ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର

ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଯୁକ୍ତି ପାଇଥିବା ଜିଓ ଟ୍ୟାଗ କର୍ମଚାରୀ ବା ଆବାସ ମିତ୍ରମାନେ ୨ବର୍ଷ ହେଲା ପାରିଶ୍ରମିକ ପାଇନାହାନ୍ତି। ବିଭିନ୍ନ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ଜିଓ ଟ୍ୟାଗ କର୍ମଚାରୀଙ୍କ କାର୍ଯ୍ୟକୁ ନିଜେ ହାତେଇବା ସହ ମିଳୁଥିବା ପାଉଣାକୁ ହାତେଇ ନେଉଥିବା ଏହି ଆବାସ ମିତ୍ରମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ସୁଯୋଗ ଏବଂ ପୁରୁଣା ପାଉଣା ଦିଆ ନ ଗଲେ ସମସ୍ତ ଜିଓ ଟ୍ୟାଗ କର୍ମଚାରୀ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଭକ୍ତହରି ସାହୁ, ଦେବାଶିଷ ମହାନ୍ତି, କିଶୋର ବେହେରା, ତପୋଧନ ବାରିକ, ଅମରେଶ କୁମାର ବିଶ୍ୱାଳ, ଅଭିଜିତ ପଣ୍ଡା, ସୂର୍ଯ୍ୟପ୍ରତାପ ଦାସ ଓ ରଞ୍ଜିତା ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।
ସରକାର ଗ୍ରାମୀଣ ଗୃହ ଯୋଜନାରେ ଗରିବଙ୍କୁ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ନିର୍ଦ୍ଧାରିତ ସମୟରେ ଶେଷ ନ ହେବା ଉପଲବ୍ଧି କରିବା ପରେ ତ୍ୱରାନ୍ବିତ ପାଇଁ ୨୦୧୭ରେ ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ ଆବାସ ମିତ୍ର କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କର କାର୍ଯ୍ୟ, ପାଉଣା ତଥା ସବିଶେଷ ବିବରଣୀ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା୨୪୭୧୯ ତା୧୫ା୧୨ା୧୭ ଏବଂ ପତ୍ର ସଂଖ୍ୟା୨୩୮୪୫/ପିଆର ତା୧୩ା୧୨ା୧୭ ଏବଂ ପତ୍ର ସଂଖ୍ୟା ୪୩୬ ତା୬ା୦୧ା୧୮ରିଖରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟତଃ କର୍ମଚାରୀମାନେ ଗୋଟିଏ ଘର ଆରମ୍ଭ ହେବା ପରଠାରୁ ୩ ପର୍ଯ୍ୟାୟରେ ଫଟୋ ଉଠାଇ ଆରଏଚ ଆପ୍ସରେ ଲୋଡ କରିବେ। ଏଥିପାଇଁ ପ୍ରତ୍ୟେକ ଥର ଫଟୋ ଉଠା ବାବଦକୁ ୫୦ଟଙ୍କା କଣ୍ଟିଜେନ୍ସିରୁ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା। ୨୦୧୭ରୁ ୧୮ପର୍ଯ୍ୟନ୍ତ କାର୍ଯ୍ୟ ସଫଳତାର ସହ ଚାଲିଥିଲା। ଏହା ମଧ୍ୟରେ ବିଡିଓ ଥିବା ଶିବାନନ୍ଦ ସ୍ବାଇଁଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ନୂତନ ବିଡିଓ ଯୋଗଦେବା ପରେ ଆବାସ ମିତ୍ରଙ୍କ ପାଉଣା ବନ୍ଦ କରାଯାଇଛି। ଫଳରେ ଏହି କର୍ମଚାରୀମାନେ ବ୍ଲକରୁ ଗ୍ରାମୀଣ ଗୃହର ତାଲିକା ଚାହୁଥିଲେ ମଧ୍ୟ ସେମାନଙ୍କୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ମିଳୁନାହିଁ। ବ୍ଲକ ପ୍ରଶାସନ ସେମାନଙ୍କୁ ଅସହଯୋଗ କରୁଥିବା ନେଇ ଅଚ୍ୟୁତପୁର ପଞ୍ଚାୟତର ଆବାସ ମିତ୍ର ଭକ୍ତହରି ସାହୁ କହିଛନ୍ତି। ଏ ବିଷୟରେ ସମସ୍ତ ୩୭ ପଞ୍ଚାୟତର କର୍ମଚାରୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଭାବେ ଜଣାଇ ସାରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇନାହିଁ। ମାତ୍ର ଗୋଟିଏ ଘର ପାଇଁ ଅତିବେଶିରେ ୧୫୦ଟଙ୍କା ନେଇ ଗୁଜୁରାଣ ମେଣ୍ଟାଉଥିବା କେତେକ ବେକାର ଯୁବତୀଯୁବକଙ୍କ ପାଉଣା ବନ୍ଦ ସାଙ୍ଗକୁ କାର୍ଯ୍ୟରୁ ଦୂରେଇ ରଖାଯିବା କେତେଦୂର ଯୁକ୍ତିସଙ୍ଗତ ବୋଲି ମାଖନପୁର ପଞ୍ଚାୟତର ଆବାସ ମିତ୍ର କିଶୋର ବେହେରା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ପାଉଣା ବନ୍ଦ ରଖିଥିବା ଏବଂ ୧ମାସ ପୂର୍ବରୁ ଖଇରା ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ତତ୍କାଳୀନ ବିଡିଓ ମହେଶ ଚୌଧୁରୀଙ୍କୁ ଯୋଗାଯୋଗ କରିବାରେ କଣ୍ଟିଜେନ୍ସିରେ ଅର୍ଥ ନ ଥିବାରୁ ସେମାନଙ୍କୁ ଏହି ପାଉଣା ଦିଆଯାଇ ନ ଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri