Posted inଖେଳ

ଦୁଲୀପ୍‌ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷରେ ଚାଲିଥିବା ଦୁଲୀପ୍‌ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଦୃଢ଼ସ୍ଥିତିରେ ରହିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ୫ ଦିବସୀୟ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସରେ ୨୩୧ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଗୁରୁବାର ୨ୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସରେ ୫୨ ଓଭରରେ ୨ ଉଇକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଈଶ୍ୱରନ ୧୦୨ (୧୧ ଚୌକା ଓ ୨ ଛକା) ଓ ଅଙ୍କିତ କାଲସି ୧୧ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ପଞ୍ଚଲ ୩୩ ଓ ଅଭିଜ୍ଞ କରୁଣ ନାୟାର ୨୦ ରନ କରି ଆଉଟ୍‌ ହୋଇଛନ୍ତି। ପ୍ରତିପକ୍ଷ ବୋଲର ଅଙ୍କିତ ରାଜପୁତ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଓଡ଼ିଆ ଦ୍ରୁତ ବୋଲର ରାଜେଶ ମହାନ୍ତି ୯ ଓଭର ବୋଲିଂ କରି ୪୩ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଉଇକେଟ୍‌ ଶୂନ୍ୟ ରହିଥିଲେ। ହାତରେ ଆହୁରି ୮ଟି ଉଇକେଟ୍‌ ରହିଥିବାବେଳେ ଇନିଂସ ଅଗ୍ରଣୀ ପାଇଁ ଇଣ୍ଡିଆ ରେଡ୍‌ ୫୭ ରନ୍‌ ଆବଶ୍ୟକ କରୁଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୭/୮ରୁ ବ୍ୟାଟିଂ ଆରମ୍ଭ କରି ଇଣ୍ଡିଆ ଗ୍ରୀନ ଗୁରୁବାର ୨୩୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୩୨ ରନ୍‌ କରି ଖେଳୁଥିବା ମୟଙ୍କ ମାର୍କଣ୍ଡେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୭୬ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଙ୍କିତ ରାଜପୁତ ମଧ୍ୟ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇବାରେ ସଫଳ ହୋଇଥିଲେ। ପ୍ରତିପକ୍ଷ ଇଣ୍ଡିଆ ରେଡ୍‌ ପକ୍ଷରୁ ଜୟଦେବ ଉନାଡକଟ୍‌ ୪ ଏବଂ ସନ୍ଦୀପ ଓ୍ବାରିୟର ଓ ଅଭେସ ଖାଁ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ: ୨୩୧/୧୦ (ମାର୍କଣ୍ଡେ ୭୬*, ଆକାଶଦୀପ ନାଥ ୨୯, ରାଜପୁତ ୪/୮୩)
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୧୭୫/୨, ୫୨ ଓଭର (ଈଶ୍ୱରନ ୧୦୨*, ପଞ୍ଚଲ ୩୩, କାଲସି ୧୧*, ମାର୍କଣ୍ଡେ ୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri