ଦୁର୍ନୀତି ନ କରିବାକୁ ଶପଥ ନେଲେ ଅଧିକାରୀ, କର୍ମଚାରୀ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଚଳିତ ମାସ ୨୮ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତି ନ କରିବା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କ ଶପଥପାଠ ଆୟୋଜନ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଯାଇଥିଲା। ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୋମବାର ପୂର୍ବାହ୍ନରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ଓ ଘରୋଇ କ୍ଷେତ୍ର ଐକବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବା ସହିତ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକୁ ଅନୁସରଣ କରିବା ଓ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଦିଗରେ ଶପଥ କରାଇଥିଲେ। ଜୀବନରେ ସବୁ କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତାର ସହ ଜନହିତକର ସମସ୍ତ କାର୍ଯ୍ୟ କରିବା, ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ ଯେ କୌଣସି ଦୁର୍ନୀତି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନେଇ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ ଦୁର୍ନୀତି ନିବାରଣ ଶପଥପାଠ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସୁପକାର, ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣାଙ୍କ ସମେତ ବିଭାଗର ସମସ୍ତ ଅନୁଶାସନ ସଚିବ, ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିିତ ଥିଲେ। ଅନୁରୂପ ଭାବେ ଜିଲା ଓ ଉପଖଣ୍ଡ ସ୍ତରରେ ଥିବା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗୁଡ଼ିକରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିର୍ବାରଣ ସଚେତନତା ଶପଥପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ସୋମବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାଃସ ତ୍ୟାଗ...

ରାଜ୍ୟରେ ସୁସ୍ଥ ହେଲେ ୫୭୦ କରୋନା ଆକ୍ରାନ୍ତ: ଅନୁଗୋଳରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୬।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୭୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୪, ମୟୂରଭଞ୍ଜରୁ ୫୧,...

ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ...

କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମହାମାରୀ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେଇଛି। ରାଜସ୍ବ ହ୍ରାସ ପାଇବା ସାଙ୍ଗକୁ ଖର୍ଚ୍ଚ ବଢ଼ିଚାଲିଛି। ଏପରିସ୍ଥଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇ...

ରାଜ୍ୟରେ ୪୧୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଅନ୍‌ଲକ୍‌-୧ ଗାଇଡ୍‌ଲାଇନ୍‌...

ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ...

ଉପନିର୍ବାଚନ: କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କୋଭିଡ୍‌ ମହାମାରୀ ମଧ୍ୟରେ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ...

Advertisement
Archives

Model This Week