ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଧନନ୍ତର ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ସଚିବ ମହାନ୍ତି ପଞ୍ଚାୟତରେ ହେଉଥିବ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉକ୍ତ ପଞ୍ଚାୟତରେ କ’ଣ ଆବଶ୍ୟକ ରହିଛି ପଚାରି ବୁଝିଥିଲେ। ପଞ୍ଚାୟତ କୋଠା ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ନିକଟରେ ଏକ ପାଇଖାନା ର୍ନିମାଣ ଲାଗି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉନ୍ନୟନମୂଳକ କାମ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତରେ ଆଉ କଣ ପ୍ରକଳ୍ପ ଦରକାର ବିଡ଼ିଓଙ୍କ ଜରିଆରେ ଜଣାଇବାକୁ କହିଥିଲେ। ବିଭିନ୍ନ ଦାବି ନେଇ ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ତୁରନ୍ତ ବଦଳି ପାଇଁ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସଚିବ ନରେନ୍ଦ୍ରପୁର ପଞ୍ଚାୟତକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାପରେ ହିଞ୍ଜିଳି ଅଭିମୁଖେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ହୃଷୀକେଶ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ବାଇଁ, ଗୋପାଳ ଚରଣ ପଟ୍ଟନାୟକ, ସମୀର ପ୍ରଧାନ, ମକରା ସ୍ବାଇଁ, ନିରଞ୍ଜନ ଜେନା, ଦୁର୍ଗାମାଧବ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ

ସୋରଡା,୨୪।୧୦(ଡି.ଏନ୍‌.ଏ.): ସୋମବାର ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ ହୋଇପଡ଼ିଛି। ପୋଲିସ ପ୍ରଶାସନ ପକ୍ଷରୁ ସହରଠାରୁ କିଛି ଦୂରରେ ଅସ୍ଥାୟୀ ଭାବେ ବାଣ ଦୋକାନ ଖେଳିବାକୁ ଅନୁମତି...

ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି

ବ୍ରହ୍ମପୁର ଅଫିସ,୭ା୫-ବ୍ରହ୍ମପୁରକୁ ଗୁଜୁରାଟ, ମହାରାଷ୍ଟ୍ର ଓ କେରଳ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ହୋମ କ୍ବାରାଣ୍ଟାଇନରେ ରହି ପାରିବେ ନାହିଁ। ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା...

ଭାରତ ବନ୍ଦ: ଜାତୀୟ ରାଜପଥ ଅବରୋଧ କଲା ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା

ଛତ୍ରପୁର,୩୦।୪(ଡିଏନଏ ): ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି ) ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ...

ବୋରିଂରୁ ମିଳିବ ମୁକ୍ତି: ଅନ୍‌ଲାଇନରେ ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା

ଛତ୍ରପୁର, ୮ା୩(ଡି.ଏନ୍‌.ଏ.)- ଟେଲି ମେଡ଼ିସିନ ନେଇ ଡାକ୍ତର ପ୍ୟାନେଲ ହେଉ କି କ୍ୟାରିୟର ପାଇଁ ଏକ୍ସପର୍ଟ ଗ୍ରୁପ ବନାଇ କରୋନା ସମୟରେ ଗଞ୍ଜାମ ଜିଲା ପ୍ରଶାସନ...

ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ

ଦିଗପହଣ୍ଡି,୨୬।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଢଉ ଗାଁ ୩୨୬ ନଂ ଜାତୀୟ ରାଜପଥର ଭାଲିଆ ଝୋଳା ଗାଁ ଛକ ନିକଟରୁ ଶନିବାର ଏକ କୃଷ୍ଣସାର ମୃଗର ମୃତଦେହ...

ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍‌, ଟ୍ରାକ୍ଟର

ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩...

ଚାଲିଥିଲା ଜୁଆ ଆଡ୍ଡା, ପହଞ୍ଚିଗଲା ପୋଲିସ

ବୁଗୁଡ଼ା,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏଥିରେ ପୋଲିସ...

ଶେରଗଡ଼ର ଐତିହ୍ୟ ଜଗନ୍ନାଥ ମନ୍ଦିର, ଚନ୍ଦ୍ରବିଳାସ ପ୍ରାସାଦ

ଶେରଗଡ଼,୨୬।୧୧(ଡି.ଏନ.ଏ) ସୂର୍ଯ୍ୟନାରାୟଣ ଦାଶ: ଗଞ୍ଜାମ ଜିଲା ଶେରଗଡରେ ରହିଛି ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରବିଳାସ ରାଜପ୍ରାସାଦ। ଏହାକୁ ନେଇ ଶେରଗଡ଼ବାସୀ...

Advertisement
Archives

Model This Week