ଦୁର୍ଦ୍ଦିନରେ ୧୨ କୁମ୍ଭକାର ପରିବାର

ସୋର, ୧୮।୩(ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ପାହାଡିଆ ଗଁ। ରଙ୍ଗାମାଟିଆ। ଗଁ। ଠାରୁ ପଞ୍ଚାୟତ ଶ୍ୟାମସୁନ୍ଦରପୁରର ଦୂରତା ୨୦ରୁ ୨୫ କି.ମି. ହୋଇଥିବାବେଳେ ଔପଦା ବ୍ଲକ ହେଡକ୍ୱାର୍ଟର ଦୂରତା ୩୦ରୁ ୩୫ କି.ମି.। ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଗଁ। ସୋର ବ୍ଲକ ସିଙ୍ଗାଖୁଣ୍ଟା ଓ ମହୁମୁହାଣ ପଞ୍ଚାୟତ ନିକଟରେ ରହିଛି। ଫଳରେ ଗ୍ରାମର ଲୋକେ କିଣାବିକା ପାଇଁ ସୋର ବ୍ଲକର ବାଗୁଡ଼ିବଜାର ଉପରେ ନିର୍ଭର କରିଥାନ୍ତି। ଗ୍ରାମର ୮୦ ପରିବାର ମଧ୍ୟରୁ ୭୦ଭାଗ କୁମ୍ଭକାର। ଅବଶିଷ୍ଟ ଆଦିବାସୀ ସମ୍ପ୍ରଦାୟର। ଖର୍ଚ୍ଚ ଅନୁସାରେ କମ୍‌ ପାରିଶ୍ରମିକ ମିଳୁଥିବାରୁ ଅନେକ କୁମ୍ଭକାର ବୃତ୍ତି ହରାଇଛନ୍ତି। ମାତ୍ର ୧୨ ପରିବାର ଏବେ ଏହି ବୃତ୍ତିକୁ ଆଦରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସରକାରଙ୍କ ପକ୍ଷରୁ ବିକ୍ରିବଟା ଲାଗି ବଜାର ସୁବିଧା କରାଗଲେ ଉପକୃତ ହୋଇପାରନ୍ତେ ବୋଲି କୁମ୍ଭକାରମାନେ କହିଛନ୍ତି।
ଦିନକୁ ଦିନ ମାଟି ତିଆରି ସାମଗ୍ରୀର ଆଦର କମିଆସୁଥିବାରୁ କୌଳିକ ବୃତ୍ତି ପ୍ରତି ଆଗ୍ରହ ହେଉ ନ ଥିବା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଚରଣ ବେହେରା (୭୨) କୁହନ୍ତି। ତାଙ୍କ ବାପାଙ୍କ ଅମଳରୁ ଦୀର୍ଘ ୬୦ ବର୍ଷ ହେବ ସେ ଏହି କାମ କରିଆସୁଛନ୍ତି। ତାଙ୍କର ତିନିପୁଅ ଜଳଧର, ଶ୍ରୀଧର, ଲମ୍ବୋଧର ତାଙ୍କୁ କାମରେ ସାହାଯ୍ୟ କରିଥାନ୍ତି। ବାହାରୁ ବେପାରୀମାନେ ଆସି ତାଙ୍କଠାରୁ ମାଟିପାତ୍ରକୁ କିଣି ନେଇଥାନ୍ତି। ବିଶେଷ କରି ପର୍ବପର୍ବାଣି ସମୟରେ ଭଲ ବ୍ୟବସାୟ ହୋଇଥାଏ। ଅନ୍ୟ ସମୟରେ ପ୍ରସ୍ତୁତ ସାମଗ୍ରୀ ଦୀର୍ଘଦିନ ଧରି ପଡ଼ିରୁହେ। ସେ କୁହନ୍ତି, ମାଟିକୁ କିଣି ଘରକୁ ଆଣିବା ପରେ ତାହାକୁ ଶୁଖାଇ ପଥର, ରେଙ୍ଗୁଟି ବାଛି କାଦୁଅ କରାଯାଇଥାଏ। ଏହାକୁ ଚକିରେ ପକାଇ ବିଭିନ୍ନ ସାମଗ୍ରୀ ହାଣ୍ଡି, କଢ଼ା, ମାଟିଆ, ସୁରେଇ, ଦୀପ ଆଦି ପ୍ରସ୍ତୁତି କରି ଶୁଖାଇ ଦିଆଯାଇଥାଏ। ପରେ ଏହାକୁ ଭାଟିରେ ସଜାଇ ରଖି ମାଟିରେ ଲେପଦେଇ କାଠରେ ଚୁଲାରେ ରଖି ନିଆଁ ଲଗାଯାଇଥାଏ। ନିଆଁ ଲିଭିଲା ପରେ ଭାଟି ଖୋଲାଯାଏ। ଏହି ସାମଗ୍ରୀ ତିଆରି ପାଇଁ ଯେତିକି ଖର୍ଚ୍ଚ ହେଉଛି ସେହି ଅନୁସାରେ ଲାଭ ମିଳୁନି ବୋଲି ଗ୍ରାମର ଶଙ୍କର ବେହେରା, ଲକ୍ଷ୍ମୀଧର ବେହେରା, ପବନ ବେହେରା, ରାଜେନ୍ଦ୍ର ବେହେରା, ଶ୍ରୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି। ନିର୍ବାଚନ ସମୟରେ ଆସୁଥିବା ନେତାମାନେ କେବଳ ପ୍ରତିଶ୍ରୁତି ଦେଇ ଚାଲିଯାଇଥାନ୍ତି ବୋଲି ଗ୍ରାମବାସୀ କୁହନ୍ତି। ବିଶେଷ କରି ପାଇପ୍‌ ପାଣି ପାଇଁ ଗ୍ରାମବାସୀ ଚାତକ ଭଳି ଚାହିଁ ବସିଛନ୍ତି। ଦୀର୍ଘ ଏକବର୍ଷ ହେବ ପାଇପ୍‌ ପାଣି ପାଇଁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଏଥିରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ଗ୍ରାମରେ ମାତ୍ର ତିନୋଟି ନଳକୂପ ଥିବାରୁ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ନଳକୂପଗୁଡ଼ିକ ଘରଠାରୁ ଯଥେଷ୍ଟ ଦୂରରେ ରହିଛି। ଗ୍ରାମରେ ଆହୁରି ନଳକୂପର ଆବଶ୍ୟକତା ଅଛି ବୋଲି ଗ୍ରାମର ନିରଞ୍ଜନ ବେହେରା, ଇନ୍ଦ୍ର ବେହେରା, କବିତା ବେହେରା, ଦୂତୀ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ କେହି ଆସି ତାଙ୍କର ସୁବିଧା ଅସୁବିଧା ବୁଝନ୍ତି ନାହଁି ବୋଲି ଚରଣ ବେହେରା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri