Posted inଖେଳ

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ଦୁବାଇରେ ଏସିଆନ କ୍ରିକେଟ କାଉନ୍‌ସିଲ ବୈଠକ ମାର୍ଚ୍ଚ ୩ରେ ହେବ। ଏଥିରେ ଯୋଗଦେବା ଲାଗି ଯିବା ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ଏକଥା ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତା ପ୍ରକୃତରେ ସେପ୍ଟେମ୍ବରରେ ପାକିସ୍ତାନରେ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସୁରକ୍ଷାଜନିତ କାରଣରୁ ଭାରତୀୟ ଦଳ ପଡୋଶୀ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇ ନ ଥିଲା। ବର୍ତ୍ତମାନ ଏହି ଇଭେଣ୍ଟ ନିରପେକ୍ଷ ଭେନ୍ୟୁ ଦୁବାଇକୁ ସ୍ଥାନାନ୍ତର ହୋଇଛି। ସୂଚନାଯୋଗ୍ୟ, ୨୦୧୨-୧୩ରେ ଏକ ଦିନିକିଆ ସିରିଜ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ପାରିନାହିଁ। ଦୁଇ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତ ଓ ପାକିସ୍ତାନ ୨୦୧୩ ପ୍ରଥମ ଭାଗରେ ଏକମାତ୍ର ପ୍ରମୁଖ ଆଇସିସି ପ୍ରତିଯୋଗିତାରେ ପରସ୍ପରକୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବସାଧାରଣରେ ରେସଲରଙ୍କୁ ଚାପୁଡ଼ା ମାରିଲେ ଫେଡେରେଶନ ମୁଖ୍ୟ

ରାଞ୍ଚି,୧୭।୧୨: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରନ ସିଂ ସର୍ବସାଧାରଣରେ ଜଣେ ରେସଲରଙ୍କୁ ଚାପୁଡ଼ା ମାରିଛନ୍ତି। ସ୍ଥାନୀୟ ଶହୀଦ ଗନପତ ରାଇ ଇନ୍‌ଡୋର...

ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ପାଇଁ ଖୁସି ଖବର

ଡର୍ହାମ,୨୭।୭: ଭାରତୀୟ ଟେଷ୍ଟ ଦଳକୁ ମଙ୍ଗଳବାର ଏକ ଖୁସି ଖବର ମିଳିଛି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଅଭ୍ୟାସ ମ୍ୟାଚ୍‌ରେ ଖେଳି ନ ଥିବା ଉପ...

‘ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ଏବେ ସମ୍ଭବ ନୁହେଁ’

ନୂଆଦିଲ୍ଲୀ,୬।୯: ନିକଟରେ ବିସିସିଆଇ ସଭାପତି ରୋଜର ବିନି ପାକିସ୍ତାନ ଗସ୍ତରେ ଯାଇଥିଲେ। ରୋଜର ବିନି ଏବଂ ରାଜୀବ ଶୁକ୍ଲା ଲାହୋରରେ ମ୍ୟାଚ ଦେଖିଥିଲେ। ଏଥି ସହ...

ଭାରତର ଲଜ୍ଜାଜନକ ପରାଜୟ

ଚେନ୍ନାଇ,୯।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି। ଇଂଲଣ୍ଡ ଏହି ଟେଷ୍ଟରେ ଭାରତକୁ ୨୨୭ ରନ୍‌ର...

ଶିବପାଲ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଶୃଙ୍ଖଳା କମିଟି ଭାରତର ଟପ୍‌ ଜାଭେଲିନ୍‌ ଥ୍ରୋୟର ଶିବପାଲ ସିଂଙ୍କୁ ୪ ବର୍ଷ ବାସନ୍ଦ କରିଛି।...

ପ୍ରୋ-କବାଡ଼ି ଲିଗ୍‌ :ୟୁ ମୁମ୍ବାକୁ ହରାଇଲା ଷ୍ଟିଲର୍ସ

ଚେନ୍ନାଇ, ୨୦।୮- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ହରିୟାଣା ଷ୍ଟିଲର୍ସ ଓ ୟୁପି ଯୋଦ୍ଧା ବିଜୟୀ ହୋଇଛନ୍ତି। ସ୍ଥାନୀୟ ଜବାହରଲାଲ...

ଜୋକୋଭିଚଙ୍କୁ ମିଳିଲା ଅଷ୍ଟ୍ରେଲିଆ ଭିଜା

କାନବେରା,୧୮ା୧୧(ପି.ଟି): ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ମିଳିଛି ଅଷ୍ଟ୍ରେଲିଆ ଭିଜା। ଗୁରୁବାର ଏହି ସୂଚନା ମିଳିବା ସହିତ ସେ ଆସନ୍ତା ବର୍ଷର ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବା...

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ।...

Advertisement
Archives

Model This Week