ଦୁର୍ଦ୍ଦିନରେ ଲାଗିଛି ଝଗଡ଼ା

 

ପଞ୍ଜାବର ମୁଖ୍ୟ ଶାସନ ସଚିବ କରଣ ଅବତାର ସିଂ ଏକ ବିବାଦରେ ପଡିଯାଇଛନ୍ତି।ଏହାର ରାଜନୈତିକ ପ୍ରତିକ୍ରିୟା ଥିବା ଭଳି ମନେହେଉଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ସହଯୋଗୀ ଏବଂ ପ୍ରଶାସକଙ୍କ ମଧ୍ୟରେ ଲାଗିଥିବା ଏହି ବିବାଦକୁ କମାଇବା ପାଇଁ ପ୍ରୟାସ କରୁଥିବା ସ୍ପଷ୍ଟ ଅନୁମାନ କରାଯାଉଛି। ମଦ ଠିକାଦାରମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ଚାହଁୁଥିବା ମୁଖ୍ୟମନ୍ତ୍ରୀଙ୍କ ଅବକାରୀ ନୀତି ରାଜ୍ୟର ମନ୍ତ୍ରୀ ପରିଷଦକୁ ବିଭାଜିତ କରିଛି। ମୁଖ୍ୟ ଶାସନ ସଚିବ ସିଂ ବିତ୍ତ ଆୟୁକ୍ତ ଟିକସ (ଟ୍ୟାକ୍ସେସନ) ଏବଂ ପଞ୍ଜାବ ଅବକାରୀ ବିଭାଗର ପ୍ରଶାସନିକ ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ଓ ତାଙ୍କ ଖରାପ ବ୍ୟବହାର ଯୋଗୁ ସେ ଏବେ ମନ୍ତ୍ରୀମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଉକ୍ତ ଘଟଣା ଉପରେ ଅନୁଷ୍ଠିତ ଶେଷ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ମନୋଭାବକୁ ପ୍ରତିବାଦ କରି ଅଧାରୁ ସବୁ ମନ୍ତ୍ରୀ ବାହାରକୁ ଚାଲିଯାଇଥିଲେ। ସୂତ୍ରରୁ ଜଣାପଡିଛି ଯେ, ଯେଉଁ ବୈଠକରେ କରଣ ଅବତାର ସିଂ ଉପସ୍ଥିତ ରହିବେ ସେଥିରେ ସବୁମନ୍ତ୍ରୀ ଯୋଗଦେବେ ନାହିଁ ବୋଲି ଶପଥ ନେଇଛନ୍ତି। ସ୍ପଷ୍ଟ ଜଣାପଡୁଛି ଯେ, ଏହି ଝଗଡ଼ା ସମାଧାନ କରିବା ପାଇଁ ଅମରିନ୍ଦରଙ୍କ ପ୍ରୟାସ ତାଙ୍କ ସହଯୋଗୀମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ତେବେ ଅବକାରୀ ବିଭାଗରେ ସରକାର ଓ ଠିକାଦାରଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି ବୋଲି ଜଣେ ଦଳୀୟ ବିଧାୟକ କହିବା ସହ ଏହାର ତଦନ୍ତ ଦାବି କରିଛନ୍ତି। ଏହି ସୁଯୋଗରେ ପଞ୍ଜାବର କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ସିଂ ବାଜଓ୍ବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ସ୍ବଚ୍ଛତାର ବାହାନା କରୁଛନ୍ତି ବୋଲି କଡା ତଥା ଅକ୍ରମଣାତ୍ମକ ମନ୍ତବ୍ୟ ଦେଇଛନ୍ତି। ବାଜଓ୍ବା କହିଛନ୍ତି,ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗର ସ୍ପଷ୍ଟୀକରଣ ଦିଅନ୍ତୁ କିମ୍ବା ପଦ ଛାଡ଼ନ୍ତୁ । ଏଭଳି କହି ସେ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆ ପରିସ୍ଥିତିରେ ପକାଇଦେଇଛନ୍ତି। ପର ବୈଠକରେ ମନ୍ତ୍ରୀମାନେ ସମ୍ପୂର୍ଣ୍ଣ ବିଜୟ ଲାଭ କରିପାରନ୍ତି। କାରଣ ମୁଖ୍ୟ ସଚିବ ସିଂ ହାଫ୍‌ ଡେ’ ଲିିଭ୍‌ରେ ରହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଗୃହ ସଚିବ ସତୀଶ ଚନ୍ଦ୍ରଙ୍କୁ ବୈଠକରେ ଅଧ୍ୟକ୍ଷତା କରିବା ଲାଗି ଅଧିକାର ଦେଇଛନ୍ତି। ଏବେ ଚାପ ଆଗରେ ମୁଣ୍ଡ ନୁଆଁଇ ଅମରିନ୍ଦର ମୁଖ୍ୟ ସଚିବଙ୍କଠାରୁ ବିତ୍ତ ଆୟୁକ୍ତ (ଟିକସ) ଅତିରିକ୍ତ ଦାୟିତ୍ୱ କାଢି ନେଇଛନ୍ତି। ରାଜ୍ୟ କରୋନା ଭାଇରସ୍‌ ସଂକ୍ରମଣ ବିିରୋଧରେ ଲଢୁଥିବା ବେଳେ ରାଜ୍ୟରେ ଏହା ଏକ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି। ଶେଷରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏଭଳି ଏକ ଝଗଡା ଏ ସମୟରେ କ’ଣ ମୁଖ୍ୟମନ୍ତ୍ରୀ ଚାହାନ୍ତି । ଝଗଡା ଯୋଗୁ ଏହି ଦୁର୍ଦ୍ଦିନରେ ଉଭୟ ରାଜସ୍ବ କ୍ଷତିଗ୍ରସ୍ତ ହେବା ସହ ଓ ପୀଡିତମାନେ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ ହେଉଛନ୍ତି।
ରାନୀଙ୍କ ଇସ୍ତଫା ଖାରଜ
ଆଇଏଏସ୍‌ ଅଧିକାରୀ ରାନୀ ନାଗରଙ୍କ ଇସ୍ତଫାକୁ ହରିୟାଣା ସରକାର ଖାରଜ କରିଦେଇଛନ୍ତି। ଏହା ବଦଳରେ ତାଙ୍କ ନିଜ ରାଜ୍ୟ ଉତ୍ତରପ୍ରଦେଶ କ୍ୟାଡର୍‌କୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ୨୦୧୪ ବ୍ୟାଚ୍‌ର ଏହି ଅଧିକାରୀ ୪ ମେ’ରେ ଇସ୍ତଫା ଦେଇଥିଲେ। ସରକାରୀ କାର୍ଯ୍ୟରେ ବ୍ୟକ୍ତିଗତ ସୁରକ୍ଷା ପ୍ରସଙ୍ଗକୁ ଭିତ୍ତିକରି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କେଶନି ଆନନ୍ଦ ଆରୋରାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଏହି ଇସ୍ତଫାପତ୍ରକୁ ତାଙ୍କ ଫେସ୍‌ବୁକରେ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଆଇଏଏସ୍‌ ଅଧିକାରୀ ହରିୟାଣା ଅଭିଲେଖାଗାର ବିଭାଗର ନିର୍ଦ୍ଦେଶକ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି। ଲକ୍‌ଡାଉନ ପରେ ଚାକିରିରୁ ଇସ୍ତଫା ଦେଇ ସେ ତାଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶ ଫେରିଯିବା ଲାଗି ଇଚ୍ଛା ପ୍ରକାଶ କରିବା ବିଷୟ ଫେସ୍‌ବୁକରେ ପୋଷ୍ଟ୍‌ କରିଥିଲେ। ଗତ ମାସରେ ସେ ଏହି ପୋଷ୍ଟ କରି ସେଥିରେ ତାଙ୍କ ସୁରକ୍ଷା ସମ୍ପର୍କିତ କଥା ମଧ୍ୟ ଦର୍ଶାଇଥିଲେ। ରାନୀ ୨୦୧୮ରେ ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ତରର ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ଖବର ବି ପ୍ରକାଶ ପାଇଥିଲା। ସୂତ୍ରରୁ ଜଣା ପଡିଛି ଯେ, ଏହି ଅଭିଯୋଗକୁ ଆଧାରକରି ରାଜ୍ୟ ସରକାର ଏହା ଉପରେ ତଦନ୍ତ କରିଥିଲେ, କିନ୍ତୁ ସେହି ଅଧିକାରୀଙ୍କୁ ଦୋଷୀ କରି ନ ଥିଲେ। କେରଳର ଆଇଏଏସ୍‌୍‌ ଅଧିକାରୀ କନ୍ନନ ଗୋପୀନାଥନ ଗତ ବର୍ଷ ଇସ୍ତଫା ଦେବା ଘଟଣା ପରେ ରାନୀ ନାଗରଙ୍କ ଘଟଣା ପଦାକୁ ଆସିଛି। କିନ୍ତୁ ସରକାର ଗୋପୀନାଥନଙ୍କ ଇସ୍ତଫା ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଏହା ପରିବର୍ତ୍ତେ କରୋନା ଭାଇରସ୍‌ ସଂକ୍ରମଣ ସମୟରେ କାର୍ଯ୍ୟରେ ଯୋଗ ନ ଦେବାରୁ ସରକାର ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ହେଲେ ରାନୀ ନାଗରଙ୍କ ମାମଲା ଭଲରେ ଶେଷ ହେବ ବୋଲି ଆଶା କରାଯାଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସରିନି ସଂଗ୍ରାମ, ମିଳିନି ସ୍ବାଧୀନତା

ସବ୍ୟସାଚୀ ଅମିତାଭ ଦେଶ ସ୍ବାଧୀନତାର ୭୩ତମ ବର୍ଷ ପାଳନ କରୁଛି। ଏହି ପବିତ୍ର ଦିନରେ ସ୍ବାଧୀନତାକୁ ନେଇ ପ୍ରକାଶ ପାଉଛି ଅନେକ ଅନୁଚିନ୍ତା। ହେଲେ ସ୍ବାଧୀନତାର...

μ = Σxi /n

ଆରମ୍ଭରୁ କହିବାକୁ ଚାହୁଁ ଯେ, ମାତୃଭାଷା ପାଇଁ ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଏଠାରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାକୁ କୌଣସି ଭାବରେ...

ଏଇ ଭାରତରେ

ବନ୍ୟାଜଳ ଉବୁଟୁବୁ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ ବାହାରକୁ ଗୋଡ ବଢ଼ାଇଥିଲେ। ଏହି ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ଜଣେ...

ବ୍ୟସ୍ତ ବାହାନା

ବ୍ୟସ୍ତ ଗାଁ, ବ୍ୟସ୍ତ ସହର, ବ୍ୟସ୍ତ ଦୁନିଆର ବ୍ୟସ୍ତ ମଣିଷ। ଆଜିକାଲି ଶିଶୁଟିଏଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠଙ୍କ ପର୍ଯ୍ୟନ୍ତ ଯାହାକୁ ଦେଖିବ ସିଏ ବ୍ୟସ୍ତ। ତେବେ...

ପରିବର୍ତ୍ତନ ସହ ତାଳ ଦେଇ ଚାଲିବା

ଡ. ପ୍ରମୋଦ କୁମାର ମିଶ୍ର ଆଜି ଆପଣମାନେ (ଛାତ୍ରୀଛାତ୍ରମାନେ) ଯେତେବେଳେ ଜୀବନର ନୂତନ ପର୍ଯ୍ୟାୟରେ ପାଦ ଥାପୁଛନ୍ତି, ଆପଣମାନଙ୍କ ଆଗରେ ବ୍ୟାପକ ସମ୍ଭାବନା ଓ ସୁଯୋଗ...

ଏଇ ଭାରତରେ

ଗୋଟିଏ ବର୍ଷରେ ୨ ଲକ୍ଷ ୩୦ ହଜାର କେ.ଜି. ଆମ୍ବ ଉତ୍ପାଦନ କରିବା କମ୍‌ କଥା ନୁହେଁ। ଗୁଜରାଟର ରାଜେଶ ଶାହାଙ୍କ ଦ୍ୱାରା ଏହା ସମ୍ଭବ...

ଭାରତର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ

ଶାରଦା ପ୍ରସନ୍ନ ବେହେରା ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚତ୍ବ ଓ କମ୍‌ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିବା ପରେ...

ଭିଆଇପିଙ୍କ ଜବରଦଖଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସୋସିଆଲ ମିଡିଆର ନିରନ୍ତର ଦୃଷ୍ଟିକୁ ଏଡ଼ାଇ ଭୁଲ୍‌ଭାଲ୍‌ କାମ କରି ରାଡାର୍‌ ତଳେ ଖସିଯିବା ଏଣିକି ବାବୁମାନଙ୍କ ପାଇଁ କଷ୍ଟକର...

Advertisement
Archives

Model This Week