ଖଲ୍ଲିକୋଟ,୩ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ କେଶପୁର ବଜାରରେ ପୁଣି ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ବଜାରରେ ଶୃଙ୍ଖଳା ବଜାୟ ରଖିବା ପାଇଁ ରବିବାର ସନ୍ଧ୍ୟାରେ ଶ୍ରୀକୃଷ୍ଣଶରଣପୁର ଓ କେଶପୁର ସରପଞ୍ଚଙ୍କ ସହ କେଶପୁର ବଜାର କମିଟି ସଭାପତି ଜ୍ୟୋତିଷ ନନ୍ଦ ଆଲୋଚନା କରିଛନ୍ତି। ଶୁକ୍ରବାର ରାମଚନ୍ଦ୍ରପୁର ଏବଂ ତେନ୍ତୁଳିଆପଡ଼ା ଗ୍ରାମର କେତେକ ଯୁବକଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ମାରପିଟ ହୋଇଥିଲା। ଉଭୟ ପକ୍ଷର ଏତଲା କ୍ରମେ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିିଛିି। ଏଥିସହ କେଶପୁର ବଜାର ବ୍ୟବସାୟୀ ସଂଘ ନିଜକୁ ସୁରକ୍ଷିତ ମଣୁ ନଥିବ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ। ରବିବାର କେଶପୁର ବଜାରରେ ୩ ପୋଲିସ ମୁତୟନ ରହିଛିି।
Posted inଆମ ଜିଲା ଖବର, ଗଞ୍ଜାମ View All

ଅନୁଗୋଳ ପୋଲିସ ହାତରେ ୮ ଜଣିଆ ଗ୍ୟାଙ୍ଗ; ୩ ଘରେ ବୁଲାଇଥିଲେ କଳାକନା
ଅନୁଗୋଳ ଅଫିସ, ୧୧।୧୧: ସହରର ବିଭିନ୍ନ ସ୍ଥାନରୁ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏକ ୮ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି...

‘କାପୁରୁଷ ହେବା ନାହିଁ’
ସମଗ୍ର ପୃଥିବୀରେ କୋଭିଡ୍-୧୯ (କରୋନା ଭାଇରସ୍)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ...

କଳାହାଣ୍ଡିର ଗୌରବ: ୟୁପିଏସ୍ସିରେ ସଫଳ ହେଲେ ଅଙ୍କିତ-ରାହୁଲ
କେସିଙ୍ଗା,୪।୮(ଡି.ଏନ୍.ଏ.): ୟୁପିଏସ୍ସି ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍ସିରେ କଳାହାଣ୍ଡି ଜିଲାରୁ ୨ ଜଣ ସଫଳତା ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। କେସିଙ୍ଗାର ରାହୁଲ ଗୋଏଲ ୧୬୮...

ଛାତ୍ରୀନିବାସରୁ ଫ୍ୟାନ୍ ଚୋରି, ୬ ଗିରଫ
ପାଟଣା,୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ମୁଖ୍ୟାଳୟ ସ୍ଥିତ କୁନ୍ତଳା କୁମାରୀ ଆଦିବାସୀ ବାଳିକା ହଷ୍ଟେଲରୁ ଜୁନ୍ ୨ ତାରିଖ ରାତିରେ ୧୦ଟି ଫ୍ୟାନ୍ ଚୋରି...

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ ଅଫିସ, ୩ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ
ଭଞ୍ଜନଗର,୧୨।୮(ଡି.ଏନ୍.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍ବ୍ୟାକ୍ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ।...

ବଅଁରପାଳରେ ଭାରତ ବନ୍ଦ ପ୍ରଭାବ: ୫୫ନଂ. ଏନ୍ଏଚ୍ ଅବରୋଧ
ବଅଁରପାଳ,୨୩।୨(ଡି.ଏନ୍.ଏ.): ଭୀମ ଆର୍ମି ପକ୍ଷରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ବିରୋଧୀ ରାୟ ଓ କେନ୍ଦ୍ର ସରକାରଙ୍କ ଏନ୍ପିଆର,...

ଋଷିକୁଲ୍ୟା, ବଡନଦୀରେ ପ୍ରଥମ ବନ୍ୟାଜଳ
ଆସିକା,୭।୮(ଡି.ଏନ୍.ଏ.)- ଗତ ସୋମବାର ଠାରୁ ଆସିକା ତଥା ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ା ବୁଧବାର ମଧ୍ୟାହ୍ନରେ ଆସିକାର ଉଭୟ...