Posted inଖେଳ

ଦୀପକ ଚହରଙ୍କ ହ୍ୟାଟ୍ରିକ

ନାଗପୁର, ୧୧।୧୧- ଲୋକେଶ ରାହୁଲ ଓ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ପରେ ଦୀପକ ଚହରଙ୍କ ମ୍ୟାଜିକ୍‌ ସ୍ପେଲ୍‌ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ହରାଇ ଦେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୫ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ୧୯.୨ ଓଭରରେ ୧୪୪ ରନ କରି ଅଲଆଉଟ ହୋଇଯାଇଥିଲା। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ଦୀପକ ମାତ୍ର ୭ ରନ ଦେଇ ୬ ଉଇକେଟ ନେଇଥିଲେ। ଯାହାକି ଅନ୍ତର୍ଜାତୀୟ ଟି୨୦ରେ ସର୍ବଶ୍ରେଷ୍ଠ ବୋଲିଂ ସଫଳତା। ପୂର୍ବରୁ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ ୨୦୧୨ରେ ହାମ୍ବନତୋଟାଠାରେ ଜିମ୍ବାଓ୍ବେ ବିପକ୍ଷରେ ୮ ରନ ବିନିମୟରେ ୬ ଉଇକେଟ ନେଇ ରେକର୍ଡର ଅଧିକାରୀ ଥିଲେ। ଦୀପକ ଯେ କେବଳ ଶ୍ରେଷ୍ଠ ବୋଲିଂ କରିଥିଲେ ତା’ ନୁହେଁ ଭାରତର ପ୍ରଥମ ବୋଲର ଭାବେ ଟି୨୦ରେ ହ୍ୟାଟ୍ରିକ ମଧ୍ୟ ଅର୍ଜନ କରିଥିଲେ। ସେ ନିଜ ୩ୟ ଓଭରର ଶେଷ ବଲ୍‌ରେ ଶାଫିଉଲ ଇସଲାମଙ୍କୁ ଏବଂ ୪ର୍ଥ ଓଭରର ପ୍ରଥମ ବଲ୍‌ରେ ମୁସ୍ତାଫିଜୁର ରହମନ ଓ ଦ୍ୱିତୀୟ ବଲ୍‌ରେ ଅମିନୁଲ ଇସଲାମଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ। ମ୍ୟାଚ ଶେଷରେ ତାଙ୍କ ବୋଲିଂ ଫିଗର ୩.୨-୦-୭-୬ ରହିଥିଲା। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ବିଏ: ସାକ୍ରାମେଣ୍ଟୋକୁ ହରାଇଲା ଇଣ୍ଡିଆନା

ମୁମ୍ବାଇ,୫।୧୦(ପି.ଟି.)- ଆମେରିକାର ଜଣାଶୁଣା ବାସ୍କେଟବଲ୍‌ ଲିଗ୍‌ ଏନ୍‌ବିଏ ଭାରତରେ ପଦାର୍ପଣ କରିଛି। ଶୁକ୍ରବାର ଏଠାରେ ପ୍ରଥମ ଏନ୍‌ବିଏ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ ମ୍ୟାଚ୍‌ରେ...

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ବାଲାଂଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ। ବାଙ୍ଗାଲୋରର ଏମ୍‌....

ପନ୍ତଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଲଣ୍ଡନ,୧୫।୮: ଲଡର୍‌ସ ଟେଷ୍ଟରେ ଏବେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ଖେଳୁଛି । ରିଷଭ ପନ୍ତଙ୍କ ଉପରେ ନିର୍ଭର କରୁଛି ସବୁ କିଛି। ପ୍ରଥମ...

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ...

ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ...

ଟସ ଜିତିଲା ସିଏସକେ, ପ୍ରଥମେ ବୋଲିଂ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ...

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଟି-୨୦: ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ର ସମୟରେ ପରିବର୍ତ୍ତନ କରାଯାଇଛି। ସେଣ୍ଟ କିଟ୍ସରେ ଖେଳାଯିବାକୁ ଏହି ମ୍ୟାଚ ଭାରତୀୟ...

Advertisement
Archives

Model This Week