ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି : ଥାନାରେ ଅଭିଯୋଗ

ଯୋଡ଼ା,୨୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି କଳିଙ୍ଗ ମାଇନିଂ କର୍ପୋରେଶନ ଖଣିର ପରିବହନ ଗେଟ୍‌ ସମୁଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବାମେବାରୀ ଥାନାଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଗତ ୧୯ ତାରିଖ ଶନିବାର ରାତି ପ୍ରାୟ ୮.୩୦ ମିନିଟ୍‌ରେ ରୋଡ୍‌ ଲାଇନ୍ସ ନାମକ ଏକ ପରିବହନ ସଂସ୍ଥାର କର୍ମଚାରୀ ବୀରେନ୍ଦ୍ର ସାମଲ ଉକ୍ତ ଗେଟ୍‌ ସମୁଖରେ ବାଇକ ରଖି ଟ୍ରକଗୁଡିକୁ ଅଗ୍ରୀମ ଭଡ଼ା ଦେଉଥିଲେ। ସେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ଏକ ବ୍ୟାଗ୍‌ ବାଇକ୍‌ ନିକଟରେ ରଖିଥିଲେ। ତେବେ ଏହି ସମୟ ମଧ୍ୟରେ ଉକ୍ତ ବ୍ୟାଗ୍‌ଟି ସେଠାରୁ ଚୋରି ହୋଇଥିବା ନେଇ ବାମେବାରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍‌ ନଂ. ୧୩୯/୧୯ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡକୁ ୪ମାସ ବିତିଲା: ମିଳିପାରୁନି ପରିବାରକୁ ସହାୟତା

ଜେନାପୁର,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ପଣସପଡ଼ିଆ ଗ୍ରାମର ରମେଶ ମଳିକଙ୍କ ଘର ୪ ମାସ ହେବ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ ଯାଇଥିଲା।...

ମାନସିକ ଶାନ୍ତି ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ

ସୋନପୁର, ୧୦।୧୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସମିତି ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ ସଭାଗୃହରେ ଉପସଭାପତି ଆଇନଜୀବୀ ଚନ୍ଦ୍ରମଣି ଦାଶଙ୍କ ପୌରୋହିତ୍ୟରେ ଏକ ପ୍ରବଚନ...

ଜୋର୍‌ ଧରିଲା କେ.ସି. ପବ୍ଲିକ ସ୍କୁଲକୁ ହଟାଇବା ଦାବି

ବ୍ରହ୍ମପୁର ଅଫିସ୍‌,୨୮ା୫-କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ସୋମବାର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି...

ଜାତୀୟ ଥ୍ରୋବଲ ଟୁର୍ନାମେଣ୍ଟ:ଭିଏସ୍‌ ବିଦ୍ୟାଳୟ ଛାତ୍ରୀ ମନୋନୀତ

ସୁନାବେଡା,୭।୧ଛତିଶଗଡର ଦୁର୍ଗଠାରେ ଜାତୀୟ ଥ୍ରୋବଲ ପ୍ରତିଯୋଗିତା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ା ଏଥିରେ ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ରୀ...

ପରୀ ପରେ ସ୍ବାତୀ: ୫ ଦିନ ପରେ ପୋଖରୀରୁ ମିଳିଲା କୁନି ଝିଅଙ୍କ ମୃତଦେହ

ନୟାଗଡ଼ ଅଫିସ, ୧୫।୧୨: ନୟାଗଡ଼ ଜିଲା ରଣପୁର ଥାନା ବଧିପାଟଣା ଗାଁର କୁନି ଝିଅ ସ୍ବାତୀ ଶୁକ୍ରବାରଠାରୁ ନିଖୋଜ ଥିଲେ। ନିଖୋଜର ୫ ଦିନ ପରେ...

ନକଲି ଜର୍ଦ୍ଦା କାରଖାନା ଠାବ: ୩ ଅଟକ

ଛତିଆ,୨ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ...

ପାଇନାନ୍ସ କର୍ମଚାରୀ କହି ଲୁଟୁଥିଲେ ଟଙ୍କା: ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇଲେ ଯୁବକ

ବଇଣ୍ଡା,୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ଗରୁଡ଼ ଗ୍ରାମରେ ଜଣେ ଅଟୋ ମାଲିକଙ୍କଠାରୁ ବଇଣ୍ଡା ଅଞ୍ଚଳର ୨ଜଣ ଯୁବକ ଟଙ୍କା ଲୁଟୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି...

ପ୍ରସୂତିଙ୍କୁ ଭେଟିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୧୬ା୧୦- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ସୋମବାର ଜଣେ ପ୍ରସୂତି ପିଲା ଜନ୍ମ କରିବା ଘଟଣାପରେ ମଙ୍ଗଳବାର ଭାଜପା ମହିଳା ମୋର୍ଚ୍ଚାର ଏକ...

Play 250+ Trending Games
Archives

Model This Week

Why Dharitri