Posted inଫୁରସତ

ଦୁନିଆରେ କିଛି ଅଜବ ପ୍ରଥା

* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍‌ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ ନିଜ ଦେହକୁ ତୀକ୍ଷ୍‌ଣ ଛୁଞ୍ଚି ଦ୍ୱାରା ଭେଦ କରିଥାନ୍ତି।

* ଥାଇଲାଣ୍ଡର କରେନ ସମ୍ପ୍ରଦାୟର ମହିଳାମାନେ ବେକରେ ଅନେକଗୁଡିଏ ରିଙ୍ଗ୍‌ ଧାରଣ କରିବାର ପ୍ରଥା ରହିଛି, ଯାହାଦ୍ୱାରା କାଳକ୍ରମେ ସେମାନଙ୍କ ବେକ ଲମ୍ବା ହୋଇଯାଇଥାଏ ଏବଂ ଏହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବଢେଇଥାଏ ବୋଲି ତାଙ୍କ ବିଶ୍ୱାସ।

* ଆଫ୍ରିକାର ମୁର୍ଶି ସମ୍ପ୍ରଦାୟର ମହିଳାମାନେ ପାଟିରେ ପାଞ୍ଚ ଇଞ୍ଚ ଗୋଲେଇର ଏକ ପ୍ଲେଟ ପରିଧାନ କରିବାର ପ୍ରଥା ରହିଛି।

* ମାଡାଗାସ୍କାରର ମାଲାଗାସି ସମ୍ପ୍ରଦାୟର ଲୋକେ ଶବ ଯାତ୍ରାରେ ଶବ ସହ ନୃତ୍ୟ କରିବାର ପ୍ରଥା ରହିଛି।

* ଜର୍ମାନୀରେ କୌଣସି ବିବାହ ଉତ୍ସବ ପୂର୍ବରୁ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ ଏକତ୍ରିତ ହୋଇ କାଚର ଗିନା ଏବଂ ପ୍ଲେଟ ଭାଙ୍ଗିଥା’ନ୍ତି, ଯାହାକୁ ବର ଏବଂ କନ୍ୟା ଏକତ୍ରିତ ସଫା କରିବାର ପ୍ରଥା ରହିଛି।

* କର୍ନାଟକରେ ନବଜାତ ଶିଶୁକୁ ଶ୍ରୀ ସନ୍ତେଶ୍ୱର ମନ୍ଦିର ଉପରୁ ତଳକୁ ଫିଙ୍ଗାଯାଏ, ଯାହାକୁ ପରିବାର ଲୋକେ ତଳେ ରହି ଧରିଥାନ୍ତି। ଏହା ନବଜାତଙ୍କ ପାଇଁ ସୌଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ ରହିଛି।

* ସ୍କଟ୍‌ଲାଣ୍ଡରେ ବିବାହ କରିବାକୁ ଯାଉଥିବା କନ୍ୟାଙ୍କ ଉପରକୁ ଅଣ୍ଡା ଏବଂ କ୍ଷୀର ଫିଙ୍ଗିବାର ପ୍ରଥା ରହିଛି।

* ଇଣ୍ଡୋନେସିଆର ଦାନୀ ଆଦିବାସୀ ସଂପ୍ରଦାୟରେ କୌଣସି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ପରିବାରର ମହିଳା ସଦସ୍ୟଙ୍କ ଅଙ୍ଗୁଳିର କିଛି ଅଂଶ କାଟିବାର ପ୍ରଥା ରହିଛି।

* ଚାଇନାରେ ୩ ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କ ପାଦକୁ କପଡାରେ ଭିଡି ବାନ୍ଧିବାର ପ୍ରଥା ରହିଥିଲା। ଫଳରେ ପାଦ ବଢିବ ନାହିଁ ଏବଂ ଏହା ସୁନ୍ଦର ଦେଖାଯିବ। କିନ୍ତୁ ଏହି ପ୍ରଥା ୧୯୪୯ ମସିହାରେ ନିଷେଧ କରିଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ...

୧୫୦ ବର୍ଷର ବରଗଛ ତଳେ ତାପମାତ୍ରା ୬ ଡିଗ୍ରୀ କମ୍‌ ରହୁଛି

ଗୋପାଳଗଞ୍ଜ(ବିହାର): ଏହା ଜଙ୍ଗଲ ନୁହେଁ, ୧୫୦ ବର୍ଷର ଏକ ବରଗଛ। ଏହି ଗଛର ୨୦୦ ଶାଖା ରହିଛି ଓ ୨୫୦୦ ବର୍ଗମିଟର ଜମିକୁ ଏହାର ଶାଖା...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ...

ଦୁନିଆର ସବୁଠୁ ଭୟଙ୍କର ପୋଲ

ଦୁନିଆରେ ଏପରି ଅନେକ କିଛି ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ବିପଜ୍ଜନକ। ଯାହା ବିଷୟରେ ଶୁଣିବା ପରେ ଲୋମ ଟାଙ୍କୁରି ଉଠିଥାଏ। ପ୍ରାୟତଃ ଏହି ସ୍ଥାନଗୁଡ଼ିକ...

ରୋଜ ଡେ’: ଟୁଇଟରରେ ବ୍ୟାଚେଲର କହିଲେ ‘ଅଚ୍ଛେଦିନ ଆୟେଗା’

ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍‌ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍‌...

ଚିନ୍ତାମୁକ୍ତ ହେବା ପାଇଁ ଯେଉଁଠି ଲୋକେ କାନ୍ଦିବା ଅଭ୍ୟାସ କରନ୍ତି

ନିକଟରେ ଜାପାନର କିଛି ଗବେଷକ ଏମିତି ତଥ୍ୟ ଦେଇଛନ୍ତି। ଚିନ୍ତାମୁକ୍ତ ହେବା ପାଇଁ ହସିବା ବଦଳରେ କାନ୍ଦିବା ଜରୁରୀ ବୋଲି ସେମାନେ କହିଛନ୍ତି। କାରଣ କାନ୍ଦିବା...

ଗୁରୁଣ୍ଡିବା ମାରାଥନ୍‌

ପିଲା ଗୁରୁଣ୍ଡିବା ଆରମ୍ଭ କଲେ ଘରସାରା ଘୂରି ବୁଲନ୍ତି। ଏମିତିକି ଖଟ ତଳ, ଟେବୁଲ ତଳ କୋଣ ଅନୁକୋଣ ଭିତରେ ପଶି ଯାଆନ୍ତି। ଯେତେ ଅଟକାଇଲେ...

ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….

ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ।...

Advertisement
Archives

Model This Week