Posted inଖେଳ

ଦୃଷ୍ଟିହୀନ କ୍ରିକେଟ ସିରିଜ ବନାମ ନେପାଳ: ଭାରତୀୟ ଦଳରେ କାଳିଆ, ଲିଙ୍ଗରାଜ

ଭୁବନେଶ୍ୱର, ୨୭।୧୧(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ନେପାଳ ବିପକ୍ଷରେ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜ ଖେଳିବ। ଡିସେମ୍ବର ୨ରୁ ୪ ପର୍ଯ୍ୟନ୍ତ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ କାନପୁରରେ ଏବଂ ୬ରୁ ୮ ପର୍ଯ୍ୟନ୍ତ ୩ଟି ଟି୨୦ ଡେରାଡୁନ୍‌ରେ ଖେଳିବ। ଏହି ଦୁଇ ସିରିଜ ପାଇଁ ମଙ୍ଗଳବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୦ ରାଜ୍ୟରୁ ବଛାବଛା ଖେଳାଳିଙ୍କୁ ଚୟନ କରାଯାଇଛି। ଏଥିରେ ୮ ନୂଆ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ବି-୧, ଜଣେ ବି-୨ ଓ ୨ ଜଣ ବି-୩ କାଟେଗୋରି ଖେଳାଳି ସାମିଲ। ଭାରତୀୟ ଦଳରେ ୨ ଜଣ ଓଡ଼ିଶା ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ କାଳିଆ ପ୍ରଧାନ ଓ ଲିଙ୍ଗରାଜ-।ଜନ ଡେଭିଡଙ୍କ ନେତୃତ୍ୱାଧୀନ ଚୟନ କମିଟି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ ସଭାପତି ଜି.କେ. ମହନ୍ତେଶଙ୍କ ସହ ଆଲୋଚନା କରି ୨ ଜଣ ନୂଆ ଅଧିନାୟକ ନିଯୁକ୍ତ ଦେଇଛନ୍ତି। ଏକଦିବସୀୟ ପାଇଁ ସୁନୀଲ ରମେଶ ଓ ଟି୨୦ ସିରିଜ ପାଇଁ ଦୀପକ ମଲିକଙ୍କୁ ଅଧିନାୟକ କରାଯାଇଛି।
ଭାରତୀୟ ଦଳ
ବି-୧ କାଟେଗୋରି: ବିଷ୍ଣୁ ବି., ମାଧବାଲୁ, ନିଲେଶ, ସୋଭେନ୍ଦ୍ର ଭଣ୍ଡାରୀ, କାଳିଆ ପ୍ରଧାନ।
ବି-୨ କାଟେଗୋରି: ଅଜୟ କୁମାର ରେଡ୍ଡୀ, ଲୋକେଶ, ମହମ୍ମଦ ଇରଫାନ, ମହମ୍ମଦ ଫୈଜଲ(କେବଳ କାନପୁର ଦିନିକିଆ ପାଇଁ), ଭିନିତ କୁମାର(କେବଳ ଲୁତ୍ଧିଆନା ଟି୨୦ ପାଇଁ)।
ବି-୩ କାଟେଗୋରି: ସୁନୀଲ ରମେଶ, ଏ. ରବି, ଦୀପକ ମଲିକ, ରାହୁଲ ମହାଲେ, ଲିଙ୍ଗରାଜ ରାଉତରା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ

ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍‌ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା

କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ...

ପନ୍ତଙ୍କ ସପକ୍ଷରେ ଗାଭାସ୍କର, ପିଟରସନ: ରାୟୁଡୁଙ୍କୁ ଗମ୍ଭୀରଙ୍କ ସମର୍ଥନ

ନୂଆଦିଲ୍ଲୀ,୧୨।୬(ପି.ଟି.)- ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ବାଦ ପଡିଲେ ତାଙ୍କ ବଦଳ ଖେଳାଳି ଭାବେ କାହାକୁ ଦଳରେ ସାମିଲ କରାଯିବ ସେ ନେଇ ଚର୍ଚ୍ଚା ଆରମ୍ଭ...

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା...

ରୋହିତ ଲା ଲିଗାର ବ୍ରାଣ୍ଡ ଆମ୍ପାସାଡର

ମୁମ୍ବାଇ,୧୩।୧୨(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ସ୍ପାନିଶ୍‌ ଫୁଟବଲ ଲିଗ୍‌ ଲା ଲିଗାର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ସେ ଏହି...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ...

୩୪ରେ ଧାଓ୍ବନ

ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ...

Advertisement
Archives

Model This Week