ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମଦ ଦୋକାନରେ ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୭ା୯: ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଆଧାରରେ ଦଶହରା ସମୟରେ ଜଗତ୍‌ସିଂହପୁର ସହରରେ ଥିବା ମଦ ଦୋକାନଗୁଡିକରେ ପଏଣ୍ଟ ଅଫ ସେଲ୍‌ (ପିଓଏସ୍‌) ବ୍ୟବସ୍ଥା ହେବ। ଯଦ୍ଦ୍ବାରା ମଦ ବିକ୍ରେତା ଅଜଥା ଲେଜର କାମରୁ ନିସ୍ତାର ପାଇବେ। ମଦ ବିକ୍ରିରେ କେତେ ଟଙ୍କା ଆସିଲା, ଗଲା ଏବଂ କର୍ମଚାରୀଙ୍କୁ କେତେ ଟଙ୍କା ଦରମା ଦିଆଗଲା ସେ ସବୁ କରିବାକୁ ପଡିବ ନାହିଁ। ଯେଉଁମାନେ ମଦ କିଣିବେ ସେମାନଙ୍କ ଯୋଗାଯୋଗ ସଂକ୍ରାନ୍ତୀୟ ତଥ୍ୟ ଓ କିଣା ଦର ସାର୍ବଜନିନ ହୋଇପାରିବ। ଏହାଦ୍ୱାରା ଚୋରି ରୋକାଯିବା ସହ ଟଙ୍କା ପରିଚାଳନାରେ ସହାୟକ ହୋଇପାରିବ। ରାବଣ ପୋଡି ଓ ଭସାଣି ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଦୁର୍ଗାପୂଜା ପାଳନ ନିମନ୍ତେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୌରୋହିତ୍ୟ କରି ଜଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ଦଶହରାବେଳେ ସହରରେ ମଦୁଆଙ୍କୁ ଧରିବା ପାଇଁ ଗାଡି ବ୍ୟବସ୍ଥା ହେବ। ଗାଡିରେ ସ୍ବତନ୍ତ୍ର ପୋଲିସ କର୍ମଚାରୀ ନିୟୋଜିତ ହେବେ। ସେମାନେ ପାଟ୍ରୋଲିଂ ସମୟରେ ଯେଉଁଠି ମଦୁଆଙ୍କୁ ଦେଖିବେ ଉଠାଇ ନେବେ। ସହରର ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପଏଣ୍ଟରେ ବ୍ଲକର (ଗାଡି ଧୀର ହେବା ଉଦ୍ଦେଶ୍ୟରେ)ରହିବ। ଜଗତ୍‌ସିଂହପୁରରେ ୨୩ଟି ପୂଜା କମିଟି ମେଢ କରୁଛନ୍ତି। ସେମାନେ ଆଗରୁ ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ନେଉ ନ ଥିବା ବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ଏହା ପ୍ରଚଳନ ନିଷ୍ପତ୍ତି ହୋଇଛି। ପୂଜା କମିଟି ତରଫରୁ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରାଯିବ। ସେସୁ ଇନସପେକ୍ଟର ମଣ୍ଡପ ବୁଲି ଅନୁଧ୍ୟାନ କଲାପରେ ସାର୍ଟିଫିକେଟ୍‌ ଦେବେ। ପୂଜା ମଣ୍ଡପରେ ଅଘଟଣ ହେଲେ ବୀମାଠାରୁ ଆରମ୍ଭ କରି ଆଇନଗତ ସହାୟତା ମିଳିବ। ଜଗତ୍‌ସିଂହପୁର ବସ୍‌ ଷ୍ଟପରେ ଅସ୍ଥାୟୀ ପରିଶ୍ରାଗାର କରାଯିବ। ବିଗତ ବର୍ଷଗୁଡିକରେ ମେଳଣ ସମୟରେ ଏକ ନିର୍ଦ୍ଧିଷ୍ଟ କେବୁଲ ସଂସ୍ଥା ଲାଇଭ୍‌ ଟେଲିକାଷ୍ଟ କରନ୍ତି। ସମ୍ପୃକ୍ତ ସଂସ୍ଥାକୁ ଏ ବାବଦ ଦେୟ ଜଗତ୍‌ସିଂହପୁର ପୌର ପରିଷଦ ଦେଇଥାଏ। କିନ୍ତୁ ଏହି ସଂସ୍ଥା ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟରେ କେବୁଲ ନେଇଥିବାରୁ ମାଗଣାରେ ଲାଇଭ୍‌ ଟେଲିକାଷ୍ଟ କରିବ। ପରିଷଦ ଏଥିନେଇ ଅର୍ଥ ଦେବ ନାହିଁ। ଗତବର୍ଷ ପରି ଏ ବର୍ଷ ପୂଜା ମଣ୍ଡପଗୁଡିକରେ ଡିଜେ ବାଜିବ ନାହିଁ।
ଅକ୍ଟୋବର ୫ରୁ ୯ ପର୍ଯ୍ୟନ୍ତ ଦୁଗର୍ର୍ାପୂଜା ପାଳନ ହେଉଛି। ବୈଠକ ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୮ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ବିନା ଆତସବାଜୀରେ ରାବଣ ପୋଡି ହେବ। ଭସାଣି ଉତ୍ସବ ୯ରେ କରାଯିବ। ମୂର୍ତ୍ତି ବିସର୍ଜନ ନିମନ୍ତେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ। ଜଳସମ୍ପଦ, ରାସ୍ତା ଓ ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ୍‌ ବିଭାଗ ପୋଖରୀ କାର୍ଯ୍ୟ ସମ୍ପାଦନ କରିବ। ଟାଉନ ହଲଠାରୁ ୧୦ ନମ୍ବର, ପୁରୋହିତପୁର ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅତାମଳାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟାଯିବ। ବିରିଡ଼ିଠାରୁ ସର୍କିଟ୍‌ ହାଉସ ପର୍ଯ୍ୟନ୍ତ, ଆଳିପିଙ୍ଗଳରୁ ପୋଷ୍ଟ ଅଫିସ, ୧୦ ନମ୍ବରରୁ ଚାଟରା ପୋଲ କେନାଲ ବନ୍ଧ, ଜିଲାପାଳଙ୍କ ବାସ ଭବନରୁ ଚର୍ଚ୍ଚିକା ବଜାର ଓ ଓହଳରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ହେବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଚନ୍ଦ୍ର ପାଲ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ସମସ୍ତ ମେଢର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ଯ୍ୟସୂଚୀ ପାଠ ଓ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri