ଦୀର୍ଘ ଦିନ ଧରି ଭାରତ ପ୍ରତି ବିପଦ ସୃଷ୍ଟି କରୁଛି ଚାଇନା: ପୋମ୍ପିଓ

ଓ୍ବାଶିଂଟନ,୧।୬: ଚାଇନା ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି। ଚାଇନାର ସୈନ୍ୟବଳର ମୁକାବିଲା ଲାଗି ଅନ୍ୟ ଦେଶଙ୍କ ସହାୟତା ନିଆଯିବାର ଆବଶ୍ୟକତା ରହିିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଏଭଳି କହିଛନ୍ତି। ଚାଇନାର ସୈନ୍ୟ କ୍ଷମତା ବୃଦ୍ଧି କରିବା ଲାଗି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହା ମଧ୍ୟ ସତ୍ୟ ଯେ ଚାଇନାର ପ୍ରତିରକ୍ଷା ଶକ୍ତି ଅଧିକ ରହିଛି। ଚାଇନାର ମୁକାବିଲା ନିମନ୍ତେ ଏକାଧିକ ଦେଶ ମିଳିତ ହେବା ଜରୁରୀ ବୋଲି ପୋମ୍ପିଓ ଗଣମାଧ୍ୟମ ସଂସ୍ଥା ଫୋକ୍ସ୍‌ ନ୍ୟୁଜ୍‌କୁ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ବ୍ରାଜିଲ୍‌ ଆଦି ଅନ୍ୟ ବନ୍ଧୁ ଦେଶ ସହିତ ଆମେରିକା ମିଳିତ ହେଲେ ବହୁ ସୁଧାର ଆସିପାରିବ ବୋଲି ସେ କହିଛନ୍ତି। ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଗତ ମାର୍ଚ୍ଚଠାରୁ ଆରମ୍ଭ ହୋଇଛି। ଚାଇନାର କମ୍ୟୁନିଷ୍ଟ ସରକାର ନିଜ ସୁବିଧା ପାଇଁ ଏଭଳି କରୁଥିବା ପୋମ୍ପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଥରିଲା ଚିଲି

ସାଣ୍ଟିଆଗୋ,୩୧।୩: ଚିଲି ରାଜଧାନୀ ସାଣ୍ଟିଆଗୋରେ ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ...

ପ୍ରେମୀଯୁଗଳଙ୍କ ଯୁଦ୍ଧ ତାଲିମ

କ୍ୱିଭ୍‌, ୨୧ା୩: ଯୁଦ୍ଧ ବିଷୟରେ ଇତିହାସରୁ ପଢ଼ିଥିବା ତଥା ନିଜ ଅଜା ଆଈଙ୍କ କାହାଣୀରେ ଶୁଣିଥିବା ୟୁକ୍ରେନ୍‌ର ଯୁବପିଢ଼ି ଆଜି ନିଜେ ଜଣେ ଜଣେ ଯୋଦ୍ଧା...

ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍‌

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି...

ଯୁଦ୍ଧ ବନ୍ଦ ପାଇଁ ରୁଷିଆକୁ ନିବେଦନ କଲେ ପୋପ ଫ୍ରାନ୍ସିସ

ଭାଟିକାନ ସିଟି,୨।୧୦:ଗତ ଫେବ୍ରୁଆରୀ ୨୪ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ କେବଳ ୟୁକ୍ରେନର...

୬୫ବର୍ଷୀୟ ହାତୀକୁ ଭିଭିଆଇପି ସୁରକ୍ଷା: ଜଗିବେ ଯବାନ

କଲମ୍ବୋ,୨୭।୯:ସାଧାରଣତଃ ନେତା କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପାହ୍ୟାରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ଯବାନଙ୍କୁ ନିୟୋଜିତ କରାଯାଇଥାଏ। କିନ୍ତୁ କୌଣସି ପଶୁର ସୁରକ୍ଷା ପାଇଁ ଯବାନ...

କିଛି ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ, ହରାଇ ପାରନ୍ତି ଆଖି

ନ୍ୟୁୟର୍କ,୧୩ ।୮: ନାମୀଦାମୀ ଲେଖକ ସଲମାନ ରୁଶିଦଙ୍କ ଉପରେ ଆମେରିକାର ନ୍ୟୁୟର୍କରେ ଆକ୍ରମଣ ହୋଇଛି । ଭାରତୀୟ ମୂଳ ବାସିନ୍ଦା ସଲମାନ ରୁଶିଦଙ୍କ ଉପରେ ହଠାତ୍...

୫ ବର୍ଷ ପରେ ବଜାରରେ ମିଳିବ କୃତ୍ରିମ କିଡ୍‌ନୀ…

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ। କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ। ଆମେରିକାରେ ଗବେଷକ ଏଭଳି...

ବୁର୍କିନା ଫାସୋ ରାଷ୍ଟ୍ରପତି ବନ୍ଦୀ

ଓଉଆଗାଡୋଗୁ, ୨୫।୧: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ କାବୋରେଙ୍କୁ ବିଦ୍ରୋହୀ ସୈନିକମାନେ ସୋମବାର ବନ୍ଦୀ କରିନେଇଛନ୍ତି। ଏ ନେଇ...

Advertisement
Archives

Model This Week