ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଜାମିନ ମିଆଦ ବଢ଼ାଇବା ଲାଗି ଇସ୍‌ଲାମାବାଦ ହାଇକୋର୍ଟରେ ସେ କରିଥିବା ଆବେଦନ ଖାରଜ ହୋଇଯିବା ପରେ ଜାତୀୟ ଉତ୍ତରଦାୟିତ୍ୱ ବ୍ୟୁରୋ (ଏନ୍‌ଏବି)ର ଏକ ଟିମ୍‌ ଜର୍ଦ୍ଦାରୀଙ୍କୁ ସୋମବାର ଗିରଫ କରିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଜର୍ଦ୍ଦାରୀଙ୍କ ଲିଗାଲ ଟିମ୍‌ ସୁପ୍ରିମକୋର୍ଟରେ ଆବେଦନ କରିବ ବୋଲି କହିଛି। ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଜର୍ଦ୍ଦାରୀଙ୍କ ଭଉଣୀ ଫାର଼୍ୟାଲ ତାଲପୁର ଓ ତାଙ୍କର ଅନ୍ୟ କେତେଜଣ ଘନିଷ୍ଠ ସହଯୋଗୀ ସମ୍ପୃକ୍ତ ଅଛନ୍ତି। ୨୦୧୫ରେ ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫ୍‌ଆଇଏ) ତଦନ୍ତରୁ ଏହି ଦୁର୍ନୀତି ପଦାକୁ ଆସିଥିଲା। ଦୁର୍ନୀତିପୂର୍ଣ୍ଣ ଉପାୟରେ ଅର୍ଜିତ ସମ୍ପତ୍ତିକୁ ଦେଶ ବାହାରକୁ ପଠାଇବା ପାଇଁ ଏହି ଜାଲ୍‌ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଉଥିଲା ବୋଲି ଏଫଆଇଏ କହିଛି। ତେବେ ଏହା ପଛରେ କୌଣସି ପ୍ରମାଣ ନାହିଁ, ଏହା ରାଜନୈତିକ ଅଭିସନ୍ଧିମୂଳକ ବୋଲି ପିପିପି ପକ୍ଷରୁ କୁହାଯାଇଛି। ବିଭିନ୍ନ ଅପରାଧ ମାମଲାରେ ଜର୍ଦ୍ଦାରୀ ୧୧ ବର୍ଷ ଜେଲ୍‌ରେ କଟାଇଛନ୍ତି। ତେବେ ସେ କୌଣସି ମାମଲାରେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟରଣ୍ଟୋରେ ଗୁଳିମାଡ଼: ୫ ମୃତ

ଟରଣ୍ଟୋ,୧୯ା୧୨: କାନାଡାର ଟରଣ୍ଟୋରେ ରବିବାର ବିଳମ୍ବିତ ରାତିରେ ଆଖିବୁଜା ଗୁଳିମାଡ଼ ହେତୁ ଉତ୍ତେଜନା ଦେଖାଦେଇଥିଲା। ଏହି ଗୁଳି ବିନିମୟରେ ୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ...

ଆସନ୍ତା ମାସରେ ଭାରତ ଆସି ପାରନ୍ତି ଟ୍ରମ୍ପ୍‌: ମୋଦିଙ୍କୁ ଦେଲେ ସଙ୍କେତ

ଓ୍ବାଶିଂଟନ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିପାରନ୍ତି। ଏନେଇ ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥିତ ଭାରତୀୟଙ୍କ ସମ୍ମୁଖରେ ସଙ୍କେତ...

ବୟସ ୮ ହେଲେ ରୋଜଗାର ୧୮୪ କୋଟି

ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

ଥରିଲା ଚାଇନା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୭…

ବେଜିଂ,୧୫।୩: ଭୂକମ୍ପରେ ଥରିଲା ଚାଇନା। ହୋଟାନ୍‌ର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିବା ବେଳେ ଗଭୀରତା...

ୟୁକ୍ରେନ୍‌କୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ପଠାଇବ ଆମେରିକା

ଓ୍ବାଶିଂଟନ,୨୬।୭: ପ୍ରାୟ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଚାଲିଛି ଏବଂ ଆମେରିକା କ୍ରମାଗତ ଭାବରେ ୟୁକ୍ରେନ୍‌କୁ ସାମରିକ ସହାୟତା ପଠାଉଛି। ଏହି ସମୟରେ ଆମେରିକାର...

ମୋବାଇଲରେ ଯାଞ୍ଚ୍‌ କରାଯିବ ଜରୁରୀକାଳୀନ ଆଲର୍ଟ ସିଷ୍ଟମ: ବ୍ରିଟେନ ଲୋକେ କଲେ ବିରୋଧ…

ଲଣ୍ଡନ,୨୩।୪ : କୋଟି କୋଟି ମୋବାଇଲରେ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ବ୍ରିଟେନରେ ରବିବାର ଅପରାହ୍ନ ୩ଟାରେ ଯାଞ୍ଚ କରାଯିବ। ଏହି ସମୟରେ, ସମସ୍ତ ଫୋନରେ ଏକାସାଙ୍ଗରେ...

ବିମାନ ବନ୍ଦର ବିସ୍ଫୋରଣ: ସ୍ପଷ୍ଟ କଲା ପେଣ୍ଟାଗନ

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ହମିଦ୍‌ କାରଜାଇ ବିମାନ ବନ୍ଦରରେ ଗୁରୁବାର ରାତିରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ ପଛରେ ଜଣେ...

ଆଗରେ ଅନେକ ଆହ୍ବାନ

ମାନିଲା,୭ା୫: ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ମେ’ ୯ରେ ନୂଆ ରାଷ୍ଟ୍ରପତି ବାଛିବ। ୧୯୩୫ ମସିହାରୁ ଚାଲିଥିବା ସାଧାରଣ ନିର୍ବାଚନରେ ଏଥର ସପ୍ତଦଶ ରାଷ୍ଟ୍ରପତି ଓ...

Advertisement
Archives

Model This Week