ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଦୃଢ ପ୍ରତିବଦ୍ଧ। କୃଷକମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆମର ଚିର ସହଚର। ୨୦୦୦-୦୧ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୮ଥର ମରୁଡି, ୯ଥର ବନ୍ୟା, ୩ଥର ବାତ୍ୟା ଓ ୩ ଥର ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ହୋଇଛି। ଏହା ସତ୍ତ୍ୱେ କୃଷି କ୍ଷେତ୍ରର ଦ୍ରୁତ ପ୍ରଗତି ଯୋଗୁ ଗ୍ରାମାଞ୍ଚଳର ବିକାଶ ଓ କୃଷକମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହେଉଛି। ରାଜ୍ୟରେ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଖାଦ୍ୟ ଶସ୍ୟ ଉତ୍ପାଦନ ବଢିଛି। ୨୦୦୦-୦୧ରେ ଖାଦ୍ୟ ଶସ୍ୟ ଉତ୍ପାଦନ ୫୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୪ରେ ଏହା ୧୧୮ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ମଙ୍ଗଳବାର ମୁଲତବୀ ପ୍ରସ୍ତାବର ଜବାବରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦୁଗ୍ଧ, ମତ୍ସ୍ୟ, ଅଣ୍ଡା ଉତ୍ପାଦନ ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ୨୦୦୦-୦୧ରେ ଦୁଗ୍ଧ ଉତ୍ପାଦନ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୮-୧୯ରେ ଏହା ୨୩.୦୯ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସେହିପରି ଅଣ୍ଡା, ମାଂସ, ମତ୍ସ୍ୟ, ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ଅର୍ଥ ଦେବାକୁ ୨୦୧୩-୧୪ଠାରୁ ସ୍ବତନ୍ତ୍ର କୃଷି ବଜେଟ ବିଧାନସଭାରେ ଉପସ୍ଥାପନ କରାଯାଉଛି। ରାଜ୍ୟ ସରକାର କୃଷକମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି। କୃଷକମାନଙ୍କର ଜୀବିକା ଏବଂ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।
ରାଜ୍ୟର କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ସରକାରଙ୍କର ସବୁକିଛି କାଗଜ କଲମରେ ଚାଲିଛି। ୨୦୦୬ରେ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କହିଥିଲେ ୫ ବର୍ଷରେ ସବୁ ବ୍ଲକକୁ ୩୦ ପ୍ରତିଶତ ଜଳସେଚନ ଯୋଗାଇ ଦେବେ। ୨୦୦୯ରେ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସରକାର ତାହା ଯୋଗାଇ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସରକାରୀ ହିସାବ ଅନୁଯାୟୀ ଧାନ କୁଇଣ୍ଟାଲ ଉତ୍ପାଦନ ପାଇଁ ଜଣେ ଚାଷୀଙ୍କୁ ୨୩୪୪ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଧାନ ବିକୁଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)୧୭୫୦ ଟଙ୍କାରେ। ତାହା ବି ଅନେକ ସମୟରେ ଚାଷୀଙ୍କୁ ମିଳୁ ନାହିଁ ବୋଲି ମିଶ୍ର କହିଥିଲେ। ଆଳୁ ମିଶନ ଫେଲ୍ ମାରିଛି। ଏହାକୁ ଲକ୍ଷ୍ୟ କରି ସରକାର ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ଦେଇଥିଲେ। ସେହି ଶୀତଳ ଭଣ୍ଡାରଗୁଡିକ ବନ୍ଦ ହେବାକୁ ଯାଉଛି। ସରକାର ଘୋଷଣା କରିଥିବା ସବ୍ସିଡି ସେମାନଙ୍କୁ ମିଳି ନାହିଁ। ଏସବୁ ପ୍ରଶ୍ନର ଜବାବ ମାଗିଥିଲେ। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ ଆଗରୁ ଆମ ଲୋକମାନେ ବାହାରକୁ ଯାଉ ନ ଥିଲେ। ଚାଷ ଯାହାଙ୍କର ଥିଲା ତାଙ୍କୁ ଅନେକ ସମ୍ମାନ ମିଳୁଥିଲା। ଏବେ ଚାଷ କରୁଥିବା ଲୋକଙ୍କୁ ଝିଅ ବାହା ଦେବାକୁ ରାଜି ହେଉନାହାନ୍ତି । ଚାଷ ଉପରେ ୭୦ ଭାଗରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ସରକାର ଜମିକୁ ଜଳସେଚନ କିମ୍ବା ଚାଷୀଙ୍କୁ ବିହନ ଯୋଗାଇ ଦେଇପାରୁ ନାହାନ୍ତି।
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ
ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...
ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ
ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...
ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...
Archives


