ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା କଲେ ରଞ୍ଜୀବ

ଭୁବନେଶ୍ୱର,୨୨।୨(ବ୍ୟୁରେ): ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନେକ ସମୟରେ ସେମାନେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇ ସାବାସି ପାଇବା ସହ ଚର୍ଚ୍ଚାକୁ ଆସିଥାନ୍ତି। ଏହିଭଳି ଜଣେ ଟ୍ରାଫିକ ପୋଲିସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କର ପ୍ରାଥମିକ ଚିକିତ୍ସା କରି ସେ ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହତ୍‌ କାର୍ଯ୍ୟକୁ ସତ୍ୟଜିତ ଦାଶ ନାମକ ବ୍ୟକ୍ତି ଟୁଇଟ୍‌ କରିବା ସହ ସମ୍ପୃକ୍ତ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ପ୍ରଶଂସା କରିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଶହୀଦନଗର ଆଇଡିବିଆଇ ବ୍ୟାଙ୍କ ସ୍କୋୟାର ନିକଟରେ ଜଣେ ମହିଳା ସ୍କୁଟିରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ହାତ ଖଣ୍ଡିଆ ହୋଇ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କନଷ୍ଟେବଳ ରଞ୍ଜୀବ କଅଁର ଏହା ଦେଖିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ଟ୍ରାଫିକ ପୋଷ୍ଟରେ ଥିବା ଫାଷ୍ଟ ଏଡ୍‌ ବକ୍ସ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ମହିଳାଙ୍କ କ୍ଷତାକ୍ତ ସ୍ଥାନ ସଫା କରିବା ସହ ଔଷଧ ଲଗାଇ ଗଜ୍‌ କପଡ଼ାରେ ବ୍ୟାଣ୍ଡେଜ୍‌ କରିଥିଲେ। ରଞ୍ଜୀବଙ୍କ ଏହି କାର୍ଯ୍ୟକୁ ଅନେକ ଲୋକ ଦେଖି ନିଜ ମୋବାଇଲ ଫୋନ୍‌ରେ ଭିଡିଓ ରେକର୍ଡିଂ କରିଥିଲେ, ଯାହା ଏବେ ଭାଇରାଲ ହୋଇଛି। ଏହା ପରଠୁ କେବଳ ରଞ୍ଜୀବଙ୍କ ନିକଟକୁ ନୁହେଁ ଟ୍ରାଫିକ ପୋଲିସ ପାଖକୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ସୂଚନାଯୋଗ୍ୟ, ଅନେକ ଛକର ଟ୍ରାଫିକ ପୋଷ୍ଟରେ ଫାଷ୍ଟ ଏଡ୍‌ ବକ୍ସ ରହୁଥିଲେ ମଧ୍ୟ ଏହାକୁ ବହୁ ଟ୍ରାଫିକ ପୋଲିସ ବ୍ୟବହାର କରୁନାହାନ୍ତି। ଯଦି ଏହାକୁ ବ୍ୟବହାର କରାଯାଆନ୍ତା ତାହାହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମେଡିକାଲ ଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ପାଇପାରନ୍ତେ। ଟ୍ରାଫିକ ଛକ ନିକଟରେ ଯଦି କାହାରି ଦୁର୍ଘଟଣା ଘଟେ ତେବେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଟ୍ରାଫିକ ପୋଷ୍ଟଗୁଡ଼ିକରେ ଫାଷ୍ଟ ଏଡ୍‌ ବକ୍ସ ରଖାଯିବା ସହ ପୋଲିସକୁ ଟ୍ରେନିଂ ଦିଆଯାଉଛି। ମାତ୍ର ଏହାର ସଦୁପଯୋଗ କରାଯାଉ ନାହିଁ। ମାତ୍ର ଏବେ ରଞ୍ଜୀବଙ୍କ ଏହି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ନିର୍ବାଚନରେ ଭାଗ ନେବେ ନାରାୟଣପାଟଣାର ୫ ସୀମାନ୍ତ ଗ୍ରାମର ବାସିନ୍ଦା

ନାରାୟଣପାଟଣା/କୋରାପୁଟ, ୮ା୨: କୋରାପୁଟ ଜିଲା କୋଟିଆକୁ ନେଇ ଏବେ ଚର୍ଚ୍ଚା ଥମି ନ ଥିବା ବେଳେ ଜିଲାର ନାରାୟଣପାଟଣା ବ୍ଲକର ଆନ୍ଧ୍ର ସୀମାନ୍ତ ୫ଟି ଗ୍ରାମର...

୭ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୭୪୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୭୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ଭୁବନେଶ୍ୱରରେ ହେବନି କଣ୍ଟେନମେଣ୍ଟ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ କଣ୍ଟେନମେଣ୍ଟ ଜୋନ୍‌ ହେବ ନାହିଁ। ସିଲ କିମ୍ବା କଣ୍ଟେନମେଣ୍ଟ ଜୋନ କରାଯିବ ନାହିଁ । ଆବଶ୍ୟକ ହେଲେ...

ଅଚଳ ଖାତାକୁ କାର୍ଯ୍ୟକ୍ଷମ କରାଯାଉ: କଂଗ୍ରେସ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):  ଫନୀ ବାତ୍ୟାକୁ ଦେଢ଼ ବର୍ଷ ବିତି ଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ପିପିଲି, ଡେଲାଙ୍ଗ ଅଞ୍ଚଳରେ କୌଣସି ବାସହରାଙ୍କୁ ଗୃହ ଯୋଗାଇ ଦିଆଯାଇ...

ବାଲୁକା କଳାରେ ହାତୀଙ୍କ ବାସସ୍ଥଳ ସୁରକ୍ଷା ବାର୍ତ୍ତା

ପୁରୀ ଅଫିସ,୩୦।୧୨:  ଦିନକୁ ଦିନ ବଢୁଛି କଂକ୍ରିଟ ଜଙ୍ଗଲ। ସେପଟେ ହ୍ରାସ ପାଉଛି ପ୍ରାକୃତିକ ଜଙ୍ଗଲ। ଘର ଓ କଳକାରଖାନା ପ୍ରତିଷ୍ଠା ପାଇଁ ବ୍ୟାପକ ସଂଖ୍ୟାରେ...

CORONAVIRUS UPDATE: ରାଜ୍ୟରେ ଆଉ ୭୪ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି, ୭୨ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ, ୨ ଲୋକାଲ କେସ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ସର୍ବାଧିକ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ...

ଭାଇର ସୁରକ୍ଷା ପାଇଁ ‘କୋଭିଡ୍‌ ରାଖୀ’

କରୋନା ମହାମାରୀ ଯୋଗୁ ପୂଜା, ପର୍ବପର୍ବାଣିରେ କଟକଣାର ଟ୍ୟାଗ୍‌ ଝୁଲୁଛି। ଉତ୍ସବ ପାଳିବାକୁ ବି ସୁଯୋଗ ମିଳୁନି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଗକୁ ଆସୁଥିବା...

Advertisement
Archives

Model This Week