ଦୁଇଟି ସ୍ଥାନରେ ହାଟ ଚାଲିବା ନେଇ ରାସ୍ତା ଅବରୋଧ

ରାଇକିଆ,୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକୀ ହାଟକୁ ଆସୁଥିବା ବ୍ୟବସାୟୀମାନେ ସୋମବାର ଦୁଇଟି ସ୍ଥାନରେ ଏକାଥରେ ହାଟ ଚାଲିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ନଭେମ୍ବର ୧୮ ତାରିଖରେ ଆର୍‌ଏମ୍‌ସି ପରିସରରେ ଚାଲୁଥିବା ହାଟକୁ ଚୂନପଲ୍ଲୀ ନିକଟ ଅଏଲ ମିଲ୍‌ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ବ୍ୟବସାୟୀମାନେ ନୂତନ ସ୍ଥାନରେ ଦୋକାନ ଖୋଲିଥିଲେ। କିନ୍ତୁ ଅନୂରପ ଭାବେ ଆର୍‌ଏମ୍‌ସି ଭିତରେ ପୂର୍ବରୁ ଚାଲୁଥିବା ହାଟ ସ୍ଥାନରେ ମଧ୍ୟ କିଛି ବ୍ୟବସାୟୀ ଦୋକାନ ଖୋଲିଥିଲେ। ଫଳରେ ଦୁଇଟି ସ୍ଥାନରେ ହାଟ ଚାଲିବା ଯୋଗୁ ଗ୍ରାହକଙ୍କ ସମେତ ବ୍ୟବସାୟୀମାନେ ମଧ୍ୟ ହଇରାଣ ହୋଇଥିଲେ। ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଏନେଇ ପ୍ରଶାସନ ପକ୍ଷରୁ କାୈଣସି ପଦକ୍ଷେପ ନିଆ ଗଲାନାହିଁ। ଏପରିକି ନୂତନ ସ୍ଥାନରେ ବ୍ୟବସାୟ ହେଉ ନ ଥିବା କିଛି ବ୍ୟବସାୟୀ ଅଭିଯୋଗ କରିଥିଲେ। ହାଟକୁ ପରିବା ବିକ୍ରି କରିବାକୁ ଆସୁଥିବା ଚାଷୀମାନେ ବିଶେଷ କରି କ୍ଷତି ସହିଥିଲେ। ଏହାର ପ୍ରତିବାଦ ସ୍ବରୂପ ବ୍ୟବସାୟୀମାନେ ସୋମବାର ନୂତନ ହାଟ ସମ୍ମୁଖରେ ରାଇକିଆ- ଜି.ଉଦୟଗିରି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ,୨୩ା୫(ସ୍ବ.ପ୍ର.)-କରୋନା ନେଇ ସମସ୍ତେ ଭୟଭୀତ ଥିବା ବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା ପାଇଁ ପ୍ରୟାସ ଚଳାଇଛନ୍ତି ା ବୌଦ୍ଧ ଜିଲାରେ ୧୦୧ଟି ଅସ୍ଥାୟୀ...

ଭରତପୁର ଚୋରି ଘଟଣା: ୨ ଗିରଫ

ଆଳି, ୨୬।୯ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ଭରତପୁର ଗ୍ରମର ଦୁଇ ଜଣଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ...

ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ,୧୮ା୪- ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ। ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱ ତଥା ଜିଲା କଂଗ୍ରେସ...

କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍‌...

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର ଦିଗପହଣ୍ଡି,୨୨।୭(ଡି.ଏନ.ଏ.):ସାନଖେମୁଣ୍ଡି ବ୍ଲକ ନିସ୍ତିପୁର-ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାକଡ଼ରେ ଥିବା କେନାଲ ମଧ୍ୟକୁ ସୋମବାର ସକାଳ ପ୍ରାୟ ୮ଟାରେ ଏକ କାର...

ସହାୟତା ଦାବି କଲା ଡ୍ରାଇଭର ସଂଘ

ବେଲପଡା, ୨୩ା୪(ଡି.ଏନ.ଏ.) କରୋନା ପାଇଁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହୟତାର ହାତ ବଢାଉଛନ୍ତି। ଏପରିସ୍ଥଳେ କାମ ହରାଇ ଆର୍ଥିକ ଦୁର୍ଗତି ଦେଇ ମଧ୍ୟରେ...

ଜଗତ୍‌ସିଂହପୁର ଜିଲା ମହୋତ୍ସବ ବାତିଲ

ଜଗତ୍‌ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ...

ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ...

Coronavirus Update


Archives

Model This Week

Why Dharitri