ଦୁର୍ଘଟଣା ବଢ଼ାଉଛି ଜାତୀୟ ରାଜପଥରେ ଗାଡ଼ି ପାର୍କିଂ

ଚଣ୍ଡିଖୋଲ,୧୩।୧୦(ଡି.ଏନ.ଏ)- ୧୬ନଂ. ଜାତୀୟ ରାଜପଥର ଛତିଆ ନିକଟରେ ବେଆଇନଭାବେ ରାଜପଥ ଉପରେ ଗାଡ଼ିଗୁଡ଼ିକ ଠିଆହୋଇ ରହିବା ଯୋଗୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଯାଜପୁର ଜିଲା ବୈରୀ ଥାନା ଛତିଆସ୍ଥିତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବେଆଇନଭାବେ ଶତାଧିକ ଅସ୍ଥାୟୀ ଦୋକାନ ଖୋଲିଛି। ଏହି ଦୋକାନଗୁଡ଼ିକ ଜାତୀୟ ରାଜପଥ କଡ଼ରେ ଖୋଲିଥିବା ହେତୁ ଦିନତମାମ ଏପରିକି ରାତି ସମୟରେ ମଧ୍ୟ ଚାରି ଚକିଆ ଗାଡ଼ି ଜାତୀୟ ରାଜପଥ ଉପରେ ଠିଆହୋଇ ରହୁଛି। ସେଠାରେ ବହୁ ସଂଖ୍ୟାରେ ଚା, ପାନ ଓ ଜଳଖିଆ ଦୋକାନ ଖୋଲାହୋଇଛି। ଯେଉଁଥିପାଇଁ କାର, ଟ୍ରକ୍‌, ବସ୍‌ ଆଦି ବଡ଼ବଡ଼ ଯାନ ରାସ୍ତା ଉପରେ ରଖି ଦୋକାନୀଙ୍କଠାରୁ ସଉଦା କିଣିବା ସହ ଚା ଓ ଜଳଖିଆ କରୁଛନ୍ତି। ସେଥିପାଇଁ ଏହି ଛକର ମୋଡ଼ାଣିଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଛତିଆ ଛକଠାରୁ ଭାଟିଆ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥଟି ତିନି ବାଙ୍କ ହୋଇଥିବାରୁ ଦୂରରୁ ଆସୁଥିବା ଗାଡ଼ିଗୁଡ଼ିକୁ ଲୋକେ ଦେଖିପାରୁ ନାହାନ୍ତି। ଏପରିକି ମୋଟର ସାଇକେଲ ଆରୋହୀମାନେ ଏହି ଛକ ନିକଟରେ ରାସ୍ତା ଅତିକ୍ରମ କଲାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଛତିଆ ମନ୍ଦିର ପାର୍ଶ୍ୱକୁ ଯିବା ପାଇଁ ଭାଟିଆ ନିକଟରେ ରାସ୍ତାରେ କଟିଂ ରହିଛି। ଏହି କଟିଂ ଅତିକ୍ରମ କରିବା ସମୟରେ ଅଧିକାଂଶ ସମୟ ଦୁର୍ଘଟଣା ହେବା ହେତୁ ବହୁ ଜୀବନ ଗଲାଣି। ବର୍ଷେ ତଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ଦୋକାନଗୁଡ଼ିକୁ ସେଠାରୁ ଭାଙ୍ଗି ଦେଇଥିଲେ। ସେଥିପାଇଁ ଦୁର୍ଘଟଣା ଅଧିକାଂଶରେ କମିଯାଇଥିଲା। ପୁନର୍ବାର ଏହି ସ୍ଥାନରେ ଉଭୟ ପାର୍ଶ୍ୱରେ ଜାତୀୟ ରାଜପଥର ସ୍ଥାନକୁ ଦଖଲ କରି ବେଆଇନଭାବେ ବହୁ ଅସ୍ଥାୟୀ ଦୋକାନ ଖୋଲିସାରିଲାଣି। ଦୋକାନ ଖୋଲା ରହିବା ଦ୍ୱାରା ଶହ ଶହ ସଂଖ୍ୟାରେ ଗାଡ଼ିଚାଳକମାନେ ରାସ୍ତା ଉପରେ ଗାଡ଼ି ଠିଆ କରିଦେଉଛନ୍ତି। ତେଣୁ ଏଠାରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେଉଛି। ଏହି ଅସ୍ଥାୟୀ ବ୍ୟବସାୟୀଙ୍କୁ ଅନ୍ୟ ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଗଲେ ଜାତୀୟ ରାଜପଥରୁ ଅବରୋଧ ହଟିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି ଉତ୍ତର ମିଳିପାରି ନାହିଁ।
ଫଟୋ-ଜାତୀୟ ରାଜପଥ ଉପରେ ଠିଆ ହୋଇ ରହିଥିବା ଗାଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri