Posted inଜାତୀୟ

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ ପଡିଛି। କାରଣ ଏହାର ମାଲିକାନାକୁ ନେଇ ବିବାଦ ଉଠିବାରୁ ଗାଈଟିକୁ କୋର୍ଟ ପର୍ଯ୍ୟନ୍ତ ନିଆଯାଇଥିଲା। ଆଇନଜୀବିଙ୍କ ସୂଚନା ଅନୁଯାୟୀ, ଓମ ପ୍ରକାଶ ଓ ଶ୍ୟାମ ସିଂଙ୍କ ମଧ୍ୟରେ ଗୋଟିଏ ଗାଈର ମାଲିକାନାକୁ ନେଇ ୨୦୧୮ରୁ ବିବାଦ ଲାଗି ରହିଥିଲା। ଏଥିପାଇଁ ଉଭୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶନିବାର ଏହି ମାମଲାର ବିଚାର ପରେ ସବୁ ସାକ୍ଷୀ ପ୍ରମାଣ ଆଧାରରେ ଗାଈଟିକୁ ଓମ ପ୍ରକାଶଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ରର ପୁଣେ ଜିଲାର ଜଣେ ମହିଳା ତାଙ୍କ ପଡିଶା ଘର କୁକୁଡା ସକାଳୁ ରାବୁ ଥିବାରୁ ତାଙ୍କ ନିଦ ଖରାପ ହୋଇଯିବା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ...

ଶାନ୍ତ ରହିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ବିଶେଷତଃ ଦିଲ୍ଲୀରେ ଏହାର ବହୁଳ ଭାବେ ବିରୋଧ...

କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ କେଜରିଓ୍ବାଲ ଏବଂ ଭାଜପା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଏକ ସ୍କୁଲ ବ୍ୟାଗ୍‌ କାରଖାନାରେ ରବିବାର ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘଟଣାସ୍ଥଳରେ ପହଞ୍ଚି...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ

ନୂଆଦିଲ୍ଲୀ,୨୬ ।୨: କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟି ଜଟିଳତା ଓ ଇ-କମର୍ସକୁ ନେଇ...

ଆମେ ଗ୍ରେନେଡ ମାଡ କରିବା ଲୋକ ନୁହେଁ କି ପଥରମାଡ଼ କରୁନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର,୬।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ନ୍ୟାଶନାଲ କନଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ଆମେ ଗ୍ରେନେଡ ମାଡ...

Advertisement


Archives

Model This Week