌ପୋର୍ଟର ବ୍ରାଣ୍ଡିଂ କରୁଥିବା ସେଣ୍ଟ୍ରାଲ ଆଫ୍ରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଗତ ଡିସେମ୍ବରରେ ଲଣ୍ଡନ କୋର୍ଟରେ ଦେବାଳିଆ ସ୍ବୀକାର କରିଥିଲେ। ନିଲାମ ପ୍ରକ୍ରିୟାରୁ ମିଳିବାକୁ ଥିବା ଅର୍ଥ ତାଙ୍କ ଇଷ୍ଟେଟ କମ୍ପାନୀର ବ୍ୟାଙ୍କଲୋନ୍‌ ପରିଶୋଧ କରିପାରିବ ନାହିଁ। ଉଲ୍ଲେଖଥାଉ କି, ଏହି ପୂର୍ବତନ ଖେଳାଳି ୬ ଗ୍ରାଣ୍ଡସ୍ଲାମ ସମେତ ମୋଟ ୪୯ ଟାଇଟଲ ଜିତିଥିଲେ। ଏଥିସହ ପୁରୁଷ୍କାର ରାଶି ବାବଦକୁ ୨୦ ନିୟୁତ ୟୁରୋ ମଧ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri