ଦୁର୍ଘଟଣା ଉଜାଡ଼ି ଦେଲା ସୁନାର ସଂସାର: ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

ଉଦଳା, ୨୧ା୬(ଡି.ଏନ୍‌.ଏ.)-ସବୁଦିନ ପରି ସେଦିନ ମଧ୍ୟ ସିଏ କାମରେ ଯାଇଥିଲେ। ସନ୍ଧ୍ୟା ହେଲା ବେଳକୁ ସ୍ତ୍ରୀ ଏବଂ ଛୋଟ ଝିଅ ଚାହିଁ ରହିଥିଲେ ଫେରିବା ବାଟକୁ। ହେଲେ ଆସିଲା ତାଙ୍କୁ ଦୁର୍ଘଟଣା ଖବର। ଦୁର୍ଘଟଣା ଖବର ପାଇବା ପରେ ପୁରା ପରିବାର ଅସ୍ତବ୍ୟସ୍ତ ହୋଇପଡିଥିଲେ ସତ। ହେଲେ ମନରେ ଆଶା ଥିଲା କିଛି ଦିନ ପରେ ସେ ସୁସ୍ଥ ହେବେ ଏବଂ ପୂର୍ବ ଭଳି ସବୁକିଛି ଠିକଠାକ୍‌ ଚାଲିବ। ହେଲେ କିଏ ଜାଣିଥିଲା ବିଧିର ବିଧାନ କିଛି ଅଲଗା ହିଁ ଥିଲା। ସେହି ଦୁର୍ଘଟଣା ହିଁ ବଦଳାଇଦେଲା ଜୀବନର ଗତିପଥ। ହସଖୁସିରେ ବଞ୍ଚୁଥିବା ମଣିଷ ଆଖିରେ ଛାଡିଗଲା କେବଳ ଲୁହ। ଗୋଟିଏ ଦୁର୍ଘଟଣା ଆଜି ତାଙ୍କୁ ପଙ୍ଗୁ କରି ଦେଇଛି। ଚାରି ବର୍ଷ ହେବ ଏବେ ସେ ବିଛଣାରେ। ନା କଥା କହିପାରୁଛନ୍ତି, ନା ଚାଲିବୁଲି ପାରୁଛନ୍ତି। ଏକମାତ୍ର ଛୋଟ ଝିଅର ମୁହଁକୁ ଚାହିଁ ଦିନ କାଟୁଛନ୍ତି ସ୍ତ୍ରୀ ମମତା ପ୍ରଧାନ।
ଉଦଳା ଏନଏସି ଅନ୍ତର୍ଗତ ୫ ନଂ. ୱାର୍ଡରେ ବଳରାମ ପ୍ରଧାନଙ୍କ ଘର। ବାହାଘର ପରଠାରୁ ଆଜକୁ ୭ ବର୍ଷ ହେଲା ସ୍ତ୍ରୀ ମମତା ଓ ଶାଶୁ, ଶ୍ୱଶୁରଙ୍କ ସହିତ ସେ ଉଦଳାରେ ରହି ଆସୁଛନ୍ତି। ଉଦଳାରେ ଏକ ଡ୍ରେସ୍‌ ଦୋକାନରେ ସେ କାମ କରୁଥିଲେ। ହେଲେ ୨୦୧୬ ମସିହାରେ ହୋଇଥିବା ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ଗତିପଥ। ଦୋକାନର ମାଲ୍‌ ଆଣିବା ନିମନ୍ତେ ୨୦୧୬ ଏପ୍ରିଲ୍‌ ମାସରେ ବଳରାମ ବାଲେଶ୍ୱର ଯାଇଥିଲେ। ସେଠାରୁ ଫେରିବା ସମୟରେ ସେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଲେଶ୍ୱର ଏବଂ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ନା ଆଉ କଥା କହିପାରୁଛନ୍ତି ନା ଚଲାବୁଲା। ଏବେ ସେ ଶଯ୍ୟାଶାୟୀ। ସକାଳଠାରୁ ରାତି ପର୍ଯ୍ୟନ୍ତ ସେହି ଗୋଟିଏ ଚେୟାରରେ ସେ ବସି ରୁହନ୍ତି। ନାକରେ ଲାଗିଥିବା ନଳୀ ସହାୟତାରେ ତାଙ୍କୁ ତରଳ ଖାଦ୍ୟ ଦିଆଯାଉଥିବା ବେଳେ ସେହିଠାରେ ହିଁ ଝାଡା ପରିସ୍ରା କରିଥାନ୍ତି। ମମତାଙ୍କ ପାଖରେ ଯାହା ସମ୍ବଳ ଥିଲା ତାହା ଖର୍ଚ୍ଚ କରି ସାରିଥିବାରୁ ଏବେ ସ୍ବାମୀଙ୍କ ଅଧିକ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ମମତା ସିଲେଇ କରୁଥିବା ବେଳେ ଶ୍ୱଶୁର ବିକର୍ତ୍ତନ ସାମଲ ଏକ ଘରୋଇ ବିଦ୍ୟାଳୟରେ ପିଲାଙ୍କ ବସ୍‌ ଚଲାନ୍ତି। ସେହିଥିରେ ଯାହା ରୋଜଗାର ହୁଏ ଦୁଃଖକଷ୍ଟରେ ପରିବାର ଚାଲିଛି। ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ହୋଇପଡ଼ିଛି। ଘର ଚଳାଇବା ଏବେ କଷ୍ଟକର ହୋଇଛି। ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ପରିବାର ଲୋକେ। ଏସମ୍ପର୍କରେ ବଡସାହି ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ପଚାରିବାରୁ ପୂରା ଘଟଣା ଶୁଣିବା ପରେ ସରକାରୀସ୍ତରରେ ଭତ୍ତା ଏବଂ ଘର ଖୁବଶୀଘ୍ର ବଳରାମଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri