ଦିଲ୍ଲୀ ବିଧାନସଭା ନିର୍ବାଚନ: ମତଦାନ ଦିନ ବି ‘ହନୁମାନ’ଙ୍କୁ ନେଇ ରାଜନୀତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ନେତାଙ୍କ ମଧ୍ୟରେ ଟଣା ଭିଡା ଶେଷ ହୋଇନାହିଁ। ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ‘ହନୁମାନ ଚାଳିଶାପାଠ’କୁ ନେଇ ବିବାଦ ଥମୁନାହିଁ। ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ ମନୋଜ ତିଓ୍ବାରୀ ମତଦାନ କରି ସାରିବା ପରେ ପୁଣିଥରେ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର କେଜରିଓ୍ବାଲ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ମନୋଜ କହିଛନ୍ତି କେଜରିଓ୍ବାଲ ହନୁମାନ ମନ୍ଦିର ପୂଜା କରିବାକୁ ଯାଇଥିଲେ ନା ହନୁମାନଙ୍କୁ ଅଶୁଦ୍ଧ କରିବାକୁ ଯାଇଥିଲେ। ସେ କହିଛନ୍ତି କେଜରିଓ୍ବାଲ ଯେଉଁ ହାତରେ ଜୋତା ଖୋଲିଲେ ସେହି ହାତରେ ଫୁଲମାଳ ନେଇ ମନ୍ଦିରକୁ ଗଲେ। ତେଣୁ ଯେତେବେଳେ ନକଲି ଭକ୍ତ ଆସନ୍ତି ସେତେବେଳେ ଏମିତି ହୋଇଥାଏ ବୋଲି ମନୋଜ କହିଛନ୍ତି। ଏହାକୁ ନେଇ କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି, ଭାଜପା ମୋର ହନୁମାନ ଚାଳିଶାପାଠ ଓ ମନ୍ଦିର ଦର୍ଶନକୁ ନେଇ ପରିହାସ କରୁଛି। ହେଲେ ଭଗବାନ ତ ସମସ୍ତଙ୍କର। ସେ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ଭାଜପା ନେତାଙ୍କୁ ବି ଆଶୀର୍ବାଦ ଦିଅନ୍ତୁ ସମସ୍ତେ ଭଲରେ ରୁହନ୍ତୁ ବୋଲି କେଜରିଓ୍ବାଲ ତାଙ୍କ ଟୁଇଟରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରଙ୍କୁ ଶିବରାଜ ମନ୍ତ୍ରୀଙ୍କ ଧମକ, ଓଲଟା ଲଟକାଇ ଦେବି, ଅଡ଼ିଓ କ୍ଲିପ୍‌ ଭାଇରାଲ…

ଭୋପାଳ, ୨୯।୯ : ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମଖେଲାୱନ ପଟେଲଙ୍କ ଜଣେ ସରକାରୀ ଅଫିସରଙ୍କୁ ଧମକ ଦେଉଥିବା ଅଡିଓ ସୋସିଆଲ ମିଡିଆରେ...

ଭାଜପାକୁ ଝଟକା, ଦଳ ଛାଡିଲେ ଏହି ନେତା

ନୂଆଦିଲ୍ଲୀ,୩୧।୮: ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା...

ଜି-୨୦ରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ ୧୬ା୨: ୨୦୨୩ ନଭେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ...

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ...

ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…

ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ...

ଖାଲି ରାଜନୀତି ନୁହେଁ, ବିହାର ବି ଛାଡିଦେବି: ପପୁ ଯାଦବ…

ପାଟନା,୪।୯ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଜନ ଅଧିକାର ପାର୍ଟି (ଜେଏପି)ସୁପ୍ରିମୋ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ଏକ ବଡ଼...

୨୭ ବଦଳରେ ଏବେ କାର୍ଯ୍ୟକାରୀ ହେବ ୧୨ ପିଏସ୍‌ବି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଶୁକ୍ରବାର ଖବରଦାତା ସମ୍ମିଳନୀରେ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ(ପିଏସ୍‌ବି)କୁ ନେଇ ଏକ ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨୭ଟି ପବ୍ଲିକ୍‌...

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ...

Advertisement
Archives

Model This Week