ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଯୁକ୍ତି ପାଇଥିବା ଜିଓ ଟ୍ୟାଗ କର୍ମଚାରୀ ବା ଆବାସ ମିତ୍ରମାନେ ୨ବର୍ଷ ହେଲା ପାରିଶ୍ରମିକ ପାଇନାହାନ୍ତି। ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଜିଓ ଟ୍ୟାଗ କର୍ମଚାରୀଙ୍କ କାର୍ଯ୍ୟକୁ ନିଜେ ହାତେଇବା ସହ ମିଳୁଥିବା ପାଉଣାକୁ ହାତେଇ ନେଉଥିବା ଏହି ଆବାସ ମିତ୍ରମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ସୁଯୋଗ ଏବଂ ପୁରୁଣା ପାଉଣା ଦିଆ ନ ଗଲେ ସମସ୍ତ ଜିଓ ଟ୍ୟାଗ କର୍ମଚାରୀ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଭକ୍ତହରି ସାହୁ, ଦେବାଶିଷ ମହାନ୍ତି, କିଶୋର ବେହେରା, ତପୋଧନ ବାରିକ, ଅମରେଶ କୁମାର ବିଶ୍ୱାଳ, ଅଭିଜିତ ପଣ୍ଡା, ସୂର୍ଯ୍ୟପ୍ରତାପ ଦାସ ଓ ରଞ୍ଜିତା ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।
ସରକାର ଗ୍ରାମୀଣ ଗୃହ ଯୋଜନାରେ ଗରିବଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ନିର୍ଦ୍ଧାରିତ ସମୟରେ ଶେଷ ନ ହେବା ଉପଲବ୍ଧି କରିବା ପରେ ତ୍ୱରାନ୍ବିତ ପାଇଁ ୨୦୧୭ରେ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ଆବାସ ମିତ୍ର କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କର କାର୍ଯ୍ୟ, ପାଉଣା ତଥା ସବିଶେଷ ବିବରଣୀ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା୨୪୭୧୯ ତା୧୫ା୧୨ା୧୭ ଏବଂ ପତ୍ର ସଂଖ୍ୟା୨୩୮୪୫/ପିଆର ତା୧୩ା୧୨ା୧୭ ଏବଂ ପତ୍ର ସଂଖ୍ୟା ୪୩୬ ତା୬ା୦୧ା୧୮ରିଖରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟତଃ କର୍ମଚାରୀମାନେ ଗୋଟିଏ ଘର ଆରମ୍ଭ ହେବା ପରଠାରୁ ୩ ପର୍ଯ୍ୟାୟରେ ଫଟୋ ଉଠାଇ ଆରଏଚ ଆପ୍ସରେ ଲୋଡ କରିବେ। ଏଥିପାଇଁ ପ୍ରତ୍ୟେକ ଥର ଫଟୋ ଉଠା ବାବଦକୁ ୫୦ଟଙ୍କା କଣ୍ଟିଜେନ୍ସିରୁ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା। ୨୦୧୭ରୁ ୧୮ପର୍ଯ୍ୟନ୍ତ କାର୍ଯ୍ୟ ସଫଳତାର ସହ ଚାଲିଥିଲା। ଏହା ମଧ୍ୟରେ ବିଡିଓ ଥିବା ଶିବାନନ୍ଦ ସ୍ବାଇଁଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ନୂତନ ବିଡିଓ ଯୋଗଦେବା ପରେ ଆବାସ ମିତ୍ରଙ୍କ ପାଉଣା ବନ୍ଦ କରାଯାଇଛି। ଫଳରେ ଏହି କର୍ମଚାରୀମାନେ ବ୍ଲକରୁ ଗ୍ରାମୀଣ ଗୃହର ତାଲିକା ଚାହୁଥିଲେ ମଧ୍ୟ ସେମାନଙ୍କୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ମିଳୁନାହିଁ। ବ୍ଲକ ପ୍ରଶାସନ ସେମାନଙ୍କୁ ଅସହଯୋଗ କରୁଥିବା ନେଇ ଅଚ୍ୟୁତପୁର ପଞ୍ଚାୟତର ଆବାସ ମିତ୍ର ଭକ୍ତହରି ସାହୁ କହିଛନ୍ତି। ଏ ବିଷୟରେ ସମସ୍ତ ୩୭ ପଞ୍ଚାୟତର କର୍ମଚାରୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଜଣାଇ ସାରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇନାହିଁ। ମାତ୍ର ଗୋଟିଏ ଘର ପାଇଁ ଅତିବେଶିରେ ୧୫୦ଟଙ୍କା ନେଇ ଗୁଜୁରାଣ ମେଣ୍ଟାଉଥିବା କେତେକ ବେକାର ଯୁବତୀଯୁବକଙ୍କ ପାଉଣା ବନ୍ଦ ସାଙ୍ଗକୁ କାର୍ଯ୍ୟରୁ ଦୂରେଇ ରଖାଯିବା କେତେଦୂର ଯୁକ୍ତିସଙ୍ଗତ ବୋଲି ମାଖନପୁର ପଞ୍ଚାୟତର ଆବାସ ମିତ୍ର କିଶୋର ବେହେରା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ପାଉଣା ବନ୍ଦ ରଖିଥିବା ଏବଂ ୧ମାସ ପୂର୍ବରୁ ଖଇରା ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ତତ୍କାଳୀନ ବିଡିଓ ମହେଶ ଚୌଧୁରୀଙ୍କୁ ଯୋଗାଯୋଗ କରିବାରେ କଣ୍ଟିଜେନ୍ସିରେ ଅର୍ଥ ନ ଥିବାରୁ ସେମାନଙ୍କୁ ଏହି ପାଉଣା ଦିଆଯାଇ ନ ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

କେନ୍ଦୁଝର,୩।୪(ଡି.ଏନ୍‌.ଏ.) ଗ୍ରୀଷ୍ମ ଆରମ୍ଭରୁ ହିଁ କେନ୍ଦୁଝରଗଡ଼ ପୌରପାଳିକାର ୨୧ ୱାର୍ଡରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ...

ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଅଫିସ, ୨୩।୪ସରିଛି ପ୍ରଚାର। ମଇଦାନରେ ଝାଳ ବୁହାଇଛନ୍ତି ନେତା। ଏବେ ଜନତା ଜନାର୍ଦ୍ଦନଙ୍କ ହାତରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ...

ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କଲେ ସ୍ବାମୀ: ଦ୍ୱିତୀୟ ବିବାହକୁ କେନ୍ଦ୍ରକରି ଲାଗି ରହିଥିଲା ଅଶାନ୍ତି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ କେନ୍ଦ୍ର କରି ପରିବାରରେ ଲାଗି ରହିଥିବା ଅଶାନ୍ତି ଶେଷରେ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ପିନ୍ଧା ଶାଢ଼ୀରେ ଝୁଲି ଆତ୍ମହତ୍ୟା...

୮ ବ୍ଲକରୁ ୪ଟିରେ ମହିଳା

ଅନୁଗୋଳ ଅଫିସ, ୮।୧ ଅନୁଗୋଳ ଜିଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲା ପ୍ରଶାସନ...

ଲାଞ୍ଚ: ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଗିରଫ

କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ...

ଚାକିରି ପ୍ରଲୋଭନ ଦେଇ ଯୁବତୀ ଚାଲାଣ

କୋରୁକୋଣ୍ଡା, ୫ା୫- ଚାକିରି ପ୍ରଲୋଭନ ଦେଇ ୪୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନିଆଯାଉଥିଲା ତାମିଲନାଡୁ। ସେମାନଙ୍କୁ କୁହାଯାଇଥିଲା ବଲାଙ୍ଗୀରର ଏକ ସିଲେଇ କମ୍ପାନୀରେ ଦିଆଯିବ ନିଯୁକ୍ତି। ପ୍ରଥମେ...

Advertisement
Archives

Model This Week