ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସେଥିରେ କିଛି ସୁଧାର ଆସୁନାହିଁ। ରାୟଗଡ଼ା ବ୍ଲକ ବୈରାଗୀହାଲୁଆ ପଞ୍ଚାୟତରେ ଥିବା ହାଲୁଆ ଜଳ ପ୍ରପାତ ଏମିତି ଏକ ପର୍ଯ୍ୟଟନସ୍ଥଳୀ, ଯାହା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି।
ରାୟଗଡ଼ାଠାରୁ ୨୦ କିଲୋମିଟର ଦୂର ବୈରାଗୀହାଲୁଆ ବ୍ରିଜ ପରେ ରହିଛି ଏହି ଜଳ ପ୍ରପାତ। ଆଗକୁ ନୂଆବର୍ଷ ଥିବାରୁ ବର୍ତ୍ତମାନ ଏହି ଜଳପ୍ରପାତରେ ଦିନକୁ ଦିନ ଲୋକଙ୍କ ଭିଡ଼ ଜମୁଛି। ଏହି ଜଳ ପ୍ରପାତ ଅତି ମନୋରମ ହୋଇଥିବାରୁ ସହର ଏବଂ ସହର ବାହାରୁ ଅନେକ ଲୋକ ଏଠାକୁ ବଣ ଭୋଜି କରିବାକୁ ଆସିଥାନ୍ତି। ପ୍ରକୃତିର ଏହି ସୁନ୍ଦର ପାହାଡ଼ ଏବଂ ପଥର ଦେଇ ଆସୁଥିବା ଝରଣା ପାଣିକୁ ଉପଭୋଗ କରିବାକୁ ପ୍ରତିଦିନ ୨୦୦ ରୁ ଅଧିକ ଲୋକ ଆନ୍ଧ୍ରପ୍ରଦେଶ , ରାୟଗଡ଼ା , ଜେକେପୁର , ଥେରୁବାଲି ଆଦି ବିଭିନ୍ନ ଜାଗାରୁ ଆସିଥାନ୍ତି। ବିଶେଷକରି ବୁଧବାର ଏବଂ ରବିବାର ଏଠାରେ ଲୋକଙ୍କ ବେଶି ଭିଡ଼ ଜମିଥାଏ। ହେଲେ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ପିକ୍‌ନିକ୍‌ କରିବାକୁ ଏଠାକୁ ଆସୁଥିବା ଲୋକେ ବସିବା ଓ ରୋଷେଇ କରିବା ଲାଗି ବହୁ ଅସୁବିଧା ଭୋଗିଥାନ୍ତି। ଯେଉଁ ଜାଗା ରହିଛି ସେଥିରେ ବଡ଼ ବଡ଼ ପଥର ରହିଛି। ଏଠାରେ ଲୋକଙ୍କ ଲାଗି ସୁବିଧା କରାଗଲେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରିବ। ଆହୁରି ଅଧିକ ଲୋକଙ୍କ ଭିଡ଼ ଜମିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏଠାକୁ ଭୋଜି କରିବାକୁ ଆସିଥିବା ରାୟଗଡ଼ା ବ୍ୟାଙ୍କ କଲୋନୀର କେ. ସୁରେଶ କୁହନ୍ତି, ଆଗକୁ ନୂଆବର୍ଷ ଆସୁଛି। ତେଣୁ ଆମ ପରିବାରର ସମସ୍ତ ସଦସ୍ୟ ଏଠାକୁ ପିକ୍‌ନିକ୍‌ କରିବାକୁ ଆସିଛୁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବାରୁ ଏହି ସ୍ଥାନ ବହୁତ ଭଲ ଲାଗେ। ଏହି ସ୍ଥାନର ବିକାଶ କରାଯିବା ଦରକାର। ପାହାଡ଼ରୁ ଝରୁଥିବା ଝରଣା ପାଣି ନିକଟକୁ ଯିବା ଲାଗି ଲୋକଙ୍କୁ ବାରଣ କରାଯିବା ଦରକାର। କାରଣ ଗତବର୍ଷ ଜଣେ ପିଲା ଏହି ଝରଣା ପାଖକୁ ଯାଇ ତଳକୁ ଖସି ପଡ଼ିଥିଲେ। ଏହାର ସୁରକ୍ଷା ନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି। ସେହିପରି ରାୟଗଡ଼ା ଅଶୋକ ନଗରର ରୀତାଳୀ ମିଶ୍ର କହିଛନ୍ତି ,ଏହି ପର୍ଯ୍ୟଟନସ୍ଥଳୀ ବେଶ୍‌ ଆକର୍ଷଣୀୟ। ବହୁ ଲୋକ ଏଠାକୁ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି। ତେଣୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉ ବୋଲି ସେ କହିଛନ୍ତି। ଏନେଇ ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମାଙ୍କୁ ପଚାରିବାରୁ, ଏହି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିନାହିଁ। ଯଦି ଉକ୍ତ ସ୍ଥାନକୁ ଅଧିକ ଲୋକ ଯାଉଛନ୍ତି, ଏହାର ସର୍ଭେ କରାଯାଇ ପର୍ଯ୍ୟଟନ ସ୍ଥଳୀ ଅନୁମୋଦନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri