ଦୁର୍ଘଟଣା ପୂର୍ବରୁ ବିମାନରେ ଲାଗିଥିଲା ନିଆଁ:କ୍ଷେପଣାସ୍ତ୍ର ମାଡ଼ରେ ଖସିଥିବା ଆଶଙ୍କା

କିଏଭ୍‌,୯ା୧- ଇରାନ ରାଜଧାନୀ ତେହେରାନ ନିକଟରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ମିଶାଇଲ ଆକ୍ରମଣରେ ଏହା ଖସି ପଡ଼ିଥିବା ଆଶଙ୍କା ପ୍ରକାଶ ପାଇଥିବାବେଳେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତନାଘନା ଆରମ୍ଭ ହୋଇଛି। କାରଣ ଏହି ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ଏୟାରପୋର୍ଟ ଆଡ଼କୁ ଫେରିଆସିଥିଲା ବୋଲି ଇରାନର ଅଧିକାରୀମାନେ କହିଛନ୍ତି। ବିମାନର ଦୁଇ ଡାଟା ରେକର୍ଡର (ବ୍ଲାକ୍‌ବକ୍ସ) ମିଳିଛି। କିନ୍ତୁ ତାହା ନଷ୍ଟ ହୋଇଯାଇଥିବା କୁହାଯାଉଛି। ଇରାକରେ ଥିବା ଆମେରିକାର ଦୁଇଟି ସେନାଘାଟି ଉପରେ ଇରାନ ମିଶାଇଲ ମାଡ଼ କରିବାର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିବାରୁ ଆକ୍ରମଣରେ ବିମାନ ଖସିପଡ଼ିଥିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁନାହିଁ।

ବୋଇଙ୍ଗ୍‌ ୭୩୭-୮୦୦ ବୁଧବାର ସକାଳ ୬ଟା ୧୨ ମିନିଟରେ ତେହେରାନର ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୟୁକ୍ରେନ ରାଜଧାନୀ କିଏଭ୍‌ ଅଭିମୁଖେ ଯାତ୍ରା ପାଇଁ ବାହାରିଥିଲା। ହେଲେ ଉଡ଼ାଣ ଆରମ୍ଭ କରିବାର ମାତ୍ର ୨ ମିନିଟ ପରେ ରାଡାର ବାହାରକୁ ଚାଲିଯାଇଥିଲା। କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କିଛି ସମୟ ପରେ ୪୫ କି.ମି. ଦୂର ଶାହରିଆର କାଉଣ୍ଟିସ୍ଥିତ ଖଲଜ୍‌ର ଏକ ଚାଷଜମିରେ ବିମାନ ଖସିପଡ଼ିଥିଲା। ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ସେଥିରେ ଥିବା ସମସ୍ତ ୧୭୬ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା। ୟୁକ୍ରେନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ୟୁଆଇଏ)ର ଏହି ଘରୋଇ ବିମାନ କାହିଁକି ଓ କିପରି ଦୁର୍ଘଟଣାଗ୍ରସ୍ତ ହେଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏକ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଆଶଙ୍କା କରି ତଦନ୍ତକାରୀମାନେ ଅନୁଧ୍ୟାନ କରିବେ। ଏନେଇ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି। ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଥିବା ସମ୍ଭାବନାକୁ ତଦନ୍ତକାରୀମାନେ ଏଡ଼ାଇ ଦେଇନାହାନ୍ତି।
ୟୁକ୍ରେନର ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ସଚିବ ଓଲେକ୍‌ସି ଡାନିଲୋଭ କହିଛନ୍ତି, ଭୂପୃଷ୍ଠରୁ ଆକାଶମାର୍ଗରେ ଆକ୍ରମଣ କରିପାରୁଥିବା ରୁଷିଆ ନିର୍ମିତ ଟୋର ମିଶାଇଲ୍‌ ସିଷ୍ଟମ୍‌ର ଭଗ୍ନାବଶେଷ ବିମାନ ଦୁର୍ଘଟଣାସ୍ଥଳ ନିକଟରୁ ମିଳିଛି। ଉକ୍ତ କ୍ଷେପଣାସ୍ତ୍ରକୁ ଇରାନ ବ୍ୟବହାର କରୁଥିଲା ବୋଲି ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ଦୁର୍ଘଟଣାସ୍ଥଳ ନିକଟରେ ରକେଟର ଅବଶିଷ୍ଟ ଭଗ୍ନାବଶେଷ ତଲାସି ଲାଗି ତଦନ୍ତକାରୀଙ୍କୁ ଅନୁମତି ପ୍ରଦାନ ନିମନ୍ତେ ଇରାନ ସହିତ ୟୁକ୍ରେନ ଆଲୋଚନା କରୁଛି। ଇରାନବାସୀ ମଧ୍ୟ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ ଜରିଆରେ ଆମେରିକାର ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନ୍‌ଟିଏସ୍‌ବି)କୁ ତଦନ୍ତରେ ସହଯୋଗ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏନ୍‌ଟିଏସ୍‌ବି ତଦନ୍ତ ଆଗକୁ ବଢ଼ାଇବା ପାଇଁ ପରରାଷ୍ଟ୍ର ବିଭାଗ ନିକଟରେ ପହଞ୍ଚତ୍ଛି। ଇରାନ ବିରୋଧରେ କଟକଣା ଜାରି ହୋଇଥିବାରୁ ରପ୍ତାନି ଲାଇସେନ୍ସ ବିନା ସେମାନଙ୍କ ସହ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ, ଡ୍ରୋନ ଭଳି କୌଣସି ଉଡ଼ନ୍ତା ଯାନ ସହ ଧକ୍କା କିମ୍ବା ଇଞ୍ଜିନ ବିସ୍ଫୋରଣ ଯୋଗୁ ବିମାନ ଦୁର୍ଘଟଣା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ସେହି ସବୁ ଦିଗଗୁଡ଼ିକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ବୋଲି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଡାନିଲୋଭ ଉଲ୍ଳେଖ କରିଛନ୍ତି। ଅନେକ ନିରପେକ୍ଷ ବିମାନ ଚଳାଚଳ ବିଶେଷଜ୍ଞ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଓ ଏକ ଭିଡିଓରୁ ଜାଣିବାକୁ ପାଇଛନ୍ତି ଯେ, ବୋଇଙ୍ଗ ୭୩୭-୮୦୦ ଆକାଶରେ ହିଁ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।
ୟୁକ୍ରେନରୁ ଏକ ୪୫ ଜଣିଆ ବିଶେଷଜ୍ଞ ଓ ତଲାସି ତଥା ଉଦ୍ଧାରକାରୀ ଦଳ ଗୁରୁବାର ତେହେରାନରେ ପହଞ୍ଚତ୍ଛନ୍ତି। ସେମାନେ ତଦନ୍ତରେ ସାମିଲ ହେବା ସହ ମୃତହେଦଗୁଡ଼ିକୁ ଚିହ୍ନଟ କରି ୟୁକ୍ରେନକୁ ପଠାଇବା ବ୍ୟବସ୍ଥା କରୁଛନ୍ତି। ୧୭୬ ମୃତକଙ୍କ ମଧ୍ୟରେ ୯ ବିମାନ କର୍ମଚାରୀଙ୍କ ସମେତ ୧୧ ଜଣ ଥିଲେ ୟୁକ୍ରେନ ବାସିନ୍ଦା। ଡାନିଲୋଭ କହିଛନ୍ତି, ତାଙ୍କ ଟିମ୍‌ ଦୁର୍ଘଟଣାସ୍ଥଳରେ ରୁଷିଆ ନିର୍ମିତ ମିଶାଇଲର ଭଗ୍ନାବଶେଷ ଖୋଜିବାକୁ ଚାହୁଁଛି। ଏକ କ୍ଲୋଜ୍‌ଡ-ଶର୍କିଟ ଟିଭି କ୍ୟାମେରାରେ ଉଠାଯାଇଥିବା ଦୁର୍ଘଟଣା ବେଳର ଦୃଶ୍ୟର ଭିଡିଓ ଟୁଇଟର୍‌ରେ ପୋଷ୍ଟ କରାଯାଇଛି। ବିମାନ ଆକାଶରେ ଉଡ଼ୁଥିବାବେଳେ ସେଥିରୁ ଗୋଲାପୀ ରଙ୍ଗର ଉଜ୍ୱଳ ନିଆଁ ଦେଖିବାକୁ ମିଳିଥିଲା ଓ ପରେ ଜଳନ୍ତା ଭଗ୍ନାବଶେଷ ଏକ ବିସ୍ତୃତ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା। ଏହି ଭିଡିଓକୁ ଇରାନର ସରକାରୀ ଚ୍ୟାନେଲ ପୋଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

‘ତୁରନ୍ତ ବନ୍ଦ ହେଉ ଗୁଳିବିନିମୟ’, ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ!

ନୂଆଦିଲ୍ଲୀ, ୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଇସ୍ରାଏଲ ଏବଂ ଇରାନକୁ ଆକ୍ରମଣ ବନ୍ଦ କରିବାକୁ ଆହୱାନ କରିଛନ୍ତି। ଟ୍ରମ୍ପ ଟ୍ରୁଥ ସେସିଆଲରେ…

୧୦୯ ବର୍ଷ ପରେ ଏହି କାମ କରିବାକୁ ଯାଉଛି ଆମେରିକା: ବିଶ୍ୱରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୮।୬:ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚିତ ଯୁକ୍ତରାଷ୍ଟ୍ର ପୁଣି ଥରେ ଅନ୍ୟ ଏକ ରାଷ୍ଟ୍ରରୁ ଅଞ୍ଚଳ କିଣିବା ବିଷୟରେ ଚିନ୍ତା କରୁଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ…

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

ମିଲ୍କି ୱେ ବ୍ଲାକ୍‌ ହୋଲ୍‌ରୁ ବାହାରୁଛି ଶକ୍ତିଶାଳୀ ପବନ

ନୂଆଦିଲ୍ଲୀ/ୱାଶିଂଟନ,୮ା୬: ମହାକାଶ ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ଆମ ଗାଲାକ୍ସି ଅର୍ଥାତ୍‌ ‘ମିଲ୍କି ୱେ’ (ଛାୟାପଥ)ର କେନ୍ଦ୍ରସ୍ଥଳରେ ଥିବା ସୁପରମାସିଭ୍‌ ବ୍ଲାକ୍‌ ହୋଲ୍‌ ‘ସାଜିଟେରିଅସ୍‌…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

IRGC କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ, କେନ୍ଦ୍ରୀୟ ଇରାନରେ ସାମରିକ ସ୍ଥାନଗୁଡ଼ିକୁ କଲା ଭୟଙ୍କର ଆକ୍ରମଣ

ଜେରୁଜେଲମ,୮।୬: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହୋଇଛି, ଏବଂ ଉଭୟ ପକ୍ଷରୁ ପୁଣି ଥରେ ତୀବ୍ର, ଦ୍ରୁତ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri