ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ଜଳେଶ୍ୱର,୧୮।୩(ସ୍ବ.ପ୍ର.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ବହୁ ଅଯୋଗ୍ୟ ବ୍ୟକ୍ତି ଘର ହାତେଇବା, ଏସ୍‌ସିସି ତାଲିକାର ବ୍ୟତିକ୍ରମ ହେବା, ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ହଇରାଣ କରାଯିବା ସହ ଭୂମିହୀନ ଲୋକଙ୍କୁ ଜମିପଟ୍ଟା ପ୍ରଦାନରେ ପାତରଅନ୍ତର କରାଯାଉଥିବା ଏଥିରେ ଦର୍ଶାଯାଇଛି। ସେହିପରି ଯୋଗ୍ୟ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇ ଭତ୍ତା, ରାଶନ କାର୍ଡ ଦିଆଯିବା, ଜଳେଶ୍ୱରକୁ ବାହ୍ୟ ମଳମୁକ୍ତ ଘୋଷଣା ପ୍ରହସନରେ ପରିଣତ ହେବା ଅଭିଯୋଗ କରାଯାଇ ଏହାର ତଦନ୍ତ ଦାବି କରାଯାଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଏପ୍ରିଲରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ବୈତରଣୀ, ବଢୁଛି ଦୁର୍ଦ୍ଦଶା

ଭଦ୍ରକ ଅଫିସ,୨୮ା୮: ଭଦ୍ରକର ତଳିଆ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ। ପ୍ରାଥମିକ ଆକଳନ ଅନୁଯାୟୀ, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୩୦ ଗାଁ ବନ୍ୟାରେ ପ୍ରଭାବିତ...

ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬...

ମାଲକାନଗିରି ଛୁଇଁଲା କରୋନା: ୨ ଚେନ୍ନାଇ ଫେରନ୍ତା ପଜିଟିଭ୍‌ ଚିହ୍ନଟ

ମାଲକାନଗିରି,୨୦।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛୁଇଁଲା କରୋନା। ବୁଧବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଦ୍ୱୟ ଚେନ୍ନାଇ ଫେରନ୍ତା। ସେମାନଙ୍କୁ...

ମାସ୍କ, ପିପିଇ କିଣା ନେଇ ଶ୍ୱେତପତ୍ର ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ରାଜ୍ୟ ସରକାର ମାସ୍କ, ପିପିଇ, ଅନ୍ୟାନ୍ୟ...

ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା

ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ...

ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ପାଉନି ପୋଲିସ

ଅନୁଗୋଳ ଅଫିସ, ୨୩।୪: ଅନୁଗୋଳ ସହର ହୁଲୁରିସିଂହା ଠାରେ ଶୁକ୍ରବାର ରାତିରେ ସ୍ଥାନୀୟ ଯୁବକ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପ୍ରକାଶଙ୍କ ଦେହରେ...

କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାୟଗଡ଼ାର ବିଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍‌.ଭାସ୍କର ରାଓ ମାଓବାଦୀମାନଙ୍କୁ ଅର୍ଥ ସହାୟତା ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର...

ପାର୍ବଣରେ ପୁଣି ଫେରିଛି କରୋନା, ୩ ମାସ ଯାଏ ସତର୍କ ରୁହ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଦିନେ ବଢ଼ିଲେ ଦିନେ କମୁଛି କରୋନା ସଂକ୍ରମଣ। ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଭିଡ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।...

Advertisement
Archives

Model This Week