ଦୁର୍ଘଟଣାରେ ଯୁବକଙ୍କ ପ୍ରାଣଗଲା

ରାଇରଙ୍ଗପୁର,୨୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରାଇରଙ୍ଗପୁର-ଯାମଦା ରାସ୍ତାର ତାଳଗାଁ ନିକଟରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୧୩ନଂ. ଓ୍ବାର୍ଡର ସିଗନାଲ ବସ୍ତୀ ଅଞ୍ଚଳର କରୁଣାକର ମାଝି ଓ ରାଜୀବ କୁମାର ମାହାଲି ବାଇକ୍‌ ଯୋଗେ ଯାଉଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଥିବା ବେଳେ ସେଠାରେ କରୁଣାକରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ମାମଲା(ନଂ.୨୨/୨୦୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ଅଭିଯୋଗ: ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା କୁଢ଼କୁଢ଼ ଆବର୍ଜନା

ଦାରିଙ୍ଗବାଡ଼ି,୧୬ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଚଳିତ ପହିଲାରେ ଶେଷ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍‌ ୩ ମାସ ଧରି...

କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର...

ପିପି, ଏପିପିଙ୍କ ସହ ଆଲୋଚନା: ଦଣ୍ଡ ହାର ବୃଦ୍ଧି ଉପରେ ଏସ୍‌ପିଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଜିଲାର ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି), ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର(ଏପିପି)ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ...

ଜାତୀୟ ରାଜପଥରେ ଲାଗିବ ସିସି କ୍ୟାମେରା; ଛତ୍ରପୁର, ହଳଦିଆପଦରରେ କଣ୍ଟ୍ରୋଲ ରୁମ୍‌

ଛତ୍ରପୁର,୩୦ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ରଲ...

କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…

କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

କରୋନା ମୁକାବିଲା: ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡ଼ି ପୋଲିସ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୪୪ ଧାରାକୁ ବଜାୟ ରଖିବା ସହ ଦୋକାନ ବଜାର ବନ୍ଦ...

ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ

ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପାରାଦୀପରେ ବିଭିନ୍ନ...

୩ଶହ ଲିଟର ଦେଶୀମଦ ଜବତ, ୩ କୋର୍ଟଚାଲାଣ

ଗୋପାଳପୁର,୨୧ା୫- ଏକ ପିକଅପ୍‌ ଭ୍ୟାନ (ନଂ.ଓଡି୦୭ଡି-୨୦୧୫) ହରିପୁର ରାସ୍ତା ଦେଇ ଗୋପାଳପୁର ଯାଉଥିବାବେଳେ ଜିଲା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଓ ଗୋପାଳପୁର ଅବକାରୀ କର୍ମଚାରୀ ନାରାୟଣପୁର...

Advertisement
Archives

Model This Week