ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ଗଠିତ

ଔପଦା,୧୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ଗୋପଖରୀ ପଞ୍ଚାୟତର ଦେବଗିରି ପର୍ବତମାଳା ପାଦଦେଶରେ ଅବସ୍ଥିତ ଚମ୍ପାଗଡ଼ ଠାରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଦେବଗିରି ବିକାଶ ପରିଷଦ ଗଠନ ଲାଗି ଏକ ସାଧାରଣ ବୈଠକ ବସିଥିଲା। ବିଶିଷ୍ଟ ସାମାଜିକ କର୍ମୀ ବ୍ରଜକିଶୋର ମଲ୍ଲିକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ପ୍ରାୟ ଶତାଧିକ ଲୋକ ଯୋଗଦେଇ ଥିଲେ। ଦେବଗିରି ବୁଦ୍ଧ ସଂସ୍କୃତିର ବିଶିଷ୍ଟ ଗବେଷକ ସାହିତି୍ୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଇତିହାସର ଅନାଲୋଚିତ ଅଧ୍ୟାୟ ଉପରେ ଆଲୋକପାତ କରି ବୌଦ୍ଧ କୀର୍ତ୍ତିରାଜିର ପୁନଃଉଦ୍ଧାର ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ସମ୍ପର୍କରେ ବାଲେଶ୍ୱର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଯୋଗାଯୋଗ କରିବା ପାଇଁ ଆଲୋଚନା ହୋଇଥିଲା। ଶେଷରେ ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ନାମରେ ଏକ କମିଟି ଗଠନ କରାଯାଇଥିଲା। ଗବେଷକ ନାୟକ ଏହି କମିଟିର ମୁଖ୍ୟ ଉପଦେଷ୍ଟା ଥିବାବେଳେ ସମାଜିକ କର୍ମୀ ମଲ୍ଲିକ ସଂଯୋଜକ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦାଶମହାପାତ୍ର, ଆଇନଜୀବୀ ଅନ୍ତର୍ଯ୍ୟାମୀ ସାହୁ, ସାମାଜିକ କର୍ମୀ ବନମାଳୀ ପାମୀ, ଦିବାକର ବେହେରା, ଗୟାଧର ରାଉତ, ମହେଶ୍ୱର ରାଉତ, ଅନ୍ତର୍ଯ୍ୟାମୀ ପାଢ଼ୀ, ମହେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ବୁଗୁଡ଼େଇ, ଅନିରୁଦ୍ଧ ବେହେରା ପ୍ରମୁଖ କମିଟିର ସଭ୍ୟ ଭାବେ ସ୍ଥାନ ପାଇଛନ୍ତି। କମିଟି ତରଫରୁ ଚମ୍ପାଗଡ଼ସ୍ଥିତ ଉଜୁଡ଼ା ଐତିହ୍ୟର ଉଦ୍ଧାର ସହ ଏହାର ସାମଗ୍ରିକ ବିକାଶ ତଥା ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମୁଖ୍ୟ ଉପଦେଷ୍ଟା ଓ ସଂଯୋଜକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଟ୍ରମ୍ପ୍‌ ପ୍ରଶାସନଠାରୁ ଇରାନ ହାଜତ ବେଶି ସୁରକ୍ଷିତ

ତେହରାନ୍‌,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍‌-୧୫ଇ ଷ୍ଟାଇକ୍‌ ଇଗଲ୍‌ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍‌ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ…

ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri