ଦୂରଦର୍ଶନରେ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଦୂରଦର୍ଶନରେ ଆସନ୍ତା ୪ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ସକାଳ ୮ଟା ୩୦ରୁ ରଥଟଣା ଶେଷ ପର୍ଯ୍ୟନ୍ତ, ଡିଡି ନ୍ୟାଶନାଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ଡିଡି ଭାରତୀ, ଡିଡି ଇଣ୍ଡିଆ ଓ ଡିଡି ବଙ୍ଗଳାରେ ସକାଳ ସାଢ଼େ ୮ଟାରୁ ରଥଟଣା ଶେଷ ପର୍ଯ୍ୟନ୍ତ ପ୍ରସାରଣ ହେବ। ଓଡ଼ିଆ, ହିନ୍ଦୀ, ଇଂଲିଶ, ସଂସ୍କୃତ ତଥା ବଙ୍ଗଳା ଭାଷାରେ ଧାରା ବିବରଣୀ ସହ ପ୍ରସାରଣ କରାଯିବ। ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର ଦ୍ୱାରା ଶ୍ରୀଗୁଣ୍ଡିଚା ଯାତ୍ରାର ଓ୍ବେବ୍‌କାଷ୍ଟ http://rathajatra.nic.in/rathjatra.htmlରେ ପ୍ରସାରିତ ହେବ। ସେହିପରି www.youtube.com/c/ddodisha ମାଧ୍ୟମରେ ରଥଯାତ୍ରାର ଲାଇଭ୍‌ ଷ୍ଟ୍ରିମିଙ୍ଗ କରାଯିବ। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଦର୍ଶକଙ୍କ ରଥଯାତ୍ରା ସମ୍ବନ୍ଧୀୟ ଜିଜ୍ଞାସା ତଥା ପ୍ରଶ୍ନର ଉତ୍ତର ବିଶେଷଜ୍ଞଙ୍କ ଦ୍ୱାରା ସିଧା ପ୍ରସାରଣ ସହ ସଂଯୋଗ କରାଯିବ। ଦର୍ଶକଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରଶ୍ନୋତ୍ତରୀ ବ୍ୟବସ୍ଥା ହେବ। ୨ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଏବଂ ସନ୍ଧ୍ୟା ୬ଟାରେ ଡିଡି ନ୍ୟାଭନୋଲରେ ହିନ୍ଦୀରେ ରଥଯାତ୍ରା ପ୍ରସ୍ତୁତି ପର୍ବର ପ୍ରସାରଣ ହେବ। ସେହିପରି ଓଡ଼ିଆରେ ୩ ତାରିଖ ସକାଳ ସାଢ଼େ ୮ଟା ଓ ରାତି ୧୦ଟାରେ ପ୍ରସାରଣ ହେବ।
ସେହିପରି ୧୨ତାରିଖ ଦିନ ସକାଳ ୯ଟାରୁ ରଥଟଣା ଶେଷ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ହେବ। ୧୩ ତାରିଖ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସୁନାବେଶ, ୧୪ ତାରିଖ ସନ୍ଧ୍ୟା ୬ଟାରୁ ଅଧରପଣା, ୧୫ ତାରିଖ ଅପରାହ୍ନ ୪ରୁ ନୀଳାଦ୍ରବିଜେର ସିଧା ପ୍ରସାରଣ ହେବ। ଡିଡି ଓଡ଼ିଆରେ ୨ତାରିଖ ଦିନ ସକାଳ ସାଢ଼େ ୮ଟା ଓ ରାତି ସାଢ଼େ ୮ଟାରେ ଗଜପତି ମହାରାଜଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପର ପ୍ରସାରଣ ହେବ ବୋଲି ସୋମବାର ଦୂରଦର୍ଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରୋଗ୍ରାମ ହେଡ୍‌ ନିଳାଦ୍ରୀ ମୋହନ ଶତପଥୀ, ଡେପୁଟି ଡାଇରେକ୍ଟର ଜେନେରୋଲ(ଇଞ୍ଜିନିୟର) ଧ୍ରୁବ ନନ୍ଦ, ଭିଡିଓ ଏକ୍‌ଜିକ୍ୟୁଟିଭ୍‌ ପାର୍ଥସାରଥୀ ମିଶ୍ର, ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍‌ ଦିପ୍ତୀ ମିଶ୍ର ଓ ପ୍ରବୋଧ କୁମାର ପଟ୍ଟନାୟକ, ସିନିୟର ଆଡ଼ମିନିଷ୍ଟ୍ରେଟିଭ ଅଫିସର ନୃପଳାଲ ଚାନ୍ଦ, ଡାଇରେକ୍ଟର ଇଞ୍ଜିନିୟରିଂ ନିରଞ୍ଜନ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri