ଦୃଷ୍ଟି ବାଧିତ ଶିଶୁଙ୍କର ଶିଖିବାର ଅଧିକାର ରହିଛି: ଦୃଷ୍ଟିବାଧିତଙ୍କୁ ଡେଜିପ୍ଲେୟର ବଣ୍ଟନ

ନୂଆପଡା ଅଫିସ,୧୪ା୮-ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି। ସେମାନଙ୍କଠାରେ ଅନନ୍ୟ ପ୍ରତିଭା ଭରି ରହିଛି । ସେମାନଙ୍କ ମଧ୍ୟ ଶିକ୍ଷାଧିକାର ରହିଛି। ବିଶେଷ କରି ଦୃଷ୍ଟିବାଧିତ ଶିଶୁଙ୍କ ଶିଖିବାର ଅଧିକାରକୁ ଅଗ୍ରାଧିକାର ଦେବାର ପରମକର୍ତ୍ତବ୍ୟ ରହିଛି ବୋଲି ମତପ୍ରକାଶ ପାଇଛି । ମଙ୍ଗଳବାର ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଦୃଷ୍ଟିବାଧିତମାନଙ୍କୁ ଡେଜି ପ୍ଲେୟର ବଣ୍ଟନ କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ଯୋଗଦେଇ ଏହି ମତ ରଖିଥିଲେ। ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଆଦିକନ୍ଦ ଦାସ ସଭାପତିତ୍ୱ କରିଥିବାବେଳେ ମୃତ୍ୟୁଞ୍ଜୟ ପଲେଇ, ସଂଯୋଜକ ହେମନ୍ତ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ହେମନ୍ତ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲାର ବିଭିନ୍ନ କୋଣରୁ ଆସିଥିବା ୨୩ଜଣ ଦୃଷ୍ଟିବାଧିତଙ୍କୁ ଡେଜି ପ୍ଲେୟର ବଣ୍ଟନ କରାଯାଇଥିଲା । ଏହା ବ୍ୟବହାର କଲେ ଦୃଷ୍ଟିବାଧିତମାନଙ୍କ ପାଠପଢା ଠିକ ଭାବେ ହୋଇପାରିବ। ଶ୍ରେଣୀ କୋଠରୀରେ ଶିକ୍ଷକ ପଢାଉଥିବା ପାଠକୁ ଛାତ୍ରୀଛାତ୍ରମାନେ ରେକର୍ଡିଂ ଜରିଆରେ ଶୁଣି ମନେ ରଖିବେ । ସମଗ୍ର ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମ ଥର ପାଇଁ ଏହି ଯୋଜନା ହାତକୁ ନିଆଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ମୃତ୍ୟୁଞ୍ଜୟ ପଲେଇ ଯନ୍ତ୍ରର ବ୍ୟବହାର ଏବଂ ସଦୁପଯୋଗ ଉପରେ ଦିବ୍ୟାଙ୍ଗମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦାସ କହିଥିଲେ ଯେ, ଦିବ୍ୟାଙ୍ଗମାନେ ଦେବତୂଲ୍ୟ। ଏମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବା ସହ ତାଙ୍କର ଶିକ୍ଷାଧିକାରକୁ ଗୁରୁତ୍ୱ ଦେବା ସମୟ ଆସିଛି । ଏଥିରେ ସମସ୍ତ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷ ତପତ୍ର ହୋଇ କାମ କରିବା ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର, ଅଭିଭାବକ, ବିଆରଟି, ସ୍ବେଚ୍ଛାସେବୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ମିଶ୍ର, ଶଙ୍କର୍ଷଣ ପୁରୋହିତ, କାର୍ତ୍ତିକ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ ୨ଗାଡି ଜବତ: ୩ ଗିରଫ

ଆସିକା,୧୮ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା କଲେଜ ଛକ ରାସ୍ତାରେ ସୋମବାର ଅପରାହ୍ନରେ ଗୋଟିଏ ବାଇକ୍‌ ଓ ଏକ ପିକଅପ୍‌ ଭ୍ୟାନ୍‌ରୁ ୨ ବସ୍ତା ଗଞ୍ଜେଇ...

ପ୍ରହସନ ପାଲଟିଛି ପ୍ଲାଷ୍ଟିକମୁକ୍ତ ଅଭିଯାନ

ରତ୍ନଗିରି,୧୩।୩(ଡିଏନଏ): ପରିବେଶକୁ ପଲିଥିନ ଓ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବରୀ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହେଉ ନ...

ସୌରିକ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

କାଳିଆପାଣି,୫ା୧୨(ଡି.ଏନ୍‌.ଏ.): କାଳିଆପାଣିସ୍ଥିତ ଖଣି ନିଗମ ଅତିଥିଶାଳାରେ ବୁଧବାର ୫ମ ବାର୍ଷିକ ସୌରିକ ଯୁବ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ...

ବିଜୁବାବୁଙ୍କ ତିରୋଧାନ ଦିବସ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ବିଜୁବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି। ସକାଳୁ ବିଜୁ ପ୍ରେମୀମାନେ ଦଳୀୟ କାର୍ଯ୍ୟାଳୟରେ ଏକ ସଭା...

ବାର୍‌ହା ଉପଦ୍ରବ ସୀମାପାର

ରାସୋଳ, ୧୯ ।୧୧(ଡି.ଏନ୍‌.ଏ.) ବିହନ ବୁଣିବା ସମୟରେ ବର୍ଷା ହେଲାନି। ଧାନ ତଳି ଉଠିବାଠାରୁ ରୋଇବା ଯାଏ ପାଣି ପାଇଁ ସଂଘର୍ଷ କଲେ ଚାଷୀ। ବଡ଼...

କରୋନା ବଦଳାଇ ଦେଲା ବେଉସା: କବାଡ଼ି ବ୍ୟବସାୟୀ ବିକିଲେ ପରିବା

ରସୁଲପୁର,୯।୪(ଡିଏନଏ)- କରୋନା ପ୍ରଭାବରେ ସବୁକିଛି ଠପ୍‌ ହୋଇଯାଇଛି। ଛୋଟମୋଟ ବ୍ୟବସାୟରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଦିନ...

ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ...

ବୃକ୍ଷରାଜିରେ ଭରିବ ବୁଦୁବୁଦିଆ ଜଙ୍ଗଲ

ଭୁବନ, ୩।୭(ଡି.ଏନ୍‌.ଏ.): କାୟା ମେଲାଉଛି କଂକ୍ରିଟ୍‌ ଜଙ୍ଗଲ। ଉଜୁଡୁଛି ସବୁଜିମା। ଘନ ସଂରକ୍ଷିତ ଜଙ୍ଗଲ ପତଳା ହେଲାଣି। ସବୁଜବନାନୀ ଏବେ ଶ୍ରୀହୀନ। ବୃକ୍ଷହୀନ ଲଣ୍ଡା ପାହାଡ଼...

Advertisement
Archives

Model This Week