ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ବାସୁଦେବପୁର, ୨୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଭିଣୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ଶଳା ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅମର ସେଠୀ। ତାଙ୍କ ଘର ବାଲେଶ୍ୱର ଜିଲା ତୁଡିଗଡିଆ ନିକଟ ଜଳନ୍ଦା ଗ୍ରାମରେ। ସେ ୮ ଦିନ ତଳେ ବାସୁଦେବପୁର ପୌରପାଳିକା ଅଧୀନ ବାଖରପୁର ଗ୍ରାମର ଶିବ ସେଠୀଙ୍କ ଝିଅଙ୍କୁ ବିବାହ କରିଥିଲେ। ସେ ଶ୍ୱଶୁରଘରକୁ ବୁଲିବାକୁ ଆସିଥିଲେ। ଗୁରୁବାର ଅପରାହ୍ନରେ ସେ ଓ ତାଙ୍କ ଶଳା କାଳନ୍ଦୀ ବାଇକ୍‌ (ନଂ ଓଡି୨୨ଏମ୍‌୮୭୮୪)ରେ ବାସୁଦେବପୁର ବଜାରକୁ ଆସି ଘରକୁ ଫେରୁଥିଲେ। ସେହି ସମୟରେ ଅନ୍ୟ ଏକ ବାଇକ୍‌ (ନଂ ଓଡି୨୨ଜେ୦୯୫୮) ସେମାନଙ୍କୁ ଧକ୍କା ଦେଇଥିଲା। ଅମରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ବାସୁଦେବପୁର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ରଖିଛି। ଦୁର୍ଘଟଣାରେ ଗୁରୁତର କାଳନ୍ଦୀଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ୨ ବାଇକ୍‌ ଜବତ କରିଛି। ବିବାହର ୮ ଦିନ ପରେ ଶ୍ୱଶୁରଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଅମରଙ୍କ ମୃତ୍ୟୁ ବାସୁଦେବପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri